ETV Bharat / sports

WPL 2023: ବିକ୍ରି ହେଲା ୫ଟି ଟିମ୍, BCCI ମାଲାମାଲ୍

author img

By

Published : Jan 25, 2023, 5:30 PM IST

ମହିଳା IPLର ପ୍ରଥମ ସଂସ୍କରଣରେ ୫ ଦଳ ଖେଳିବେ । ମହିଳା ଆଇପିଏଲ ଟିମ ନିଲାମୀରେ BCCIକୁ ୪୬୬୯.୯୯ କୋଟି ଟଙ୍କା ଲାଭ ହୋଇଛି । ଅଧିକ ପଢନ୍ତୁ

ମହିଳା ପ୍ରିମିୟର ଲିଗ
ମହିଳା ପ୍ରିମିୟର ଲିଗ

ହାଇଦ୍ରାବାଦ : ମହିଳା ଭାରତୀୟ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ମହିଳା IPL ର ପ୍ରଥମ ସଂସ୍କରଣରେ ୫ ଦଳ ଖେଳିବେ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଇପିଏଲ ଟିମ ନିଲାମୀରେ BCCIକୁ ୪୬୬୯.୯୯ କୋଟି ଟଙ୍କା ଲାଭ ହୋଇଛି । ସେପଟେ BCCI ସଚିବ ଜୟ ଶାହା କହିଛନ୍ତି ମହିଳା IPLର ଅଫିସିଆଲ ନାମ ଏବେ ମହିଳା ପ୍ରିମିୟର ଲିଗ ହୋଇଛି ।

  • Today is a historic day in cricket as the bidding for teams of inaugural #WPL broke the records of the inaugural Men's IPL in 2008! Congratulations to the winners as we garnered Rs.4669.99 Cr in total bid. This marks the beginning of a revolution in women's cricket and paves the

    — Jay Shah (@JayShah) January 25, 2023 " class="align-text-top noRightClick twitterSection" data=" ">

ମହିଳା ପ୍ରିମିୟର ଲିଗରେ ୫ ଟି ଚଳିତ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ ଟି ମହିଳା ପ୍ରିମିୟର ଲିଗ ଟିମର ନିଲାମୀ ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମର ବୋଲି ଅହମ୍ମଦାବାଦ ଟିମ ଦେଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆୱିନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ତେବେ ଚଳିତ ଥର ମହିଳା IPL ରେ ଆଦାନୀ ଗ୍ରୁପ ଏବଂ ଆମ୍ବାନୀ ଗ୍ରୁପ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରହିଛି ।

  • The @BCCI has named the league - Women's Premier League (WPL). Let the journey begin....

    — Jay Shah (@JayShah) January 25, 2023 " class="align-text-top noRightClick twitterSection" data=" ">

BCCI ସଚିବ ଜୟ ଶାହା ଏବାବଦରେ କହିଛନ୍ତି, "କ୍ରିକେଟରେ ଆଜି ଏକ ଐତିହାସିକ ଦିନ । କାରଣ ମହିଳା ପ୍ରିମିୟର ଲିଗର ଉଦଘାଟନ ପାଇଁ ଲଗାଯାଇଥିବା ବୋଲି ୨୦୦୮ରେ ଉଦଘାଟନ ହୋଇଥିବା ପୁରୁଷ IPLର ରେକର୍ଡକୁ ଭାଙ୍ଗିଦେଇଛି । ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଥିବା ବିଜେତା ଟିମକୁ ଶୁଭେଚ୍ଛା । ଏହି ନିଲାମୀ ପ୍ରକ୍ରିୟାରେ BCCIକୁ ୪୬୬୯.୯୯ କୋଟି ଟଙ୍କା ପ୍ରାପ୍ତ ହୋଇଛି । ଏହା ମହିଳା କ୍ରିକେଟରେ ଏକ କ୍ରାନ୍ତି ଆରମ୍ଭର ପ୍ରତୀକ ।"

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମହିଳା ପ୍ରିମିୟର ଲିଗ ପାଇଁ ଏପର୍ଯ୍ୟନ୍ତ ଖେଳସୂଚୀ ଜାରି କରିନାହିଁ । ହେଲେ ଯାହା ମିଡିଆ ରିପୋର୍ଟ ଅନୁଯାୟୀ ମହିଳା IPLର ପ୍ରଥମ ସଂସ୍କରଣ ମାର୍ଚ୍ଚ ମାସରେ ହୋଇପାରେ । ତେବେ ଏହା ପୂର୍ବରୁ ଖେଳାଳିମାନଙ୍କର ନିଲାମୀ ହେବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ମୁମ୍ବାଇ ବ୍ରେବୋର୍ନ ଷ୍ଟାଡିୟମ ଏବଂ DY ପାଟିଲ ଷ୍ଟାଡିୟମରେ ଖେଳା ଯିବାନେଇ କୁହାଯାଉଛି । ତେବେ ମହିଳା ପ୍ରିମିୟର ଲିଗର ପ୍ରଥମ ପ୍ରଥମ ସଂସ୍କରଣରେ ୨୨ ଟି ମ୍ୟାଚ ହେବାର ସମ୍ଭାବନା ରହିଛି । ସେପଟେ ପ୍ରଥମ ସଂସ୍କରଣରେ ବିଜେତା ଦଳ ପାଇଁ ୬ କୋଟି ଟଙ୍କାର ପୁରସ୍କାର ରାଶି ରହିଛି । ଉପବିଜେତା ଟିମ ପାଇଁ ୩ କୋଟି ଟଙ୍କା ପୁରସ୍କାର ରାଶି ରହିଛି । ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳ ପାଇଁ ପୁରସ୍କାର ରାଶି ଏକ କୋଟି ଟଙ୍କା ରହିଛି ।

ମହିଳା ପ୍ରିମିୟର ଲିଗ ୫ ଟିମ-ଆଦାନୀ ସ୍ସୋର୍ଟସ ଲାଇନ, ଅହମ୍ମଦାବାଦ, ୧୨୮୯ କୋଟି ଟଙ୍କା । ଇଣ୍ଡିଆୱିନ ସ୍ସୋର୍ଟସ, ରିଲାଏନ୍ସ ଗ୍ରୁପ, ୯୧୨.୯୯ କୋଟି ଟଙ୍କା । ରୋୟାଲ ଚ୍ୟାଲେଞ୍ଜର୍ସ ସ୍ସୋର୍ଟସ, ବେଙ୍ଗାଲୁରୁ, ୯୦୧ କୋଟି ଟଙ୍କା । JSW GMR କ୍ରିକେଟ, ଦିଲ୍ଲୀ, ୮୧୦ କୋଟି ଟଙ୍କା । କୈପ୍ରୀ ଗ୍ଲୋବାଲ ହୋଲ୍ଡିଙ୍ଗ୍ସ, ଲକ୍ଷ୍ନୌ, ୭୫୭ କୋଟି ଟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.