ETV Bharat / sports

Border Gavaskar Trophy: ରାହୁଲଙ୍କ ଫର୍ମ ନେଇ ସମାଲୋଚନା କଲେ ଭେଙ୍କଟେଶ ପ୍ରସାଦ

author img

By

Published : Feb 12, 2023, 7:27 AM IST

ରାହୁଲଙ୍କ ଫର୍ମ ନେଇ ସମାଲୋଚନା କଲେ ଭେଙ୍କଟେଶ ପ୍ରସାଦ
ରାହୁଲଙ୍କ ଫର୍ମ ନେଇ ସମାଲୋଚନା କଲେ ଭେଙ୍କଟେଶ ପ୍ରସାଦ

ଉପ ଅଧିନାୟକ କେଏଲ ରାହୁଲଙ୍କ ଫର୍ମ ନେଇ ଖପ୍ପା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ । କହିଲେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରାହୁଲଙ୍କ ଚୟନ ପକ୍ଷପାତ ଉପରେ ଆଧାରିତ ଥିଲା । ଅଧିକ ପଢ଼ନ୍ତୁ

  • Rahul’s selection is not based on performance but favouritism . Has been Consistently inconsistent and for someone who has been around for 8 years not converted potential into performances.
    One of the reasons why many ex-cricketers aren’t vocal despite seeing such favouritism..

    — Venkatesh Prasad (@venkateshprasad) February 11, 2023 " class="align-text-top noRightClick twitterSection" data=" ">

ମୁମ୍ବାଇ: ଫେବୃଆରୀ ୯ ତାରିଖରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ବର୍ଡର ଗାଭାସ୍କର ଟ୍ରଫି । ନାଗପୁରରେ ପ୍ରଥମ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଗୋଟିଏ ଇନିଂସ ଓ ୧୩୨ ରନରେ କଙ୍ଗାରୁ ଦଳକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ଦୁଇଟି ଯାକ ଇନିଂସ୍‌ରେ ଭାରତ ପାଇଁ ପ୍ରଭାଶାଳୀ ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହେଲେ ରବିନ୍ଦ୍ର ଜାଡ଼େଜା । ତେବେ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି ଲୋକେଶ ରାହୁଲ । ଯାହାକୁ ନେଇ ରାହୁଲଙ୍କୁ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦ ।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦ କହିଛନ୍ତି, "ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରାହୁଲଙ୍କ ଚୟନ ପକ୍ଷପାତ ଉପରେ ଆଧାରିତ ଥିଲା ।" ଲଗାତାର ଭଲ ପ୍ରଦର୍ଶନ ଜାରି ରଖିଥିବା ଶୁଭମନ ଗିଲଙ୍କ ବଦଳରେ ଏହି ମ୍ୟାଚ୍‌ରେ ଲୋକେଶ ରାହୁଲଙ୍କୁ ଚୟନ କରାଯାଇଥିଲା । କିନ୍ତୁ ରାହୁଲ ଏହି ମ୍ୟାଚ୍‌ରେ ୭୧ ବଲରେ ୨୦ ରନର ସଙ୍ଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ । ଏନେଇ ରାହୁଲ ଓ ଚୟନକର୍ତ୍ତାଙ୍କ ସମାଲୋଚନା କରିଛନ୍ତି ଭେଙ୍କଟେଶ ପ୍ରସାଦ । ନିଜ ଟ୍ବିଟର ପୃଷ୍ଠାରେ ସେ ଲେଖିଛନ୍ତି, "ରାହୁଲଙ୍କ ଚୟନ ପ୍ରଦର୍ଶନ ନୁହେଁ, ବରଂ ପକ୍ଷପାତ ଆଧାରରେ କରାଯାଇଛି । ତାଙ୍କ ପ୍ରଦର୍ଶନରେ ଲଗାତାର ଭାବେ ନିରନ୍ତରତାର ଅଭାବ ଦେଖାଦେଇଛି । ପ୍ରାୟ ୮ ବର୍ଷ ଧରି ଏଭଳି ଚାଲିଛି । ସେ ନିଜ କ୍ଷମତାକୁ ପ୍ରଦର୍ଶନରେ ବଦଳାଇ ପାରିନାହାନ୍ତି ।"

ରାହୁଲଙ୍କର ୪୬ ଟେଷ୍ଟ ମ୍ୟାଚ୍‌ରେ ଆଭରେଜ୍‌ ୩୪.୦୭ ରହିଛି । ତେଣୁ ସେ କହିଛନ୍ତି, "ଟେଷ୍ଟ କ୍ରିକେଟରେ ଅଭିଜ୍ଞତା ଦୃଷ୍ଟିରୁ ରୋହିତ ଶର୍ମାଙ୍କ ସହ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଉପଅଧିନାୟକ କରାଯିବା ଉଚିତ । ଅନ୍ତର୍ଜାତୀୟ କ୍ରିକେଟରେ ୮ ବର୍ଷରୁ ଅଧିକ ସମୟ ବିତାଇବା ପରେ ମଧ୍ୟ ୪୬ ଟେଷ୍ଟ ମ୍ୟାଚ୍‌ରେ ୩୪ ଆଭରେଜ୍‌ ବହୁତ କମ୍‌ ଅଟେ । ଏତେ ସୁଯୋଗ ଅନ୍ୟ କୌଣସି ଖେଳାଳିଙ୍କୁ ଦିଆଯାଇନାହିଁ । ଯେତେବେଳେ ଅନେକ ଖେଳାଳି ଭଲ ପ୍ରଦର୍ଶନ କରି ସୁଯୋଗ ଅପେକ୍ଷାରେ ରହିଛନ୍ତି, ଶୁଭମନ ଗିଲ ଭଲ ଲୟରେ ରହିଛନ୍ତି, ସରଫରାଜ ଖାନ ପ୍ରଥମ ଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି, ଏଭଳି ଅନେକ ଖେଳାଳି ରହିଛନ୍ତି, ଯେଉଁମାନେ ରାହୁଲଙ୍କ ଠାରୁ ଆଗରେ ରହିବା ପାଇଁ ହକଦାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.