ETV Bharat / sports

ମହିଳା ଦିବାରାତ୍ର ଟେଷ୍ଟ: ୩୭୭/୮ରେ ଭାରତର ପ୍ରଥମ ଇଂନିସ ଘୋଷଣା

author img

By

Published : Oct 2, 2021, 3:53 PM IST

Women's day/night Test: India declare first innings at 377/8
ମହିଳା ଦିବାରାତ୍ର ଟେଷ୍ଟ: ୩୭୭/୮ରେ ଭାରତର ପ୍ରଥମ ଇଂନିସ ଘୋଷଣା

ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଦିବାରାତ୍ର ଟେଷ୍ଟରେ ଭାରତ ପ୍ରଥମ ଇଂନିସ ୩୭୭/୮ରେ ଘୋଷଣା କରିଛି । ଅଧିକ ପଢନ୍ତୁ...

ଗୋଲ୍ଡ କୋଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଦିବାରାତ୍ର ଟେଷ୍ଟରେ ଭାରତ ପ୍ରଥମ ଇଂନିସ ୩୭୭/୮ରେ ଘୋଷଣା କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ଇଂନିସ ଘୋଷଣା କରିଛି ।

ଦିପ୍ତୀ ଶର୍ମାଙ୍କ ୧୬୭ ବଲ୍‌ରୁ ୬୬ ରନ୍‌ର ଇଂନିସ ଶେଷ ହେବାପରେ ଭ୍ରମଣକାରୀ ଭାରତ ଇଂନିସ ଘୋଷଣା କରିଥିଲା ।

୮ଟି ଚୌକା ସହାୟତାରେ ଏହି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ଦିପ୍ତୀ । ଏହା ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ମଧ୍ୟ ହୋଇଛି । ପୂର୍ବରୁ ଓପନର ସ୍ମୃତି ମାନ୍ଧାନା ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ମହିଳା ଭାବେ କ୍ରିକେଟର ଲମ୍ବା ଫର୍ମାଟରେ ଶତକ ହାସଲ କରି ରେକର୍ଡ କରିଥିଲେ । ଡିନର ବ୍ରେକ୍‌ର ମାତ୍ର କିଛି ସମୟ ପରେ ଦିପ୍ତୀ ଆଉଟ୍‌ ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର:

ଭାରତ ପ୍ରଥମ ଇଂନିସ: ୩୭୭/୮, ଇଂନିସ ଘୋଷଣା ୧୪୫ ଓଭର(ସ୍ମୃତି ମାନ୍ଧାନା ୧୨୭, ଦିପ୍ତୀ ଶର୍ମା ୬୬; ସୋଫି ମୋଲିନିକ୍ସ ୨/୪୫, ଏଲିସ ପେରୀ ୨/୭୬, ଷ୍ଟେଲା କ୍ୟାମ୍ପବେଲ୍‌ ୨/୪୭)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.