ETV Bharat / sports

ଏସିଆନ କପ୍‌ ଆଶା: ବାଂଲାଦେଶ ବିପକ୍ଷରେ କର ବା ମର ସ୍ଥିତିରେ ଭାରତ

author img

By

Published : Jun 6, 2021, 5:51 PM IST

India eye win against Bangladesh to keep Asian Cup hopes alive
ଏସିଆନ କପ୍‌ ଆଶା: ବାଂଲାଦେଶ ବିପକ୍ଷରେ କର ବା ମର ସ୍ଥିତିରେ ଭାରତ

ଫୁଟବଲ ଟିମ ଇଣ୍ଡିଆ ପାଇଁ କର ବା ମର । ଏସିଆନ କପ୍‌ ଆଶା ଜୀବନ୍ତ ରଖିବାକୁ ବାଂଲାଦେଶ ବିପକ୍ଷରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ଭାରତ । ଅଧିକ ପଢନ୍ତୁ...

ଦୋହା: ବିଜୟ ସନ୍ଧାନରେ ଥିବା ଫୁଟବଲ ଟିମ ଇଣ୍ଡିଆ ପାଇଁ ସୋମବାର ବାଂଲାଦେଶ ବିପକ୍ଷ ମ୍ୟାଚ କର ବା ମର ସଦୃଶ ହେବାକୁ ଯାଉଛି । ସୋମବାର ଖେଳାଯିବାକୁ ଥିବା ଯୁଗ୍ମ ବିଶ୍ବକପ ଓ ଏସିଆନ କ୍ବାଲିଫାୟାର୍ସ ମ୍ୟାଚ୍‌ରେ ସକରାତ୍ମକ ଫଳାଫଳ ଲକ୍ଷ୍ୟରେ ରହିଛି ଭାରତ । ଏସିଆନ କପ ଆଶାକୁ ଉଜ୍ଜିବୀତ ରଖିବାକୁ ହେଲେ ପଡୋଶୀ ବାଂଲାଦେଶ ବିପକ୍ଷରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ଟିମ ।

India eye win against Bangladesh to keep Asian Cup hopes alive
ସୁନୀଲ ଛେତ୍ରୀ

ବିଶ୍ବକପ ଯୋଗ୍ୟତା ରେସ୍‌ରୁ ପୂର୍ବରୁ ବାଦ ପଡିସାରିଛି ଭାରତ । ମାତ୍ର 2023 ଏସିଆନ କପରେ ସ୍ଥାନ ହାସଲ ପାଇଁ ଏବେବି ଶେଷ ସୁଯୋଗ ରହିଛି ।

ଗ୍ରୁପ ଇ ରେ 6ଟି ମ୍ୟାଚ୍‌ରୁ 3 ପଏଣ୍ଟ ସହ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଫଳରେ ଏସିଆନ କପରେ ଟିକେଟ ଆଶା ଆଶଙ୍କାରେ ରହିଛି ।

ନିୟମ ଅନୁଯାୟୀ, ପ୍ରତ୍ୟୋକ 8ଟି ଗ୍ରୁପରୁ ଶ୍ରେଷ୍ଠ 4ଟି ସ୍ଥାନରେ ରହିବା ଟିମ ଏସିଆନ କପ କ୍ବାଲିଫାୟର୍ସକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ।

ତେବେ ସୋମବାର ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହେଲେ ଏହା ବିଶ୍ବକପ କ୍ବାଲିଫାୟର୍ସରେ 6 ବର୍ଷରେ ପ୍ରଥମ ହେବ । ଭାରତକୁ ଶେଷ ବିଜୟ 2015ରେ ବାଙ୍ଗାଲୋରରେ ଗୁଆମ ବିପକ୍ଷରେ 2018 ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ମ୍ୟାଚରେ ମିଳିଥିଲା ।

ଗତ ଗୁରୁବାର ଭାରତର, ଏସିଆନ ଚମ୍ପିଆନ କ୍ବାତାର ଠାରୁ 0-1ରେ ପରାଜୟ ମହଙ୍ଗା ହୋଇଛି ।

ସୋମବାର ବାଂଲାଦେଶ ଓ ପରେ ଆଫଗାନିସ୍ତାନ ବିପକ୍ଷରେ ଭାରତର ମୁକାବିଲା ରହିଛି ।

ଭାରତୀୟ ସ୍କ୍ବାଡ: ଗୁରୁପ୍ରୀତ ସିଂହ ସନ୍ଧୁ, ଅମ୍ରିନ୍ଦର ସିଂ, ଧିରଜ ସିଂହ, ପ୍ରିତମ କୋଟାଲ, ରାହୁଲ ଭେକେ, ନରେନ୍ଦର ଗେହଲଟ, ଚିଙ୍ଗଲେନସାନା ସିଂହ, ସନ୍ଦେଶ ଝିଙ୍ଗାନ, ଆଦିଲ କାନ, ଆକାଶ ମିଶ୍ର, ଶୁଭାଶିଷ ବୋଷ, ଉଦାନ୍ତ ସିଂହ, ବ୍ରେଣ୍ଡନ ଫର୍ଣ୍ଣାଣ୍ଡିସ, ଲିଷ୍ଟନ କାଲକୋ, ରୋଲିନ ବୋର୍ଗସ, ଗ୍ଳାନ ମାର୍ଟିସ, ପ୍ରଣୟ ହଲଦର, ସୁରେଶ ସିଂହ, ଲଲେଙ୍ଗମୱିଆ ରେଲଟେ, ଅବଦୁଲ ସହଲ, ୟାସିର ମହମ୍ମଦ, ଲାଲିନଜୁଆଲା ଚଙ୍ଗଟେ, ବିପିନ ସିଂହ, ଆଶିକ କୁରୁନିୟାନ, ଇଶାନ ପଣ୍ଡିତ, ସୁନୀଳ ଛେତ୍ରୀ ମନଭୀର ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.