ETV Bharat / sports

U19 Women's T20 World Cup: ଇଟିଭି ଭାରତ ଆଗରେ ଖୁସି ବ୍ୟକ୍ତ କଲେ କ୍ରିକେଟର ସୌମ୍ୟା

author img

By

Published : Jan 30, 2023, 4:49 PM IST

ସୌମ୍ୟା ତିୱାରୀ
ସୌମ୍ୟା ତିୱାରୀ

ଭୋପାଳର କ୍ରିକେଟର ସୌମ୍ୟା ତିୱାରୀ ଫାଇନାଲ ମ୍ୟାଚରେ ୩୭ ବଲରୁ ୨୪ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ୱମେନ୍ ଇନ୍ ବ୍ଲୁର ବିଜୟ ପରେ ସୌମ୍ୟାଙ୍କ ପରିବାର ସହିତ କଥା ହୋଇଥିଲେ ଇଟିଭି ଭାରତ ସମ୍ବାଦଦାତା । ଅଧିକ ପଢନ୍ତୁ

ICC U19 Women's T20 World Cup: ଇଟିଭି ଭାରତ ଆଗରେ ଖୁସି ବ୍ୟକ୍ତ କଲେ କ୍ରିକେଟର ସୌମ୍ୟା

ଭୋପାଳ : ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପରେ ଭାରତୀୟ ଦଳ ବିଶ୍ବ ଚମ୍ପିଆନ ହୋଇ ଇତିହାସ ରଚିଛି । ଏହି ଅବସରରେ ଟିମ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛା ବାର୍ତ୍ତା । ଭୋପାଳର କ୍ରିକେଟର ସୌମ୍ୟା ତିୱାରୀ ଫାଇନାଲ ମ୍ୟାଚରେ ୩୭ ବଲରୁ ୨୪ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସୌମ୍ୟାଙ୍କ ଲଢୁଆ ଇନିଂସ ବଳରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିବାକୁ ସଫଳ ରହିଥିଲା । ୱମେନ୍ ଇନ୍ ବ୍ଲୁର ବିଜୟ ପରେ ସୌମ୍ୟାଙ୍କ ପରିବାର ସହିତ କଥା ହୋଇଥିଲେ ଇଟିଭି ଭାରତ ସମ୍ବାଦଦାତା ।

ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପରେ ସୌମ୍ୟାଙ୍କ ଇନିଂସ ଦଳକୁ ଜିତାଇ ଭାରତକୁ ଟାଇଟଲ ଭେଟି ଦେଇଥିଲେ । ଏହି ଖୁସିର ମାହୋଲରେ ସୌମ୍ୟା ତିୱାରୀଙ୍କ ମା ଭାରତୀ କହିଛନ୍ତି କେବଳ ତାଙ୍କ ଝିଅ ସୌମ୍ୟା ନୁହଁ ଏହା ସହିତ ତାଙ୍କର ମଧ୍ୟ ବିଶ୍ବକପ ଜିତିବା ସ୍ବପ୍ନ ପୁରା ହୋଇଛି । ସେହିପରି ସୌମ୍ୟାଙ୍କ ବାପା ମନିଷ ତିୱାରୀ ସୌମ୍ୟାଙ୍କୁ ଭିଡିଓ କଲ ମାଧ୍ୟରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ ।

ଭିଡିଓ କଲ ମାଧ୍ୟରେ ଇଟିଭି ଭାରତ ସହିତ କଥା ହୋଇଥିଲେ ସୌମ୍ୟା । ସେ କହିଛନ୍ତି, "ଆମ ଟିମ ବିଶ୍ବକପ ଟାଇଟଲ ହତେଇ ବହୁତ ଉତ୍ସାହିତ ଅଛି । ଫାଇନାଲ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ । ଟିମ ଇଣ୍ଡିଆ ICC ଅଣ୍ଡର ୧୯ ଟି୨୦ ବିଶ୍ବକପ ଟ୍ରଫି ହାତେଇବା ନେଇ ଦୃଢକ୍ତି ଥିଲା । ସମସ୍ତଙ୍କ ସମର୍ଥନ ପାଇଁ ଦଳ ଆଜି ବିଶ୍ବଚମ୍ପିଆନ ହୋଇଛି । ଦଳକୁ ସମର୍ଥନ ଦେଇଥିବା ସମସ୍ତ ପ୍ରଶଂସକକୁ ଧନ୍ୟବାଦ । "

ଏହା ସହିତ ସେ କହିଥିଲେ, "ଫାଇନାଲ ମ୍ୟାଚ ପାଇଁ ଆମେ ଅଳ୍ପ ଚାପରେ ରହିଥିଲୁ । ଚାପ ରହିଥିବା ସତ୍ତ୍ବେ ବି ଆମେ ଆମ ମନୋବଳ ମଜବୁତ କରିଥିଲୁ । ଆମେ ଇଂଲଣ୍ଡ ବିପକ୍ଷରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲୁ । ସକାରାତ୍ମକ ଚିନ୍ତାଧାରା ସହିତ ଆମେ ମଇଦାନକୁ ଓହ୍ଲାଇଥିଲୁ । ମ୍ୟାଚରେ ଦଳର ସମସ୍ତ ସଦସ୍ୟ ଭଲ ପ୍ରଦର୍ଶନ ଦେଇଥିଲେ ।" ଏହା ସହିତ ସୌମ୍ୟା ଡ୍ରେସିଂ ରୁମରେ ଭାରତର ବିଜୟ ମାହୋଲକୁ ଦେଖାଇଥିଲେ ।

ସେପଟେ ସୌମ୍ୟାଙ୍କ ପରିବାର ଝିଅର ଏହି ସଫଳତା ନେଇ ବେଶ୍ ଖୁସିଥିବା କହିଛନ୍ତି । ସୌମ୍ୟାଙ୍କ ମା ଭାରତୀ କହିଥିଲେ "ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପରେ ଭାରତୀୟ ଦଳର ବିଜୟ ଐତିହାସିକ ବିଜୟ । ମୁଁ ଟିମ ଇଣ୍ଡିଆର ଫାଇନାଲ ମ୍ୟାଚ ଦେଖିନାହିଁ । କାରଣ ଝିଅ ସୌମ୍ୟା ଏବଂ ଟିମ ଇଣ୍ଡିଆର ବିଜୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲି । ଝିଅର ଏହି ସଫଳତା ନେଇ ମୁଁ ବହୁତ ଗର୍ବିତ । ଏହି ସଫଳତାର ଶ୍ରେୟ ସୌମ୍ୟାର ପରିଶ୍ରମକୁ ଯାଉଛି । ଝିଅ ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଥିଲା । ସେ ପ୍ରତିଜ୍ଞା କରିଥିଲା କି ସେ ବିଶ୍ବକପ ଟ୍ରଫି ସହିତ ସେ ଘରକୁ ଫେରିବ । ଏହା ସହିତ ସୌମ୍ୟାଙ୍କ ବାପା କହିଥିଲେ "ବିଶ୍ବକପ ଖେଳିବା ଝିଅର ସ୍ବପ୍ନ ରହିଥିଲା । ଆଜି ତାର ସ୍ବପ୍ନ ପୁରା ହୋଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.