ETV Bharat / sports

IndW vs BanW 2nd ODI: ଜେମିମାଙ୍କ ଜବରଦସ୍ତ ବ୍ୟାଟିଂ, 108 ରନରେ ଜିତିଲା ଭାରତ

author img

By

Published : Jul 20, 2023, 12:12 PM IST

IndW vs BanW 2nd ODI
india vs bangladesh second odi

ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ 108 ରନରେ ଦମଦାର ବିଜୟ ହାସଲ କରିଛି । ଜେମିମା ରୋଡ୍ରିଗ୍ସ ଭାରତକୁ ଜିତାଇଛନ୍ତି । ଅଧିକ ପଢନ୍ତୁ

ଢାକା: ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଜବରଦସ୍ତ ବିଜୟ ହାସଲ କରିଛି ଭରତୀୟ ମହିଳା ଦଳ । ଘରୋଇ ଦଳକୁ 108ରେ ପରାସ୍ତ କରିଛି ଭାରତ । ଜେମିମା ରୋଡ୍ରିଗ୍ସଙ୍କ ଦମଦାର 86 ରନ ବଳରେ ଭାରତ ବଡ ବିଜୟ ହାସଲ କରିଛି । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ 1-1ରେ ବରାବର ରହିଛି । ଦମଦାର ପାଳି ଖେଳିଥିବାରୁ ଜେମିମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ସ୍ମୃତି ମାନ୍ଧାନା ଓ ପ୍ରିୟା ପୁନିଆ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 17ରନରେ ପ୍ରିୟା ପୁନିଆ 7 ରନ କରି ଆଉଟ ହୋଇଥିଲେ । ସ୍ମୃତି ମାନ୍ଧାନା ୟାସ୍ତିକା ଭାଟିଆ ବ୍ୟାଟିଂ ଜାରି ରଖିଥିଲେ । ଦଳୀୟ ସ୍କୋର 40ରେ ୟାସ୍ତିକା ଭାଟିଆ 15 ରନ କରି ଆଉଟ ହୋଇଥିଲେ । ପରେ ସ୍ମୃତି ମାନ୍ଧାନା 58 ବଲରୁ 36 ରନ କରି ଆଉଟ ହୋଇଥିଲେ । ହର୍ଲିନ ଦେଓଲ ଓ ଜେମିମା ସ୍ଥିତି ସମ୍ଭାଳି ବ୍ୟାଟିଂ କରିଥିଲେ । ଚମତ୍କାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ଜେମିମା । ଦଳୀୟ ସ୍କୋର 199ରେ ହର୍ଲିନ 25ରନ କରି ଆଉଟ ହୋଇଥିଲେ । ଅଧିନାୟିକା ହର୍ମନପ୍ରୀତ ଓ ଜେମିମା ଦୃଢ ବ୍ୟାଟିଂ କରିଥିଲେ । ଜେମିମା ସର୍ବାଧିକ 86 ରନ କରିଥିଲେ । ହର୍ମନପ୍ରୀତ 52 ରନ କରିଥିଲେ । ଭାରତ ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 228 ରନ କରିଥିଲା ।

ଏହା ବି ପଢନ୍ତୁ...Mens Emerging Asia Cup: ସାଇ ସୁଦର୍ଶନଙ୍କ ଶତକ, ପାକିସ୍ତାନକୁ 8 ୱିକେଟରେ ହରାଇଲା ଭାରତ

ଏହା ବି ପଢନ୍ତୁ...IndW vs BanW 1st ODI: ଇତିହାସ ରଚିଲା ବାଂଲାଦେଶ, ପ୍ରଥମ ଥର ପାଇଁ ହାରିଲା ଭାରତ

ଜବାବାରେ ବାଂଲାଦେଶ 38 ରନରେ 3ଟି ୱିକେଟ ହରାଇଥିଲା । ଫରଗାନ ହକଙ୍କ 47 ରନ ବଳରେ ଦଳ 100 ରନ ଛୁଇଁଥିଲା । 35. 1 ଓଭରରେ ଦଳ ଅଲଆଉଟ ହୋଇଥିଲା । ଶେଷ 7 ୱିକେଟରେ ଘରୋଇ ଦଳ ମାତ୍ର 14 ରନ କରିଥିଲା । ବାଂଲାଦେଶର ବିପର୍ଯ୍ୟୟ ଘଟାଇ 108 ରନରେ ବାଜି ମାରି ନେଇଛି ମହିଳା ଭାରତୀୟ ଦଳ । ଭାରତ ପକ୍ଷରୁ ସ୍ପିନର ଦେବିକା 3 ଓ ଜେମିମା 4ଟି ୱିକେଟ ଅକ୍ତିଆର କରିଥିଲେ । ଜେମିମା ଅଲରାଉଣ୍ଡର ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.