ETV Bharat / sports

Women's World Cup: ଝୁଲଣ ଗୋସ୍ବାମୀ ଦୁଇଶହ ODIs ମ୍ୟାଚ୍‌ ଖେଳିବାରେ ବିଶ୍ବରେ ଦ୍ବିତୀୟ ମହିଳା କ୍ରିକେଟର

author img

By

Published : Mar 19, 2022, 4:46 PM IST

Women's World Cup: Jhulan Goswami becomes second woman cricketer to play 200 ODIs
Women's World Cup: ଝୁଲଣ ଗୋସ୍ବାମୀ ଦୁଇଶହ ODIs ମ୍ୟାଚ୍‌ ଖେଳିବାରେ ବିଶ୍ବରେ ଦ୍ବିତୀୟ ମହିଳା କ୍ରିକେଟର

ଭେଟେରାନ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଆଉ ଏକ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ବିଶ୍ବର ଦ୍ବିତୀୟ ମହିଳା କ୍ରିକେଟର ଭାବେ ୨୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଝୁଲଣ । ଅଧିକ ପଢନ୍ତୁ

ଅକଲାଣ୍ଡ୍‌: ଭେଟେରାନ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଆଉ ଏକ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ବିଶ୍ବର ଦ୍ବିତୀୟ ମହିଳା କ୍ରିକେଟର ଭାବେ ୨୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଝୁଲଣ । ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଚଳିତ ମହିଳା ODI ବିଶ୍ବକପ ୨୦୨୨ରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି ଗୋସ୍ବାମୀ ।

ଭାରତୀୟ କ୍ୟାପଟେନ ମିତାଲି ରାଜଙ୍କ ନାମରେ ମହିଳା କ୍ରିକେଟରେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ଖେଳିବାର ରେକର୍ଡ ରହିଛି । ଏଯାବତ ୨୩୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି ମିତାଲି । ୧୯୧ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ଏହି ତାଲିତାର ତୃତୀୟରେ ଅଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟର ଏଡୱାର୍ଡ୍‌ସ ରହିଛନ୍ତି ।

ପୂର୍ବରୁ ୩୯ ବର୍ଷୀୟ ଗୋସ୍ବାମୀ ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟରେ ୨୫୦ ୱିକେଟ ହାସଲ କରିଥିଲେ । ଏଥିସହ ମହିଳା ଦିନିକିଆ ବିଶ୍ବକପ ଇତିହାସରେ ସର୍ବାଧିକ ୱିକେଟ ହାସଲକାରୀ ବୋଲରଙ୍କ ମଧ୍ୟରେ ଗୋସ୍ବାମୀ ରହିଛନ୍ତି । ମୋଟ ୩୯ ୱିକେଟ ସହ ଗୋସ୍ବାମୀ, ଅଷ୍ଟ୍ରେଲିଆର ଲିନେଟ ଅନ ଫୁଲଷ୍ଟନଙ୍କୁ(୧୯୮୨-୧୯୮୮) ପଛରେ ପକାଇଛନ୍ତି । ହାମିଲଟନରେ ଚଳିତ ବିଶ୍ବକପ ଟୁର୍ନାମେଣ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୪୦ତମ ୱିକେଟ ହାସଲ କରିଥିଲେ । ପ୍ରାୟ ଦୁଇ ଦଶନ୍ଧି ଧରି ରହିଥିବା ଗୋସ୍ବାମୀଙ୍କ ଦୀର୍ଘ ସଫଳତମ କ୍ୟାରିୟରରେ ୨୦୦୫ରେ ଡେବ୍ୟୁ ପରେ ମୋଟ ୫ଟି ବିଶ୍ବକପରେ ଅଂଶଗ୍ରହଣ କରିସାରିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.