ETV Bharat / sports

ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଲା ଭାରତ, ୨୦୦ ସ୍ବର୍ଣ୍ଣ ଜିତିବାରେ ଚତୁର୍ଥ ଦେଶ

author img

By

Published : Aug 9, 2022, 10:36 AM IST

CWG 2022: ଇତିହାସ ରଚିଲା ଭାରତ, ଚତୁର୍ଥ ଦେଶ ଭାବେ ଜିତିଲା ୨୦୦ ସ୍ବର୍ଣ୍ଣ ପଦକ
CWG 2022: ଇତିହାସ ରଚିଲା ଭାରତ, ଚତୁର୍ଥ ଦେଶ ଭାବେ ଜିତିଲା ୨୦୦ ସ୍ବର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡାର(Commonwealth Games 2022) ଶେଷ ଦିନରେ 4ସ୍ବର୍ଣ୍ଣ ସହ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ । ଅଧିକ ପଢନ୍ତୁ

ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଲା ଭାରତ । ଚତୁର୍ଥ ଦେଶ ଭାବେ ଜିତିଲା ୨୦୦ ସ୍ବର୍ଣ୍ଣ ପଦକ । ସୋମବାର ରାଜ୍ୟଗୋଷ୍ଠୀ କ୍ରୀଡାର(Commonwealth Games 2022) ଶେଷ ଦିନରେ ଆଉ ୪ ସ୍ବର୍ଣ୍ଣ ସହ ଭାରତ ସ୍ମରଣୀୟ ଅଭିଯାନ ଶେଷ କରିଛି । ଚଳିତ ଥର ଭାରତ ମୋଟ ୨୨ଟି ସ୍ବର୍ଣ୍ଣ ଜିତି ପଦକ ତାଲିକାର ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଫାଇନାଲରେ ପିଭି ସିନ୍ଧୁଙ୍କ ସମେତ ଟେବୁଲ ଟେନିସ ଓ ବ୍ୟାଡ୍‌ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଭାରତୀୟ ଖେଳାଳି ।

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା 2022 ରେ ଭାରତ ମୋଟ 61 ପଦକ ହାସଲ କରିଛି । ଏଥିମଧ୍ୟରେ 22 ଟି ସ୍ୱର୍ଣ୍ଣ, 16 ଟି ରୌପ୍ୟ ଏବଂ 23 ଟି ବ୍ରୋଞ୍ଜ ପଦକ ରହିଛି । ଚଳିତ ବର୍ଷର ସ୍ବର୍ଣ୍ଣ ସହ ଭାରତର ସ୍ବର୍ଣ୍ଣସଂଖ୍ୟା 200ରେ ପହଞ୍ଚିଛି । ପ୍ରତିଯୋଗିତାର ଶେଷ ଦିନରେ ବ୍ୟାଡ ମିଣ୍ଟନ ତାରକା ପି.ଭି ସିନ୍ଧୁଙ୍କ ସମେତ ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍, ପୁରୁଷ ଡବଲ୍ସେରେ ସାତ୍ବିକସାଇରାଜ୍ ରାଙ୍କିରେଡ୍ଡି ଏବଂ ଚିରାଗ ସେନ୍ ଯୋଡି ସ୍ୱର୍ଣ୍ଣ ଜିତିଛନ୍ତି । ଏହା ପରେ ଅଚନ୍ତ ଶରତ କମଲ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ବିଶ୍ବ ସ୍ବର୍ଣ୍ଣ ରେକର୍ଡରେ ଭାରତ ଚତୁର୍ଥ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ 1003 ସ୍ୱର୍ଣ୍ଣ ଜିତି ଶୀର୍ଷରେ ରହିଛି । ସେହିପରି ଇଂଲଣ୍ଡ 773 ସ୍ବର୍ଣ୍ଣ ସହ ଦ୍ୱିତୀୟ ଏବଂ କାନାଡା 510 ସ୍ବର୍ଣ୍ଣ ସହ ତୃତୀୟ ସ୍ଥାନରେ ରହିଛି । 1958 ମସିହାରେ କମନୱେଲଥ ଗେମ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲା । କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂ ଏହି ସ୍ୱର୍ଣ୍ଣ ଜିତିଥିଲେ । ସେବେଠାରୁ ଭାରତ ପ୍ରତ୍ୟେକ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛି । 1962 ଏବଂ 1986ରେ ଭାରତ ଅଂଶଗ୍ରହଣ କରିନଥିଲା । ତେବେ ଦିଲ୍ଲୀରେ 2010 କମନୱେଲଥ ଗେମ୍ସ ଭାରତ ପାଇଁ ସବୁଠାରୁ ସଫଳ ରହିଛି, ଯେଉଁଥିରେ ଭାରତକୁ ମିଳିଥିଲା 38ଟି ସ୍ବର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.