ETV Bharat / sports

ସୁଟର ମନୁ ଭାକରଙ୍କ ନିର୍ଯାତନା ଅଭିଯୋଗ, ଏୟାର ଇଣ୍ଡିଆର ଅସ୍ବୀକାର

author img

By

Published : Feb 21, 2021, 9:13 PM IST

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର କର୍ମଚାରୀଙ୍କ ଉପରେ ଅପରାଧୀ ଭଳି ବ୍ୟବହାର କରିବା ସହ, ମୋବାଇଲ ଫୋନ ଛଡାଇନେବା ଓ ଲାଞ୍ଚ ମାଗିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଅର୍ଜୁନ ଆୱାର୍ଡ ବିଜେତା ସୁଟର ମନୁ ଭାକର । ଅଧିକ ପଢନ୍ତୁ...

Slug Air India denies shooter Manu Bhaker's allegations of harassment
ସୁଟର ମନୁ ଭାକରଙ୍କ ନିର୍ଯାତନା ଅଭିଯୋଗ, ଏୟାର ଇଣ୍ଡିଆର ଅସ୍ବୀକାର

ନୂଆଦିଲ୍ଲୀ: ସୁଟର ମନୁ ଭାକରଙ୍କ ନିର୍ଯ୍ୟାତନା ଅଭିଯୋଗକୁ ଏୟାର ଇଣ୍ଡିଆର ଅସ୍ବୀକାର । ଦୁଇଦିନ ତଳେ 19 ବର୍ଷୀୟା ଅର୍ଜୁନ ଆୱାର୍ଡ ବିଜେତା ସୁଟର ମନୁ ଭାକର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୋପାଲ ସୁଟିଂ ଏକାଡେମୀକୁ ଯାତ୍ରା ବେଳେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏପରିକି ବିମାନବନ୍ଦର କର୍ମଚାରୀଙ୍କ ଉପରେ ଅପରାଧୀ ଭଳି ବ୍ୟବହାର କରିବା ସହ ମୋବାଇଲ ଫୋନ ଛଡାଇନେବା ଓ ଲାଞ୍ଚ ମାଗିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ମନୁ ।

ସାଙ୍ଗରେ ବନ୍ଧୁକ ନେଇ ଯାତ୍ରା କରୁଥିବାରୁ ତାଙ୍କୁ ବିମାନବନ୍ଦର କର୍ମଚାରୀ ବାରଣ କରିଥିଲେ । ମାତ୍ର ସମସ୍ତ ପ୍ରକାର ଆବଶ୍ୟକୀୟ ଲାଇସେନ୍ସ ଡକ୍ୟୁମେଣ୍ଟ ଦେବା ସତ୍ତ୍ବେ ବିମାନବନ୍ଦର କର୍ମଚାରୀ ବୋର୍ଡିଂ ବେଳେ ଅଟକାଇଥିଲେ ବୋଲି ଟ୍ବିଟରେ ଉଲ୍ଲେଖ କରିଥିଲେ ମନୁ । ଏଥିସହ ବେସାମରିକ ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ବିଟ ଯୋଗେ ସହାୟତା ପାଇଁ ଟ୍ବିଟ ଯୋଗେ ଅନୁରୋଧ ମଧ୍ୟ କରିଥିଲେ । ପରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିନାମରେ ଯିବାକୁ ମନୁଙ୍କୁ ଅନୁମତି ମିଳିଥିଲା । ଶୁକ୍ରବାର ସନ୍ଧ୍ୟା 8.17 ମିନିଟ ପରେ 5ଥର ଟ୍ବିଟ କରିଛନ୍ତି ମନୁ । 8.57ରେ ଶେଷ ଟ୍ବିଟରେ ବିମାନରେ ଯିବାକୁ ଅନୁମତି ମିଳିବାପରେ ସେ କ୍ରୀଡାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରବିବାର ଏୟାରଲାଇନ ସିସିଟିଭି ଫୁଟେଜ ଆଧାରରେ ମନୁଙ୍କୁ ନିର୍ଯାତନା, ମୋବାଇଲ ଛଡାଇବା ଓ ଲାଞ୍ଚ ମାଗିବା ଅଭିଯୋଗର ଉତ୍ତର ରଖିଛି ।

"ମନୋଜ ଗୁପ୍ତା ନାମକ କର୍ମଚାରୀ କାଉଣ୍ଟରରେ ରହିଥିଲେ, ସେ ସିଧାସଳଖ ମନୁଙ୍କ ସହ କଥାବାର୍ତ୍ତା କରିନାହାନ୍ତି । ଏହା ସିସିଟିଭି ଫୁଟେଜରେ ଦୃଶ୍ୟମାନ ।" ଫଳରେ ଖରାପ ବ୍ୟବହାରର ଅଭିଯୋଗର ପ୍ରଶ୍ନ ଉଠୁନାହିଁ ବୋଲି ଏୟାରଲାଇନ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.