ETV Bharat / sports

ଏହି ନୂଆ ରେକର୍ଡର ଅଧିକାରୀ ହେଲେ କୋହଲି

author img

By

Published : Sep 2, 2021, 7:11 PM IST

ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୩ ହଜାର ରନ୍ ପୂରଣ କଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଏହି କ୍ରମରେ ବିରାଟ କୋହଲି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅଧିକ ପଢ଼ନ୍ତୁ...

ଏହି ନୂଆ ରେକର୍ଡର ଅଧିକାରୀ ହେଲେ ବିରାଟ କୋହଲି
ଏହି ନୂଆ ରେକର୍ଡର ଅଧିକାରୀ ହେଲେ ବିରାଟ କୋହଲି

ଓଭାଲ: ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୩ ହଜାର ରନ୍ ପୂରଣ କଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଏହି କ୍ରମରେ ବିରାଟ କୋହଲି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାର ରନ ପୂରଣ କରିବାରୁ ସଚିନ ତେନ୍ଦୁଲକର 522 ଟି ଇନିଂସ ଖେଳିଥିଲେ । କିନ୍ତୁ ବିରାଟ କୋହଲି ମାତ୍ର 490ଟି ଇନିଂସରେ ଏହି ମାଇଲ ଖୁଣ୍ଟ ଛୁଇଁଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଏହି ରେକର୍ଡ ହାସଲ କରିଛନ୍ତି । ଏହି କ୍ରମରେ ସେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ (544) ଓ କୁମାର ସାଙ୍ଗାକାରଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେବେ ପୂର୍ବରୁ ବିଶ୍ବରେ ଏଭଳି କିର୍ତ୍ତୀନାମା କେବଳ ୬ ଜଣ କ୍ରିକେଟରଙ୍କ ନାମରେ ରହିଥିଲା । ତେବେ ବର୍ତ୍ତମାନ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ରନ ମେସିନ ବିରାଟ କୋହଲି ।

୨୩ ହଜାର ରନ କ୍ଲବରେ ସାମିଲ ହେବାକୁ କୋହଲି ୮୯ଟି ଟି-୨୦ ଇନିଂସ, ୨୪୫ଟି ଦିନିକିଆ ଓ ୧୬୨ଟି ଟେଷ୍ଟ ଇନିଂସ ଖେଳିବାକୁ ପଡ଼ିଛି । ବିରାଟ କୋହିଲ ବର୍ତ୍ତମାନ ଫର୍ମରେ ନାହାନ୍ତି । ଗତ ୨୦୧୯ ମସିହା ନଭେମ୍ବର ମାସରେ ସେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ । ଏହାପରଠୁ ଶତକ ମରୁଡ଼ିରେ ରହିଛନ୍ତି ବିରାଟ କୋହିଲ । ଏହାରି ମଧ୍ୟରେ ସେ ଏକ ନୂଆ ରେକର୍ଡରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.