ETV Bharat / sports

ଏସିଆ କପରେ ୫ ସର୍ବାଧିକ ରନ ସଂଗ୍ରହକାରୀ

author img

By

Published : Sep 13, 2022, 4:21 PM IST

ଏସିଆ କପର ଭାଗ ନେଇଥିବା ୬ ଦଳ ପାଇଁ ପ୍ରତିଟି ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ତେବେ ଏସିଆ କପ ୨୦୨୨ କ୍ରିକେଟରମାନଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ସେମାନେ ନିଜର ଦମଦାର ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ହାତଛଡା କରିନଥିଲେ । ଅଧିକ ପଢନ୍ତୁ

ଏସିଆ କପରେ ୫ ସର୍ବାଧିକ ରନ ସଂଗ୍ରହକାରୀ
ଏସିଆ କପରେ ୫ ସର୍ବାଧିକ ରନ ସଂଗ୍ରହକାରୀ

ହାଇଦ୍ରାବାଦ : UAE ରେ ଶେଷ ହୋଇଛି ଏସିଆ କପର ପଞ୍ଚଦଶ ସଂସ୍କରଣ । ଏହି ସଂସ୍କରଣରେ ଶ୍ରୀଲଙ୍କା ଏସିଆ କପ ଟାଇଟଲ ହାସଲ କରି ଷଷ୍ଠ ଥର ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଲିଗ ମ୍ୟାଚରେ ପରାଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଥିଲା । ଫାଇନାଲ ମ୍ୟାଚରେ ବିଜୟୀ ହେବା ସହିତ ଏସିଆ କପ ଟାଇଟଲ ହାସଲ କରି ଏସିଆ କପ ଅଭିଯାନ ଶେଷ କରିଛି ଶ୍ରୀଲଙ୍କା । ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଶ୍ରୀଲଙ୍କା ପାଇଁ ସହଜ ନଥିଲା ଏସିଆ କପ ଟାଇଟଲ ହାସଲ କରିବା । ଏସିଆ କପରେ ଭାଗ ନେଇଥିବା ୬ ଦଳ ପାଇଁ ପ୍ରତିଟି ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ଦଳକୁ ଜିତାଇବା ପାଇଁ ବୋଲିଂ ଏବଂ ବ୍ୟାଟିଂ ଉଭୟ କ୍ଷେତ୍ରରେ କ୍ରିକେଟର ମାନଙ୍କ ଉପରେ ଚାପ ରହିଥିଲା । ତେବେ ଏସିଆ କପ ୨୦୨୨ କ୍ରିକେଟରମାନଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ସେମାନେ ନିଜର ଦମଦାର ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ହାତଛଡା କରିନଥିଲେ ।

ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପାଇଁ ଏସିଆ କପ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଦଳ ଏସିଆ କପ ଟାଇଟଲ ହାତେଇବାରେ ବିଫଳ ହେଲା ସତ ହେଲେ ଏସିଆ କପରେ ବିରାଟ କୋହଲି ପୁରୁଣା ଫର୍ମକୁ ଫେରିଆସିବାକୁ ଏକ ସୁଯୋଗ ଦେଇଥିଲା । ଦୀର୍ଘ ୧୦୨୦ ଦିନ ପରେ ବିରାଟଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ବିରାଟ ଶତକ । ବିରାଟ କୋହଲି ୬୧ ବଲରୁ ୧୨୨ ରନର ଅପରାଜିତ ଶତକୀୟ ଇନିଂସ ଖେଳି ତାଙ୍କ ଫର୍ମକୁ ନେଇ ସମାଲୋଚନା କରୁଥିବା ସମସ୍ତଙ୍କ ମୁହଁ ବନ୍ଦ କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ସୁପର ୪ ରାଉଣ୍ଡରେ ବିରାଟ କୋହଲି ନିଜର ୭୧ ତମ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ସଫଳ ହୋଇଥିଲେ । ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ୫ ଟି ମ୍ୟାଚ ଖେଳି ମୋଟ ୨୭୬ ରନ ସଂଗ୍ରହ କରି ବ୍ୟାଟିଂ ସ୍କୋର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୧୪୭.୫୯ ରହିଛି । ସେହିପରି ଏସିଆ କପ ବ୍ୟାଟିଂ ସ୍କୋର ତାଲିକାରେ ଶୀର୍ଷରେ ରହିଛନ୍ତି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜୱାନ । ସେ ଏହି ଟୁର୍ଣ୍ଣମେଣ୍ଟରେ ୬ଟି ମ୍ୟାଚ ଖେଳି ମୋଟ ୨୮୧ ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୧୧୭.୫୭ ରହିଛି । ଏହି ଟୁର୍ଣ୍ଣମେଣ୍ଟରେ ୭୮ ରନ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି । ତେବେ ତୃତୀୟ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନ ବ୍ୟାଟର ଇବ୍ରାହିମ ଜୋରଦନ । ସେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ ଖେଳି ୧୯୬ ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ରହିଛି ୧୦୪.୨୬ । ସେହିପରି ଚତୁର୍ଥ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ଭାନୁକା ରାଜପକ୍ଷେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ମ୍ୟାଚ ଖେଳି ୧୯୧ ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ରହିଛି ୧୪୯.୨୨ । ପଞ୍ଚମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ପଥୁମ ନିଶଙ୍କା । ସେ ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ମ୍ୟାଚ ଖେଳି ୧୭୩ ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ରହିଛି ୧୧୫.୩୩ ।

ସେହିପରି ବୋଲିଂ କ୍ଷେତ୍ରରେ ଏସିଆ କପରେ ଭୁବନେଶ୍ବର କୁମାରଙ୍କର ଦମଦାର ପ୍ରଦର୍ଶନ ଜାରି ରହିଥିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ ଖେଳି ସର୍ବାଧିକ ୧୧ ଟି ୱିକେଟ ହାସଲ କରି ଏସିଆ କପ ୱିକେଟ ତାଲିକରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ୱାନେନ୍ଦ ହସରଙ୍ଗା । ସେ ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ମ୍ୟାଚ ଖେଳି ୯ଟି ୱିକେଟ ନେଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନର ମହମ୍ମଦ ନୱାଜ । ସେ ୬ଟି ମ୍ୟାଚ ଖେଳି ମୋଟ ୮ଟି ୱିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.