ETV Bharat / sports

Australian Open: କ୍ବାର୍ଟର-ଫାଇନାଲରେ ବିଶ୍ବ ନମ୍ବର ୧ ବାର୍ଟି

author img

By

Published : Jan 23, 2022, 10:25 PM IST

Australian Open: Ash Barty beats Anisimova, to face Pegula in quarters
Australian Open: କ୍ବାର୍ଟର-ଫାଇନାଲରେ ବିଶ୍ବ ନମ୍ବର ୧ ବାର୍ଟି

ଅଷ୍ଟ୍ରେଲିଆନ ଓପନ ୨୦୨୨ ଟେନିସ ଟୁର୍ଣ୍ଣାମେଣ୍ଟରେ ବିଶ୍ବ ମହିଳା ଟେନିସ ମାନ୍ୟତାର ନମ୍ବର ୧ ଖେଳାଳି ଆସଲେ ବାର୍ଟି କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ୨୦୨୨ ଟେନିସ ଟୁର୍ଣ୍ଣାମେଣ୍ଟରେ ବିଶ୍ବ ମହିଳା ଟେନିସ ମାନ୍ୟତାର ନମ୍ବର ୧ ଖେଳାଳି ଆସଲେ ବାର୍ଟି କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଅମନ୍ଦା ଆନିସିମୋଭାଙ୍କୁ ହରାଇ କ୍ବାର୍ଟର ଟିକେଟ ହାତେଇଛନ୍ତି ବାର୍ଟି ।

ଏହାମଧ୍ୟ ପଢନ୍ତୁ: ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଣ୍ଟ ଟାଇଟେଲ ଜିତିଲେ ସିନ୍ଧୁ

  • On the hunt 👀

    World No.1 @ashbarty defeated a resurgent Amanda Anisimova 6-4 6-3 on Sunday to move within three matches of the title#AusOpen#AO2022

    — #AusOpen (@AustralianOpen) January 23, 2022 " class="align-text-top noRightClick twitterSection" data=" ">

୨୦ ବର୍ଷୀୟା ଆନିସିମୋଭାଙ୍କୁ ୭୪ ମିନିଟ୍‌ ଧରି ଖେଳାଯାଇଥିବା ମ୍ୟାଚ୍‌ରେ ବାର୍ଟି ୬-୪, ୬-୩ ସିଧାସଳଖ ସେଟ୍‌ରେ ହରାଇଛନ୍ତି । ଫଳରେ କ୍ବାର୍ଟର-ଫାଇନାଲରେ ବିଶ୍ବ ମାନ୍ୟତାର ୨୧ନମ୍ବର ଖେଳାଳି ଜେସିକା ପେଗୁଲାଙ୍କୁ ଭେଟିବେ ବାର୍ଟି । ଅନ୍ୟଏକ ମ୍ୟାଚ୍‌ରେ ଗ୍ରୀସ୍‌ର ବିଶ୍ବ ମାନ୍ୟତାର ନମ୍ବର ୫ ଖେଳାଳି ମାରିଆ ସକାରିଙ୍କୁ ୭-୬(୦), ଓ ୬-୩ ସେଟ୍‌ରେ ହରାଇ କ୍ରମାଗତ ଦ୍ବିତୀୟ ସିଜିନ ପାଇଁ ଶୀର୍ଷ ୮ରେ ପ୍ରବେଶ କରିଛନ୍ତି ଜେସିକା ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.