ETV Bharat / sports

PCB କ୍ରିକେଟ ନୁହେଁ, ଜିଓପଲିଟିକ୍ସ ଉପରେ ଦେଉଛି ଅଧିକ ଧ୍ୟାନ: ଦାନିଶ କାନେରିଆ

author img

By ETV Bharat Odisha Team

Published : Oct 31, 2023, 9:04 PM IST

Danish Kaneria
Danish Kaneria

ପାକିସ୍ତାନ କ୍ରିକେଟ ବୋର୍ଡ କ୍ରିକେଟ ଉପରେ ନୁହେଁ, ବରଂ ଜିଓପଲିଟିକ୍ସ ଉପରେ ଦେଉଛି ଅଧିକ ଧ୍ୟାନ । PCB ବିରୋଧରେ ବିସ୍ଫୋରକ ବୟାନ ଦେଲେ ପୂର୍ବତନ ପାକ୍‌ କ୍ରିକେଟର ଦାନିଶ କାନେରିଆ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ରେ ପାକିସ୍ତାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ କ୍ରମାଗତ ଭାବେ ୪ଟି ମ୍ୟାଚ୍‌ରେ ଶୋଚନୀୟ ହାର ପରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ବିରୋଧରେ ବର୍ଷିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ସ୍ପିନର ଦାନିଶ କାନେରିଆ । ପିସିବି ବାରମ୍ବାର ସ୍କ୍ବାଡରୁ ବାହାର କରିବା ଧମକ ଦେଇ ପାକିସ୍ତାନ କ୍ରିକେଟରଙ୍କ ମନୋବଳକୁ ଆଘାତ ଦେଉଛି । ଯାହାଦ୍ବାରା କ୍ରିକେଟରମାନେ ଭଲ ପ୍ରଦର୍ଶନ କରିପାରୁନଥିବା ସେ 'X' ସାଇଟ୍‌ରେ ଟ୍ବିଟ କରି କହିଛନ୍ତି । ଦାନିଶଙ୍କ ଏହି ଅଭିଯୋଗ ପରେ ଆରମ୍ଭ ହୋଇଛି ଚର୍ଚ୍ଚା ।

  • While Team Afghanistan is focusing more on cricket and less on politics, Team Pakistan is focused less on cricket and more on geopolitics. @TheRealPCB is downgrading the morale of its cricketers by constantly issuing removal warnings to the captain in case of poor performance.…

    — Danish Kaneria (@DanishKaneria61) October 31, 2023 " class="align-text-top noRightClick twitterSection" data=" ">

ଏ ନେଇ ସେ କହିଛନ୍ତି, " ଗୋଟିଏ ପଟେ ଆଫଗାନିସ୍ତାନ କ୍ରିକେଟ ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ରାଜନୀତି ଉପରେ କମ ଧ୍ୟାନ ଦେଉଛି । ହେଲେ ପାକିସ୍ତାନ ଟିମ କ୍ରିକେଟ ଉପରେ ନୁହେଁ ବରଂ ଅଧିକ ଧ୍ୟାନ ଜିଓପଲିଟିକ୍ସ ଉପରେ ଦେଉଛି । ଦଳ ଖରାପ ପ୍ରଦର୍ଶନ କଲେ ପିସିବି କ୍ରିକେଟରଙ୍କୁ ବାରମ୍ବାର ସ୍କ୍ବାଡରୁ ବାହାର କରିଦେବା ୱାର୍ଣ୍ଣିଂ ଦେଇ ସେମାନଙ୍କ ମନୋବଳକୁ ଆଘାତ ପହଞ୍ଚାଉଛି । ଏଭଳି ସ୍ଥିତିରେ ଟିମ ଚୟନ କ୍ଷେତ୍ରରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାବର ଆଜମଙ୍କ ପ୍ରାଇଭେଟ ହ୍ବାଟ୍ସଆପ୍‌ ଚାର୍ଟ ଲିକ୍‌ ହେବା ପରେ ପିସିବି ମୁଖ୍ୟ ଚୟନକର୍ତ୍ତାରୁ ଇସ୍ତଫା ଦେଇଛନ୍ତି ଇଞ୍ଜାମମ୍‌-ଉଲ୍‌-ହକ୍‌ । ପାକିସ୍ତାନ ଟିମ ଏକ ଦୁର୍ବଳ ସ୍ଥିତି ଦେଇ ଗତି କରୁଛି । ଏଭଳି ସ୍ଥିତିରେ ପିସିବି ବୋର୍ଡ ଓ ଦଳରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ।"

ଏହା ବି ପଢନ୍ତୁ- Cricket World Cup 2023: ପିସିବି ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଇଞ୍ଜମାମ୍‌ ଉଲ୍‌ ହକ୍‌, ସଙ୍କଟରେ ବାବର ଆଣ୍ଡ କୋ

  • " class="align-text-top noRightClick twitterSection" data="">

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ହ୍ବାଇଟ ବଲ୍‌ କ୍ୟାପ୍ଟେନ୍ସି ମଧ୍ୟ ବିପଦରେ ପଡ଼ିଛି । ବିଶ୍ବକପ କ୍ରିକେଟ ଦିନିକିଆ ମ୍ୟାଚ୍‌ରେ ଦଳର ଖରାପ ପ୍ରଦର୍ଶନ ପରେ ଏହି ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଦଳ ପ୍ରଥମ ୨ଟି ମ୍ୟାଚ୍‌ ଜିତିବା ପରେ ତୃତୀୟ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ୍‌ରେ ଭାରତଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ । ଏହାପରେ ପାକିସ୍ତାନ ବିଜୟଧାରାକୁ ଫେରିପାରୁନାହିଁ ।

ପାକିସ୍ତାନଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାଠୁ କ୍ରମାଗତ ଭାବେ ୪ଟି ମ୍ୟାଚ୍‌ ହାରିବା ପରେ ଆଜି ସପ୍ତମ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳୁଛି । ତେବେ ଆଜିର ମ୍ୟାଚ୍‌ରେ ଦୃଢ ସ୍ଥିତିକୁ ଫେରିଛି ଟିମ । ଆଜି ବାଂଲାଦେଶ ବିପକ୍ଷରେ ପାକିସ୍ତାନ ବୋଲର୍‌ଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଫଳରେ ୨୦୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା ବାଂଲାଦେଶ । ଏହାପରେ ପାକିସ୍ତାନ ଆଗାମୀ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.