ETV Bharat / sports

KL Rahul Marriage: ରାହୁଲଙ୍କୁ ସାଥୀ ଖେଳାଳିଙ୍କ ଗିଫ୍ଟ , ଘର ଆଗରେ ଗଦା ହେଲା କାର-ବାଇକ୍

author img

By

Published : Jan 25, 2023, 8:39 PM IST

ଆଥିୟା ସେଟ୍ଟୀ ଓ କେଏଲ ରାହୁଲ
ଆଥିୟା ସେଟ୍ଟୀ ଓ କେଏଲ ରାହୁଲ

ଜାନୁଆରୀ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାହୁଲ । ଯେଉଁଥିରେ କୋଟି କୋଟି ଟଙ୍କାର ଗାଡି ଉପହାର ଦେଇଛନ୍ତି ଭାରତୀୟ କ୍ରିକେଟର । ଅଧିକ ପଢନ୍ତୁ

ହାଇଦ୍ରାବାଦ : କେଏଲ ରାହୁଲଙ୍କୁ ଦାମୀ ଉପହାର ଦେଇଛନ୍ତି ଭାରତୀୟ କ୍ରିକେଟର । ରନ ମେସିନ ବିରାଟ କୋହଲି କେଏଲ ରାହୁଲଙ୍କୁ BMW କାର ଗିଫ୍ଟ ଦେଇଛନ୍ତି । ସେହିପରି କ୍ୟାପଟେନ କୁଲ ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏକ ଦାମୀ ବାଇକ ଉପହାର ଦେଇଛନ୍ତି । ଜୀବନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଭାରତୀୟ କ୍ରିକେଟର କେଏଲ ରାହୁଲ । ଜାନୁଆରୀ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାହୁଲ । ଦୀର୍ଘ ଦିନର ବାନ୍ଧବୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ବିବାହ କରିଛନ୍ତି କେଏଲ ରାହୁଲ । ତେବେ ଉଭୟ ଷ୍ଟାର କପିଲଙ୍କ ବିବାହ ସରିଥିବା ବେଳେ ଏବେ ଉଭୟଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

ଏହି ଅବସରରେ ରାହୁଲଙ୍କୁ ହୋଇଛି ଉପହାର ବର୍ଷା । ଯେଉଁଥିରେ କୋଟି କୋଟି ଟଙ୍କାର ଗାଡି ଉପହାର ଦେଇଛନ୍ତି ଭାରତୀୟ କ୍ରିକେଟର । ମିଡିଆ ରିପୋର୍ଟ ଅନୁସାରେ ଷ୍ଟାର ବ୍ୟାଟର ବିରାଟ କୋହଲି ରାହୁଲଙ୍କୁ ଏକ BMW କାର ଗିଫ୍ଟ ଦେଇଛନ୍ତି । ରିପୋର୍ଟରେ ଏହାର ମୂଲ୍ୟ ୨.୧୭ କୋଟି ଟଙ୍କା ରହିଛି । ସେହିପରି ମହେନ୍ଦ୍ର ସିଂହ ଧୋନୀ ଏକ ଦାମୀ ବାଇକ୍ ଉପହାର ଦେଇଛନ୍ତି । ରିପୋର୍ଟ ଅନୁସାରେ ସେହି ବାଇକର ମୂଲ୍ୟ ପାଖାପାଖି ୮୦ ଲକ୍ଷ ଟଙ୍କା ରହିଛି । କ୍ୟାପଟେନ କୁଲଙ୍କର ନିଜର ବାଇକ ପ୍ରତି ପ୍ରବଳ ଦୁର୍ବଳତା ରହିଛି । ସେ ରାହୁଲଙ୍କ ବାହାଘରରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କେଏଲ ରାହୁଲଙ୍କୁ ଏକ ଦାମୀ ବାଇକ ଉପହାର ଦେଇଛନ୍ତି ।

ଜାନୁଆରୀ ୨୩ରେ ହୋଇଥିଲା ବିବାହ

ଜୀବନରେ ନୂଆ ଇଂନିସ ଆରମ୍ଭ କରିଛନ୍ତି ୱିକେଟ କିପର ବ୍ୟାଟର ଲୋକେଶ ରାହୁଲ । ଦୀର୍ଘ ଦିନର ବାନ୍ଧବୀ ଆଥିଆ ସେଟ୍ଟୀଙ୍କ ସହିତ ଜାନୁଆରୀ ୨୩ ତାରିଖରେ ସାତ ଫେରା ନେଇଛନ୍ତି ରାହୁଲ । ଭାରତୀୟ କ୍ରିକେଟର ରାହୁଲ ଏବଂ ଅଭିନେତ୍ରୀ ଆଥିଆ ସେଟ୍ଟୀ ହାତକୁ ଦି ହାତ ହୋଇଛନ୍ତି । ମୁମ୍ବାଇସ୍ଥିତ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଉଭୟଙ୍କୁ ଫଟୋକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ । ତେବେ ଉଭୟଙ୍କ ପରିବାର ଆଗକୁ ଗ୍ରାଣ୍ଡ ରିସେପସନ ପାର୍ଟି ଦେବାର ଯୋଜନା ରହିଛି । ଯେଉଁଥିରେ ୩୦୦୦ ଅତିଥି ସାମିଲ ହେବେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.