ETV Bharat / sports

Ind vs SA ODI: ଚହରଙ୍କ ବଦଳରେ ସ୍ଥାନ ପାଇଲେ ୱାସିଙ୍ଗଟନ ସୁନ୍ଦର

author img

By

Published : Oct 8, 2022, 6:22 PM IST

Ind vs SA ODI : ଦୀପକ ଚହରଙ୍କ ବଦଳରେ ସ୍ଥାନ ପାଇଲେ ୱାସିଙ୍ଗଟନ ସୁନ୍ଦର
Ind vs SA ODI : ଦୀପକ ଚହରଙ୍କ ବଦଳରେ ସ୍ଥାନ ପାଇଲେ ୱାସିଙ୍ଗଟନ ସୁନ୍ଦର

ଭାରତୀୟ ଷ୍ଟାର ବୋଲର ଦୀପକ ଚହର ଆହତ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଯୁବ ବୋଲର ୱାସିଙ୍ଗଟନ ସୁନ୍ଦର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟରଙ୍କ ଆହତ ସମସ୍ୟା ପିଛା ଛାଡୁନାହିଁ । ଭାରତୀୟ ଷ୍ଟାର ବୋଲର ଦୀପକ ଚହର ଆହତ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଯୁବ ବୋଲର ୱାସିଂଟନ ସୁନ୍ଦର । ଏନେଇ ବିସିସିଆଇ ଆଜି (ଶନିବାର) ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ବିତୀୟ ଓ ତୃତୀୟ ଦିନିକିଆରେ ୱାସିଂଟନ ସୁନ୍ଦର ଦୀପକ ଚହରଙ୍କ ବଦଳରେ ଖେଳିବେ ।

ବିସିସିଆଇର ସର୍ବଭାରତୀୟ ବରିଷ୍ଠ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାକିଥିବା ଦୁଇଟି ଦିନିକିଆ ମ୍ୟାଚ ପାଇଁ ଫାଷ୍ଟ ବୋଲର ଦୀପକ ଚହରଙ୍କ ବଦଳରେ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଚୟନ କରିଛି । ୱାସିଙ୍ଗଟନ ସୁନ୍ଦର ଚଳିତ ବର୍ଷ ଫେବୃଆରୀ ମାସରେ ଶେଷ ଥର ପାଇଁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । ସେ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ଚାରୋଟି ମ୍ୟାଚ ଖେଳି ୫ଟି ୱିକେଟ ଅକ୍ତିଆର କରିବା ସହିତ ୫୭ ରନ୍‌ ସଂଗ୍ରହ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ପରେ ଦୀପକ ଚହରଙ୍କ ପିଠିରେ ଆଘାତ ଲାଗିଥଲା । ଯେଉଁକାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ଚୂଡାନ୍ତ ଏକାଦଶରୁ ବାଦ ପଡିଥିଲେ । ପରେ ବିସିସିଆଇ ତାଙ୍କ ଆହତ ସମସ୍ୟା ନେଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିବା ନେଇ ସୂଚନା ଦେଇଥିଲା । ବିସିସିଆଇର ମେଡିକାଲ ଟିମ ହେପାଜାତରେ ଦୀପକ ଚହର ଏବେ ଜାତୀୟ କ୍ରୀଡା ଏକାଡେମୀ ତଥା NCA ରେ ରହିବେ । ସେହିପରି ଟି୨୦ ବିଶ୍ବକପ ସ୍କ୍ବାଡରେ ଦୀପକ ଚହର ଷ୍ଟାଣ୍ଡବାଏରେ ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆସନ୍ତାକାଲି (ରବିବାର) ରାଞ୍ଚିରେ ଦ୍ବିତୀୟ ଦିନିକିଆ ଖେଳିବ ଭାରତ । ସେହିପରି ତୃତୀୟ ଦିନିକିଆ ଅକ୍ଟୋବର ୧୧ରେ ଦିଲ୍ଲୀରେ ଖେଳାଯିବ । ଏହି ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ ରେ ସିରିଜରେ ଆଗୁଆ ରହିଛି । ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୯ ରନରେ ପରାସ୍ତ କରିଥିଲା । ବର୍ଷା କାରଣରୁ ୫୦ ଓଭର ପରିବର୍ତ୍ତେ ୪୦ ଓଭରରେ ମ୍ୟାଚ୍‌ ଖେଳାଯାଇଥିଲା । ଟସ୍‌ ହାରି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୪ ୱିକେଟ ହାରାଇ ୨୪୯ ରନ କରିଥିଲା । ଏହାର ଜବାବରେ ଭାରତ ୪୦ ଓଭରରେ ୮ ୱିକେଟ ହରାଇ ୨୪୦ ରନ କରିଥିଲା ।

ଭାରତୀୟ ଦିନିକିଆ ସ୍କ୍ବାଡ

ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲ, ଶ୍ରେୟାସ ଆୟର (ଉପ ଅଧିନାୟକ), ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶାନ, ସଞ୍ଜୁ ସାମସନ, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋୟୀ, ମୁକେଶ କୁମାର, ଆଭେଷ ଖାନ, ମହମ୍ମଦ ସିରାଜ, ୱାସିଂଟନ ସୁନ୍ଦର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.