ETV Bharat / sports

ICC Ranking: ମିଥାଲିଙ୍କ ସ୍ଥାନ ସ୍ଥିର, ନବମରେ ସ୍ମୃତି

author img

By

Published : Jun 8, 2022, 12:36 PM IST

ICC Ranking
ICC Ranking

ପ୍ରକାଶ ପାଇଛି ସଦ୍ୟତମ ମହିଳା ଦିନିକିଆ ତାଲିକା । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ପ୍ରକାଶିତ ମହିଳା ଦିନିକିଆ ରାଙ୍କିଙ୍ଗରେ ଭାରତୀୟ ତାରକା ମିଥାଲି ରାଜ ପୂର୍ବପରି ସପ୍ତମ ସ୍ଥାନରେ ରହିଥିବାବେଳେ ସ୍ମୃତି ମାନ୍ଧନା ନବମ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ

ଦୁବାଇ: ପ୍ରକାଶ ପାଇଛି ସଦ୍ୟତମ ମହିଳା ଦିନିକିଆ ତାଲିକା । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ପ୍ରକାଶିତ ମହିଳା ଦିନିକିଆ ରାଙ୍କିଙ୍ଗରେ ଭାରତୀୟ ତାରକା ମିଥାଲି ରାଜ ପୂର୍ବପରି ସପ୍ତମ ସ୍ଥାନରେ ରହିଥିବାବେଳେ ସ୍ମୃତି ମାନ୍ଧନା ନବମ ସ୍ଥାନରେ ରହିଛନ୍ତି । ବ୍ୟାଟିଂ ତାଲିକାରେ ଅଷ୍ଟ୍ରେଲିଆର ଅଲିସା ହିଲି ଶୀର୍ଷ ସ୍ଥାନରେ ଓ ଇଂଲଣ୍ଡର ନାଟାଲିଏ ସ୍କିଭର ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ବୋଲିଂ ତାଲିକାରେ ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ପଞ୍ଚମ ସ୍ଥାନରେ ରହିଛନ୍ତି । ଦିପ୍ତୀ ଶର୍ମା ସପ୍ତମ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ପାକିସ୍ତାନ ଓପନର ସିଦ୍ରା ଅମିନ 19ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ 35 ତମ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କା ଅଧିନାୟିକା ଚମାଚୀ ଆଟାପାଟୁ 6ଟି ସ୍ଥାନ ଉପରକୁ ଉଠି 23ତମ ସ୍ଥାନରେ ରହିଛନ୍ତି । ପାକିସ୍ତାନ ବିପକ୍ଷ ସିରିଜରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ବୋଲିଂ ତାଲିକାରେ ଇଂଲଣ୍ଡର ସୋଫି ଇକ୍ଲେଷ୍ଟୋନ ଶୀର୍ଷରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ଶବନିମ ଇସମେଲ ଓ ଅଷ୍ଟ୍ରେଲିଆର ଜେସ ଜୋନସିନ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.