ETV Bharat / sports

CWG 2022: ଲଙ୍ଗଜମ୍ପରେ ରୌପ୍ୟ ପଦକ ଜିତିଲେ ଶ୍ରୀଶଙ୍କର

author img

By

Published : Aug 5, 2022, 10:18 AM IST

Updated : Aug 5, 2022, 11:35 AM IST

ଲଙ୍ଗଜମ୍ପିରେ ଆଉ ଏକ ପଦକ
ଲଙ୍ଗଜମ୍ପିରେ ଆଉ ଏକ ପଦକ

ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଲଙ୍ଗ ଜମ୍ପରେ ଆଉ ଏକ ପଦକ ମିଳିଛି । ଯୁବ ଆଥଲେଟ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବର୍ଷା । ବିଭିନ୍ନ ଇଭେଣ୍ଟରେ ଦେଶକୁ ପଦକ ଭେଟି ଦେଉଛନ୍ତି ଭାରତୀୟ କ୍ରୀଡାବିତ । ପୁରୁଷ ବର୍ଗ ଉଚ୍ଚଡିଆଁ (ଲଙ୍ଗଜମ୍ପ)ରେ ବହୁ ମୂଲ୍ୟ ରୌପ୍ୟ ପଦକ ଜିତିଛନ୍ତି ମୁରଲୀ ଶ୍ରୀଶଙ୍କର । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ ଲଙ୍ଗଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଭାରତୀୟ ଭାବେ ଉଚ୍ଚଡିଆଁରେ ତେଜସ୍ବିନୀ ଶଙ୍କର ବ୍ରୋଞ୍ଜ ଜିତିଥିଲେ । 1978 ଏଡମଣ୍ଟନ କ୍ରୀଡାରେ ପ୍ରଥମ ଭାରତୀୟ ଭାବେ ସୁରେଶ ବୁବୁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀଶଙ୍କର ଏକମାତ୍ର ପ୍ରତିଯୋଗୀ ଭାବେ 8 ମିଟରରୁ ଅଧିକ ଜମ୍ପ ମାରିଥିଲେ । ଲୟକୁ ଫେରିବା ପାଇଁ ଶ୍ରୀଶଙ୍କର ସଂଘର୍ଷ କରିଥିଲେ । ପ୍ରଥମ ଜମ୍ପ 7.60 ମିଟର ରହିଥିଲା । ଦ୍ବିତୀୟ ଓ ତୃତୀୟ ଜମ୍ପରେ 7. 84 ମିଟର ଅତିକ୍ରମ କରିଥିଲେ । ଚତୁର୍ଥ ଜମ୍ପ ବେଳକୁ ଲୟକୁ ଫେରିଥିଲେ ହେଲେ 1 ସେଣ୍ଟି ମିଟର ପାଇଁ ଜମ୍ପିଟି ଫାଉଲ ହୋଇଥିଲା । ଚତୁର୍ଥ ଜମ୍ପ ଶେଷ ବେଳକୁ ଶ୍ରୀଶଙ୍କର ଷଷ୍ଠ ସ୍ଥାନରେ ରହିଥିଲେ । ପଞ୍ଚମ ପ୍ରୟାସରେ ଦମଦାର କମବ୍ୟାକ କରିଥିଲେ ଶ୍ରୀଶଙ୍କର । 8.08 ଜମ୍ପ ମାରି ରୌପ୍ୟ ଜିତିଥିଲେ । ବାହାମାର ଲାକ୍ବାନ ନାଇରନ 8.08 ମିଟର ଦୂର ଜମ୍ପ ମାରି ରୌପ୍ୟ ପଦକ ପକ୍କା କରିଥିଲେ । ବାହାମାର ଲାକ୍ବାନ ନାଇରନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...CWG 2022: ପାରା ପାୱାରଲିପ୍ଟିଂରେ ସୁଧୀର ଜିତିଲେ ସ୍ବର୍ଣ୍ଣ ପଦକ

  • Congratulations to Sreeshankar for winning silver in long jump at #CommonweathGames. Your long leap has brought India’s first ever medal for this event in Commonwealth Games. This pathbreaking achievement will inspire countless Indians, especially the youth.

    — President of India (@rashtrapatibhvn) August 5, 2022 " class="align-text-top noRightClick twitterSection" data=" ">

ଶ୍ରୀଶଙ୍କରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ''କମନୱେଲଥ ଗେମ୍ସରେ ତୁମ ଲଙ୍ଗ ଜମ୍ପ ଦେଶ ପାଇଁ ପଦକ ଆଣିିଛି । ତୁମର ଏହି ସଫଳତା ଭାରତୀୟଙ୍କୁ ତଥା ଯୁବ ଖେଳାଳିଙ୍କୁ ପ୍ରେରଣା ଦେବ’’ ବୋଲି କହିଛନ୍ତି ରାଷ୍ଟ୍ରପତି ।

  • M. Sreeshankar's Silver medal at the CWG is a special one. It is after decades that India has won a medal in Men’s long jump at the CWG. His performance augurs well for the future of Indian athletics. Congratulations to him. May he keep excelling in the times to come. pic.twitter.com/q6HO39JHy8

    — Narendra Modi (@narendramodi) August 5, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି, ଶ୍ରୀଶଙ୍କରଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ''ଶ୍ରୀଶଙ୍କର ରୌପ୍ୟ ପଦକ ଜିତିବା ବହୁତ ସ୍ବତନ୍ତ୍ର । ଦଶନ୍ଧି ପରେ ପୁରୁଷ ଲଙ୍ଗଜମ୍ପରେ ଭାରତ ପଦକ ଜିତିଛି । ତାଙ୍କର ପ୍ରଦର୍ଶନ ଭାରତୀୟ ଆଥଲେଟିକ୍ସର ଭବିଷ୍ୟତ ପାଇଁ ଶୁଭ ସଙ୍କେତ । ତାଙ୍କୁ ଭବିଷ୍ୟତ ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ।’’

Last Updated :Aug 5, 2022, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.