ETV Bharat / sports

Ind Vs SA 3rd T20: ଆଜି ତୃତୀୟ ଟି-ଟ୍ବେଣ୍ଟି, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

author img

By

Published : Oct 4, 2022, 12:54 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇନ୍ଦୋରରେ ଆଜି ଖେଳାଯିବ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍‌ । ଆଗୁଆ ସିରିଜ କବଜା କରିଥିବା ଭାରତ ଆଜି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

Ind Vs SA 3rd T20
ଆଜି ତୃତୀୟ ଟି-ଟ୍ବେଣ୍ଟି, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ 3 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜର ତୃତୟୀ ତଥା ଅନ୍ତିମ ଟ୍ବି20 ମ୍ୟାଚ୍‌ । ପ୍ରଥମ ଓ ଦ୍ବିତୀୟ ମୁକାବିଲା ଜିତି ଭାରତ 2-0ରେ ଆଗୁଆ ରହି ସିରିଜ କବଜା କରି ସାରିଛି । ଆଜିର ମୁକାବିଲା ଜିତି ସିରିଜ ମୂଳପୋଛ ଲକ୍ଷ୍ୟରେ ରହିଛି ରୋହିତବାହିନୀ । ବିଶ୍ବକପ ପୂର୍ବରୁ ଉଭୟ ବ୍ୟାଟିଂ ଓ ବୋଲିଂର ପରୀକ୍ଷା ଦେବ ଟିମ ଇଣ୍ଡିଆ । ସେପଟେ ଆଜି ସମ୍ମାନ ପାଇଁ ଖେଳିବ ଦକ୍ଷିଣ ଆଫ୍ରିକା । ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ପ୍ରୟାସ କରିବ ଭ୍ରମଣକାରୀ ଟିମ ।

ଅନ୍ତିମ ଟି-ଟ୍ବେଣ୍ଟିରୁ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ଆଜି ଋଷବ ପନ୍ତ କିମ୍ବା ସୂର୍ଯ୍ୟକୁମାରଙ୍କ ମଧ୍ୟରୁ ଜଣଙ୍କୁ ଓପନିଂ ସୁଯୋଗ ମିଳିବ । ଆଜି ପନ୍ତଙ୍କ ଜନ୍ମଦିନ । ସଫଳ ଇନିଂସ ଖେଳି ଦଳକୁ ବିଜୟୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଋଷବ । ଶ୍ରେୟାସ ଆୟର ତୃତୀୟ ସ୍ଥାନରେ ଖେଳିବେ। ଅଲରାଉଣ୍ଡର ଶାହବାଜ ଅହମ୍ମଦ ପର୍ଦାପଣ ସୁଯୋଗ ପାଇ ପାରନ୍ତି । ପୂର୍ବ ମ୍ୟାଚରେ ଭାରତ ଦୃଢ ବ୍ୟାଟିଂ କରି ବିଶାଳ ସ୍କୋର କରିଥିଲା ।

କିନ୍ତୁ ଦକ୍ଷିଣ ଆଫ୍ରିକାର ମିଲର ଭାରି ପଡିଥିଲେ । ଶେଷ ଆଡରୁ ଶୃଙ୍ଖଳିତ ବୋଲିଂ କରି ଦଳ 16 ରନରେ ବିଜୟ ହାସଲ କରିଥିଲା । ଅବଶ୍ୟ ଭାରତ ସିରିଜ ସିଲ୍‌ କରି ସାରିଛି ହେଲେ ଦଳରେ ବୋଲିଂ ସମସ୍ୟା ରହିଛି । ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ପାଇଁ ବୋଲିଂ ବିଭାଗ ଦୁର୍ବଳ ରହିଛି । ଆଜି ସମସ୍ତ ତ୍ରୁଟି ସୁଧାରି ସିରିଜ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ରୋହିତବାହିନୀ । ପୂର୍ବ ମ୍ୟାଚ ଭଳି ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ଆଜି ମଧ୍ୟ ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ ।

ଏହା ବି ପଢନ୍ତୁ...Ind VS SA: ତୃତୀୟ ଟି-୨୦ ମ୍ୟାଚ ଖେଳିବେ ନାହିଁ ବିରାଟ, ରାହୁଲ

ସେପଟେ ଦୁଇଟି ମୁକାବିଲା ହାରି ସିରିଜ ହାତଛଡା କରିଛି ଦକ୍ଷିଣ ଆଫ୍ରିକା । ଆଜିର ମୁକାବିଲା ଜିତି ସମ୍ମାନ ରକ୍ଷା କରିବାକୁ ପ୍ରୟାସ କରିବ ଦଳ । ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତୀୟ ବୋଲରଙ୍କ ଉପରେ ଭାରି ପଡିଥିଲେ ମିଲର । ପ୍ରଥମ ମୁକାବିଲାରେ ଶୋଚନୀୟ ପରାଜୟ ହେବାପରେ ଦ୍ବିତୀୟ ମ୍ୟାଚରେ ଦୃଢ ବ୍ୟାଟିଂ କରିଥିଲା । ଅଧିନାୟକ ତେମ୍ବା ବାମ୍ବୁଭାଙ୍କ ଫର୍ମ ଚିନ୍ତାଜନକ ରହିଛି । ଆଜି ସମ୍ମାନ ପାଇଁ ଲଢେଇ କରିବ ଦକ୍ଷିଣ ଆଫ୍ରିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.