ETV Bharat / sports

ବିଶ୍ବ କୁସ୍ତି ଚମ୍ପିଆନସିପରୁ ବାଦ ପଡ଼ିଲେ ବଜରଙ୍ଗ ପୁନିଆ

author img

By

Published : Aug 23, 2021, 10:28 PM IST

ବିଶ୍ବ କୁସ୍ତି ଚମ୍ପିଆନସିପରୁ ବାଦ ପଡ଼ିଲେ ବଜରଙ୍ଗ ପୁନିଆ
ବିଶ୍ବ କୁସ୍ତି ଚମ୍ପିଆନସିପରୁ ବାଦ ପଡ଼ିଲେ ବଜରଙ୍ଗ ପୁନିଆ

ବିଶ୍ବ କୁସ୍ତି ଚମ୍ପିଆନସିପରୁ ବାଦ ପଡ଼ିଲେ ଅଲମ୍ପିକ କାଂସ୍ୟ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ । ଆଣ୍ଠୁରେ ଆଘାତ ଚିକିତ୍ସା ପାଇଁ ୬ ସପ୍ତାହ ନେବେ ବିଶ୍ରାମ । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ବିଶ୍ବ କୁସ୍ତି ଚମ୍ପିଆନସିପରୁ ବାଦ ପଡ଼ିଲେ ଅଲମ୍ପିକ କାଂସ୍ୟ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ । ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କୁ ୬ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଟୋକିଓ ଅଲମ୍ପିକ୍ସ ବେଳେ ମଧ୍ୟ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ରହିଥିଲା । ଏହାସତ୍ତ୍ବେ ଦେଶ ପାଇଁ ପଦକ ବିଜୟୀ ହେବାକୁ ସେ ଏହାକୁ ଖାତିର କରିନଥିଲେ ।

ଅକ୍ଟୋବର ୨ରୁ ୧୦ ତାରିଖ ମଧ୍ୟରେ ବିଶ୍ବ କୁସ୍ତି ଚମ୍ପିଆନସିପ ଆରମ୍ଭ ହେବ । ତେବେ ଏଥିପାଇଁ ମ୍ୟାଟ ଅଭ୍ୟାସ ନିତାନ୍ତ ଆବଶ୍ୟକ ଥିଲା । ତେବେ ଏଥିପାଇଁ ବଜରଙ୍ଗ ପୁନିଆଙ୍କୁ ଡାକ୍ତରଙ୍କ ଅନୁମତି ମିଳି ପାରିନାହିଁ । ଅଭ୍ୟାସ ପୂର୍ବରୁ ବଜରଙ୍ଗଙ୍କ ଏମଆରଆଇ(MRI) ସ୍କାନ କରାଯାଇଥିଲା । ଏଥିରେ ଗତ ଜୁନ ମାସରେ ଋଷିଆରେ ଟୋକିଓ ଅଲମ୍ପିକ୍ସ ପାଇଁ ଅଭ୍ୟାସ ବେଳେ ଆଣ୍ଠୁରେ ଲାଗିଥିବା ଆଘାତ ସଙ୍ଗୀନ ଥିବା ଜଣାପଡ଼ିଛି ।

ବଜରଙ୍ଗ ପୁନିଆଙ୍କ ଲିଗାମେଣ୍ଟରେ ଚିହ୍ନ ହୋଇଥିବା ମୁମ୍ବାଇ ସ୍ପୋର୍ଟସ ସେଣ୍ଟରର ମୁଖ୍ୟ ଡାକ୍ତର କହିଛନ୍ତି । ଏଥିପାଇଁ ବଜରଙ୍ଗଙ୍କୁ ୬ ସପ୍ତାହ ବିଶ୍ରାମ ସହ ଚିକିତ୍ସା ଆବଶ୍ୟକ । ଯାହାଫଳରେ ଏହି ସିଜିନରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ ବଜରଙ୍ଗ ପୁନିଆ ।

ଟୋକିଓ ଅଲମ୍ପିକ୍ସ ପରେ ବିଶ୍ବ କୁସ୍ତି ଚମ୍ପିଆନସିପ ହିଁ ଏହି ସିଜିନ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଥିଲା । ତେବେ ଟୋକିଓ ଅଲମ୍ପିକ୍ସର ସେମିଫାଇନାଲ ମ୍ୟାଚରେ ପ୍ରଥମ ବାଉଟରେ ବଜରଙ୍ଗ ପୁନିଆଙ୍କ ଆଘାତ ପ୍ରାପ୍ତ ଆଣ୍ଠୁକୁ ହିଁ ଟାର୍ଗେଟ କରିଥିଲେ । ଯାହାଫଳରେ ସେ ସେମିଫାଇନାଲେର ପରାଜିତ ହୋଇଥିଲେ । ତେବେ ବ୍ରୋଞ୍ଜ ପଦକ ମ୍ୟାଚରେ ସେ ନୂତନ ରଣନୀତି ସହ ଖେଳି ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.