ETV Bharat / sports

EngvsInd 4th test: ଭାରତର ବ୍ୟାଟିଂ ବିପର୍ଯ୍ୟୟ, କୋହଲି-ଶାର୍ଦ୍ଦୁଳଙ୍କ ଅର୍ଦ୍ଧଶତକ

author img

By

Published : Sep 2, 2021, 9:33 PM IST

Eng vs Ind 4th test: ଭାରତର ବ୍ୟାଟିଂ ବିପର୍ଯ୍ୟୟ, କୋହିଲିଙ୍କ ଅର୍ଦ୍ଧଶତକ
Eng vs Ind 4th test: ଭାରତର ବ୍ୟାଟିଂ ବିପର୍ଯ୍ୟୟ, କୋହିଲିଙ୍କ ଅର୍ଦ୍ଧଶତକ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ । ଅଧିକ ପଢନ୍ତୁ...

ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ । ତେବେ ଭାରତୀୟ ବ୍ୟାଟ୍ସମ୍ୟାନ ପୁଣି ଇଂଲଣ୍ଡ ସାମ୍ନାରେ ଆତ୍ମାସମର୍ପଣ କରିଛନ୍ତି । ଭାରତର ଓପନିଂ ଯୋଡ଼ି ପୁଣି ଫେଲ ମାରିଛନ୍ତି । ମାତ୍ର ୨୮ ରନ ଦଳୀୟ ସ୍କୋର ବେଳେ ରୋହିତ ଶର୍ମା ୧୭ ରନ କରି ଆଉଟ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଭାରତ ୱିକେଟ ହରାଇବା ଆରମ୍ଭ କଲା ।

କେ.ଏଲ ରାହୁଲ ୧୧ ରନ କରି ପାଭେଲିୟନ ଫେରିଥିଲେ । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ଶାର୍ଦ୍ଦୁଳ ଠାକୁର ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଦଳୀୟ ସ୍କୋର ୧୦୫ ହୋଇଥିବା ବେଳେ ରବିନସନଙ୍କ ବଲରେ ଆଉଟ ହୋଇ ପୁନଃ ଶତକରୁ ବଞ୍ଚିତ ହୋଇଛନ୍ତି କୋହଲି । ଶାର୍ଦ୍ଦୁଲ ଠାକୁର ୫୭ ରନ କରି କ୍ରୀସ୍ ୱକ୍ସଙ୍କ ଶିକାର ପାଲଟିଛନ୍ତି । ତେବେ ଭାରତ 191 ରନ କରି ଅଲଆଉଟ ହୋଇଛି ।

ତେବେ ଏହି ମ୍ୟାଚ କେଉଁ ଆଡ଼କୁ ଗତି କରିବ ତାହା ଇଂଲଣ୍ଡର ବ୍ୟାଟିଂ ପରେ ହିଁ ଜଣା ପଡ଼ିବ । କିନ୍ତୁ ଭାରତୀୟ ଦଳର ଟପ ଅର୍ଡର ଲଗାତାର ଫେଲ ମାରିବା ଏବେ ଅଧିନାୟକ ବିରାଟ କୋହଲିଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ ଓଭାଲ ଟେଷ୍ଟ ପାଇଁ ଭାରତୀୟ ଦଳରେ ଅଶ୍ବିନଙ୍କୁ ସାମିଲ ନକରାଯିବା ନେଇ କୋହଲି ସମାଲୋଚନାର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.