ETV Bharat / sports

WPL 2023: ଆଜି ଦିଲ୍ଲୀ-ଗୁଜରାଟ ଲଢେଇ

author img

By

Published : Mar 16, 2023, 9:53 AM IST

delhi capitals vs gujarat giants
ଆଜି ଦିଲ୍ଲୀ-ଗୁଜରାଟ ଲଢେଇ

ମହିଳା ପ୍ରିମିୟର ଲିଗରେ ଆଜି 14ତମ ମ୍ୟାଚ ଖେଳାଯିବ । ଏଥିରେ ମେଗ ଲାନିଙ୍ଗଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ସ୍ନେହ ରଣାଙ୍କ ଗୁଜରାଟ ଜାଏଣ୍ଟ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ଜାରି ରହିିଛି । ଆଜି ଏହି ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର 14 ତମ ମ୍ୟାଚ ଖେଳାଯିବ । ଏଥିରେ ମେଗ ଲାନିଙ୍ଗଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ସ୍ନେହ ରଣାଙ୍କ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ମୁକାବିଲା ହେବ । ରାତି 7ଟା 30ରେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଦିଲ୍ଲୀ ଗୁଜରାଟ ବିପକ୍ଷରେ ବିଜୟଧାରା ବଜାୟ ରଖିଥିବା ବେଳେ ଗୁଜରାଟ ଦଳର ଏହି ଧାରାକୁ ଭାଙ୍ଗି ପଏଣ୍ଟ ଟେବୁଲ ଉପରକୁ ଉଠିବାକୁ ଚେଷ୍ଟା କରିବ ।

ଦିଲ୍ଲୀ ଏଯାବତ 5ଟି ମ୍ୟାଚ ଖେଳି ସାରିଛି । ସେଥିରୁ ଗୋଟିଏରେ ପରାସ୍ତ ହୋଇଛି । କେବଳ ମୁମ୍ବାଇ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପରାସ୍ତ ହୋଇଛି । ବାକି 4ଟି ମ୍ୟାଚରେ ବିଜୟୀ ହୋଇ 8 ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ମାର୍ଚ୍ଚ 11 ତାରିଖରେ ଗୁଜରାଟ ବିପକ୍ଷ ମୁକାବିଲାରେ 10 ୱିକେଟରେ ବିଜୟୀ ହୋଇଥିଲା ଦିଲ୍ଲୀ । ଆଜିର ମ୍ୟାଚରେ ଏହି ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ ମେଗ ଲାନିଙ୍ଗଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଶେଷ ମ୍ୟାଚରେ ଆରସିବି ବିପକ୍ଷରେ ବିଜୟ ହାସଲ କରିଥିଲା ଦିଲ୍ଲୀ ।

ଅନ୍ୟପଟେ ମହିଳା ଆଇପିଏଲରେ ନିରାଶ କରିଥିବା ଗୁଜରାଟ ଆଜି ଦିଲ୍ଲୀକୁ ହରାଇବାକୁ ସମସ୍ତ ପ୍ରୟାସ କରିବ । ଦଳ ଏଯାବତ 5ଟି ମ୍ୟାଚ ଖେଳିଥିବା ବେଳେ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି । ଆଗାମୀ ରାଉଣ୍ଡରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ଦଳକୁ ବିଜୟୀ ହେବାକୁ ପଡିବ । ଗୁଜରାଟ କେବଳ ଆରସିବି ବିପକ୍ଷ ମୁକାବିଲାରେ ବିଜୟ ହାସଲ କରିଥିଲା ।

ଏହା ବି ପଢନ୍ତୁ....WPL 2023: ବାଙ୍ଗାଲୋରର ପ୍ରଥମ ବିଜୟ, ହାରିଲା ୟୁପି ୱାରିୟର୍ଜ

ଉଭୟ ଦଳ ମାର୍ଚ୍ଚ 11 ତାରିଖରେ ମହିଳା ଆଇପିଏଲ ନବମ ମ୍ୟାଚରେ ପରସ୍ପରକୁ ଭେଟିଥିଲେ । ଏହି ମୁକାବିଲାରେ 10 ୱିକେଟରେ ଦିଲ୍ଲୀ ବିଜୟ ହାସଲ କରିଥିଲା । ଏହା ଦିଲ୍ଲୀର ତୃତୀୟ ବିଜୟ ଥିବାବେଳେ ଗୁଜରାଟର ତୃତୀୟ ପରାଜୟ ଥିଲା । ବର୍ତ୍ତମାନ ଗୁଜରାଟ ପଏଣ୍ଟ ଟେବୁଲ ଶେଷକୁ ଖସି ଯାଇଛି । ୟୁପି ୱାରିୟର୍ଜ ବିପକ୍ଷ ମୁକାବିଲାରେ ବାଙ୍ଗାଲୋର ବିଜୟ ଖାତା ଖୋଲିବା ପରେ ଗୁଜରାଟ 2 ପଏଣ୍ଟ ପାଇ ଟେବୁଲର ଶେଷ ସ୍ଥାନରେ ରହିଛି । ଆଜି ଦଳକୁ ଉପରକୁ ଉଠିବାକୁ ହେଲେ ଦିଲ୍ଲୀ ବିପକ୍ଷରେ ଭଲ ବିଜୟ ହାସଲ କରିବାକୁ ହେବ ।

ଦିଲ୍ଲୀ ସାମ୍ଭାବ୍ୟ ସ୍କ୍ବାର୍ଡ: ମେଗ ଲାନିଙ୍ଗ, ଶେଫାଳି ବର୍ମା, ଜେମିମା ରୋଡ୍ରଗ୍ସି, ମରିଜେନ କେପ, ଲାରା ହାରିସ, ଜେସ ଜୋନାସେନ, ମିନ୍ନୁ ମଣି, ତନ୍ୟା ଭାଟିଆ, ଶିକ୍ଷା ପାଣ୍ଡେ, ରାଧା ଯାଦବ, ତାରା ନରିସ ।

ଗୁଜରାଟ ସାମ୍ଭାବ୍ୟ ସ୍କାର୍ଡ: ସୋଫିଆ ଡକଲେ, ଏସ ମେଘନା, ହର୍ଲିନ ଦେଓଲ, ଏଶଲେ ଗାର୍ଡନର, ସୁଷମା ବର୍ମା, ଦୟାଲନ ହେମଲତା, ଏନାବେଲ ସଦରଲେଡ/ଜାର୍ଜିଆ ବୟରହମ, ସ୍ନେହା ରଣା(ଅଧିନାୟିକା), ତନୁଜା କବର, କିମ ମର୍ଥ, ମାନସୀ ଯୋଶୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.