ETV Bharat / sports

ଭାରତ-ଚିଲି ହକି ସିରିଜ: 5-0ରେ ସିରିଜ କବଜା ମହିଳା ହକି ଜୁନିଅର ଦଳ

author img

By

Published : Jan 25, 2021, 5:31 PM IST

India junior womans hockey team beat Chile 5-0 in the hockey series
ଭାରତ-ଚିଲି ହକି ସିରିଜ: 5-0ରେ ସିରିଜ କବଜା ମହିଳା ହକି ଜୁନିଅର ଦଳ

ଚିଲି ବିରୋଧରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତୀୟ ଜୁନିଅର ହକି ମହିଳା ଦଳ। ଷଷ୍ଠ ତଥା ଅନ୍ତିମ ମ୍ୟାଚରେ ଚିଲିର ସିନିୟର ଦଳକୁ 2-1 ଗୋଲରେ ପରାସ୍ତ କରିଛି ଜୁନିଅର ଭାରତ ଦଳ। ଅଧିକ ପଢ଼ନ୍ତୁ...

ସେଣ୍ଟିଆଗୋ: ଚିଲି ବିରୋଧରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତୀୟ ଜୁନିଅର ହକି ମହିଳା ଦଳ। ଷଷ୍ଠ ତଥା ଅନ୍ତିମ ମ୍ୟାଚରେ ଚିଲିର ସିନିୟର ଦଳକୁ 2-1 ଗୋଲରେ ପରାସ୍ତ କରିଛି ଜୁନିଅର ଭାରତ ଦଳ। ସୋମାବାର ଚିଲିର ପ୍ରିନ୍ସ ଅଫ ୱେଲ୍ସ କଣ୍ଟ୍ରି କ୍ଲବ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତୀୟ ଜୁନିଅର ହକି ମହିଳା ଦଳର ଡୁଙ୍ଗଡୁଙ୍ଗ ଦୁଇଟି ଗୋଲ ଦେଇଥିଲେ।

ଷଷ୍ଠ ତଥା ଅନ୍ତିମ ମ୍ୟାଚରେ ଭାରତ ପ୍ରଥମରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ବାର୍ଟରହିଁ ଭାରତ ଚିଲିକୁ ଗୋଟିଏ ଗୋଲ ଦେଇ ମ୍ୟାଚର ଆଗୁଆ ରହିଥିଲା। ଏହାପରେ ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଭାରତ ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ ଡୁଙ୍ଗଡୁଙ୍ଗ। ମ୍ୟାଚର 26ତମ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଭାରତ ପେନାଲ୍ଟି କର୍ଣ୍ଣର ଫାଇଦା ଉଠାଇ ଗୋଲ ଦେବାରେ ସକ୍ଷମ ହୋଇଥିଲା ।

ସେପଟେ 40ତମ ମିନିଟରେ ଚିଲି ପକ୍ଷରୁ ଫ୍ରାନ୍ସିସ୍କୋ ତଲା ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ତେବେ ଏହା ଚିଲିକୁ ମ୍ୟାଚରେ ବିଜୟୀ କରାଇବାରେ ଯଥେଷ୍ଟ ନଥିଲା। 6ଟିକିଆ ସିରିଜକୁ ଭାରତ 5-0ରେ ଜିତି ନେଇଛି। ଏହି ସିରିଜରେ ଭାରତୀୟ ଜୁନିଅର ହକି ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି 6ଟି ମ୍ୟାଚରୁ 5ଟି ମ୍ୟାଚରେ ବିଜୟୀ ହୋଇଥିଲା। ଏହି ସିରିଜରେ ଚିଲି ମହିଳା ହକି ଦଳ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲା। ଗୋଟିଏ ମ୍ୟାଚର କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ, ଶେଷରେ ମ୍ୟାଚ ଡ୍ର' ହୋଇଥିଲା।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.