ETV Bharat / sports

ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଇସ୍ତଫା ମାଗିଲା କ୍ରୀଡ଼ା ମନ୍ତ୍ରଣାଳୟ

author img

By

Published : Jul 9, 2020, 12:38 AM IST

କ୍ରୀଡ଼ା ବିକାଶ ସଂହିତାକୁ ଉଲ୍ଲଂଘନ କରିଥିବାରୁ ହକି ଇଣ୍ଡିଆ ଅଧ୍ୟକ୍ଷ ମୁସ୍ତାକ ଅହମ୍ମଦଙ୍କୁ ଇସ୍ତଫା ମାଗିଛି । ଅଧିକ ପଢ଼ନ୍ତୁ...

Sports Ministry, Hockey India President to step down, ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଇସ୍ତଫା ମାଗିଲା କ୍ରୀଡ଼ା ମନ୍ତ୍ରଣାଳୟ, କ୍ରୀଡ଼ା ମନ୍ତ୍ରଣାଳୟ,  ହକି ଇଣ୍ଡିଆ
ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଇସ୍ତଫା ମାଗିଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: 2018 ନିର୍ବାଚନରେ 2011 ଜାତୀୟ କ୍ରୀଡ଼ା ବିକାଶ ସଂହିତାକୁ ଉଲ୍ଲଂଘନ କରିଥିବାରୁ ହକି ଇଣ୍ଡିଆ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବାକୁ କହିଛି କ୍ରୀଡା ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ କହିଛି ଯେ ଜାତୀୟ କ୍ରୀଡ଼ା ଫେଡେରେସନ (ଏନଏସଏଫ) ଚଳିତ ବର୍ଷ ସେପ୍ଟେମ୍ବର 30 ସୁଦ୍ଧା ଏହି ପଦବୀ ପାଇଁ ନୂତନ ନିର୍ବାଚନ କରିବ ଏବଂ ନୂତନ ଅଧ୍ୟକ୍ଷ ଏହି ପଦବୀରେ ରହିବେ ଯାହାକି 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ରହିବ।

ହକି ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ରାଜିନ୍ଦର ସିଂହଙ୍କୁ ଏକ ଚିଠିରେ ସମ୍ପାଦକ ରାଜୁ ବଗ୍ଗା କହିଛନ୍ତି ଯେ ଅହମ୍ମଦ ହକି ଇଣ୍ଡିଆ ସହିତ ଅଫିସ୍ ଧାରକ ଭାବରେ କ୍ରମାଗତ ତୃତୀୟ ଥର କାର୍ଯ୍ୟ କରୁଛନ୍ତି।

‘‘ଏହା ଦେଖାଯାଇଛି ଯେ ମୁସ୍ତାକ ଅହମ୍ମଦ ପୂର୍ବରୁ 2010-2014ରୁ ହକି ଇଣ୍ଡିଆରେ କୋଷାଧ୍ୟକ୍ଷ ଏବଂ 2014-18 ରୁ ସେକ୍ରେଟେରୀ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ। ହକି ଇଣ୍ଡିଆରେ ଅଫିସ ଧାରକ ଭାବରେ ତାଙ୍କର କ୍ରମାଗତ ତୃତୀୟ କାର୍ଯ୍ୟକାଳ ଅଟେ। ତେଣୁ ହକି ଇଣ୍ଡିଆର ଅଧ୍ୟକ୍ଷ ଭାବରେ ତାଙ୍କର ନିର୍ବାଚନ ଜାତୀୟ କ୍ରୀଡ଼ା ଫେଡେରେସନର ଅଫିସ ଧାରକଙ୍କ ବୟସ ଏବଂ କାର୍ଯ୍ୟକାଳ ସୀମିତ ଥିବା ସରକାରୀ ନିର୍ଦ୍ଦେଶାବଳୀ ସହ ମେଳ ଖାଉ ନାହିଁ,’’ ବୋଲି ବଗ୍ଗା କହିଛନ୍ତି ।

‘‘ସେହି ଅନୁଯାୟୀ, ହକି ଇଣ୍ଡିଆକୁ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ନୂତନ ଭାବେ ନିର୍ବାଚନ କରି 30.09.2020 ରୁ 30.09.2022 ପର୍ଯ୍ୟନ୍ତ ଏହି ଅଧ୍ୟକ୍ଷ ପଦବୀ ରହିବ,’’ ବୋଲି କହିଛନ୍ତି ବଗ୍ଗା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.