ETV Bharat / sports

U-19 Asia Cup: ଦମଦାର ବିଜୟରୁ ଭାରତର ଅଭିଯାନ ଆରମ୍ଭ

author img

By

Published : Dec 24, 2021, 7:57 PM IST

U-19 Asia Cup: Captain Yash Dhull hails centurion Harnoor Singh after India's thumping win against UAE
U-19 Asia Cup: ଦମଦାମ ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଦମଦାର ବିଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଛି ଜୁନିଅର ଟିମ ଇଣ୍ଡିଆ । ACC 19ବର୍ଷରୁ କମ ଏସିଆ କପ୍‌(Asia Cup)ର ନବମ ସଂସ୍କରଣରେ UAEକୁ ପ୍ରଥମ ମ୍ୟାଚ୍‌ରେ ୧୫୪ ରନ୍‌ରେ ହରାଇଲା ଭାରତ । ଅଧିକ ପଢନ୍ତୁ

ଆବୁଧାବି: ଦମଦାର ବିଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଛି ଜୁନିଅର ଟିମ ଇଣ୍ଡିଆ । ICC ଏକାଡେମୀ ଗ୍ରାଉଣ୍ଡରେ ଓପନର ହରନୁର ସିଂହଙ୍କ ଜବରଦସ୍ତ ଶତକୀୟ ଇଂନିସ ବଳରେ ଆୟୋଜକ UAEକୁ ୧୫୪ ରନ୍‌ରେ ହରାଇଛି ଭାରତ । ACC 19ବର୍ଷରୁ କମ ଏସିଆ କପ୍‌ର ନବମ ସଂସ୍କରଣ UAEରେ ଆରମ୍ଭ ହୋଇଛି ।

ଭାରତୀୟ କ୍ୟାପଟେନ ୟଶ ଦୁଲ୍‌ ଓପନର ହରନୁରଙ୍କ ଆକର୍ଷଣୀୟ ଇଂନିସ ପାଇଁ ପ୍ରଶଂସା କରିଛନ୍ତି । ୧୩୦ ବଲ୍‌ରୁ ୧୨୦ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ହରନୁର ।

ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ଭାରତ ୨୮୨ ରନ୍‌ ସଂଗ୍ରହ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଜବାବରେ UAE ମାତ୍ର ୧୨୮ ରନ୍‌ କରିପାରିଥିଲା ।

ଏହାମଧ୍ୟ ପଢନ୍ତୁ: ଦୁଇ ଦଶକର କ୍ୟାରିୟରକୁ ହରଭଜନଙ୍କ ଅଲବିଦା, ଜାଣନ୍ତୁ ତାଙ୍କର କ୍ରିକେଟ ଦୁନିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.