ETV Bharat / sports

Asian Wrestling Championship: କୁସ୍ତିଯୋଦ୍ଧା ରବି କୁମାରଙ୍କୁ ସ୍ୱର୍ଣ୍ଣ, ବଜରଙ୍ଗଙ୍କୁ ରୌପ୍ୟ

author img

By

Published : Apr 23, 2022, 5:27 PM IST

Asian Wrestling Championship 2022: Indian Wrestler Ravi Dahiya clinches Gold Medal by defeating Kazak Wrestler
Asian Wrestling Championship 2022: ଇତିହାସ ରଚିଲେ କୁସ୍ତିଯୋଦ୍ଧା ରବି ଦହିୟା, ଲଗାତାର ତୃତୀୟ ସଂସ୍କରଣରେ ସ୍ବର୍ଣ୍ଣ

ଟୋକିଓ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ରବି କୁମାର ପ୍ରଭାବୀ ପ୍ରଦର୍ଶନ ସହ ଲଗାତାର ତୃତୀୟ ଏସିଆନ ଚାମ୍ପିୟନସିପ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ କାଜାଖାସ୍ତାନର ରାଖତ କାଲଖାନଙ୍କୁ ୧୨-୨ରେ ହରାଇଛନ୍ତି ରବି । ଅଧିକ ପଢନ୍ତୁ

ଉଲ୍ଲାନବାତର(ମଙ୍ଗୋଲିଆ): ଭାରତୀୟ କୁସ୍ତି ପାଇଁ ଶନିବାର ଶୁଭ ସାବ୍ୟସ୍ତ ହୋଇଛି । ଟୋକିଓ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ରବି କୁମାର (Ravi Dahiya) ପ୍ରଭାବୀ ପ୍ରଦର୍ଶନ ସହ ଲଗାତାର ତୃତୀୟ ଏସିଆନ ଚାମ୍ପିୟନସିପ(Asian Wrestling Championship)ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ କାଜାଖାସ୍ତାନର ରାଖତ କାଲଖାନଙ୍କୁ ୧୨-୨ରେ ହରାଇଛନ୍ତି ରବି ।

  • Wrestler @BajrangPunia settles for Silver; losing the final to Iran's Rahman Mousa at the Asian Wrestling Championships in Ulaanbataar. pic.twitter.com/ZMwGmY5muY

    — Prasar Bharati News Services पी.बी.एन.एस. (@PBNS_India) April 23, 2022 " class="align-text-top noRightClick twitterSection" data=" ">

ସମସ୍ତ ବାଉଟ୍‌ରେ ଟୋକିଓ ଅଲମ୍ପିକ ରୌପ୍ୟ ପଦକ ବିଜେତା ଆକ୍ରମଣାତ୍ମକ ରଣନୀତି ନେଇ ଖେଳିଥିଲେ ମଧ୍ୟ ପ୍ରତିପକ୍ଷ ଯୋଦ୍ଧାଙ୍କୁ ପ୍ରାରମ୍ଭିକ ଲିଡ୍‌ ଦେଇଥିଲେ । ମାତ୍ର ନାଟକୀୟ ଢଙ୍ଗରେ କମବ୍ୟାକ୍‌ କରିବା ସହ ପୁରୁଷ ଫ୍ରିଷ୍ଟାଇଲ ଇଭେଣ୍ଟରେ ପ୍ରମୁଖ ପ୍ରତିନ୍ଦନ୍ଦ୍ବୀଙ୍କୁ ପରାସ୍ତ କରିଥିଲେ ରବି । ଦିଲ୍ଲୀରେ ଆୟୋଜିତ ୨୦୨୦ ସଂସ୍କରଣ ଓ ଗତବର୍ଷ ଅଲମଟିରେ ଆୟୋଜିତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ ରବି ।

  • Asian Wrestling Championship 2022: Indian Wrestler Ravi Dahiya clinches Gold Medal by defeating Kazak Wrestler 12-2. pic.twitter.com/vvjnRKUcCY

    — Prasar Bharati News Services पी.बी.एन.एस. (@PBNS_India) April 23, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ଅନ୍ୟତମ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ରୌପ୍ୟ ପଦକେ ସନ୍ତୁଷ୍ଟ ହୋଇଛନ୍ତି । ଟୋକିଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ୬୫ କିଲୋଗ୍ରାମ ଫାଇନାଲ ମୁକାବିଲାରେ ଇରାନର ରେହମନ ମୌସା ଆମୌଜାଦଖାଲିଲଙ୍କ ଠାରୁ ୧-୩ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.