Ind VS SA: ତୃତୀୟ ଟି-୨୦ ମ୍ୟାଚ ଖେଳିବେ ନାହିଁ ବିରାଟ, ରାହୁଲ

author img

By

Published : Oct 3, 2022, 5:04 PM IST

Updated : Oct 3, 2022, 5:40 PM IST

Ind VS SA : ତୃତୀୟ ଟି୨୦ ମ୍ୟାଚ ଖେଳିବେ ନାହିଁ ବିରାଟ

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଖେଳିନପାରନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କେଏଲ୍ ରାହୁଲ । ଆସନ୍ତାକାଲି (ମଙ୍ଗଳବାର) ଇନ୍ଦୋରରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ଖେଳିବ । ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଖେଳିନପାରନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ଉପ ଅଧିନାୟକ କେଏଲ ରାହୁଲ । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ତେବେ ତୃତୀୟ ଟି-୨୦ ମ୍ୟାଚରେ ବିରାଟଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନ ଦିଆଯାଇ ଦଳ ତରଫରୁ ବିଶ୍ରାମ ଦିଆଯାଇପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଟିକିଆ ଟି-୨୦ ସିରିଜ ଖେଳୁଛି ଭାରତ । ଏହି ସିରିଜରେ ୨-୦ରେ ଆଗୁଆ ରହି ସିରିଜ କବଜା କରିବାରେ ସଫଳ ରହିଛି ମ୍ୟାନ ଇନ ବ୍ଲୁ । ରବିବାର ଗୌହାଟୀରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲିଙ୍କର ଦମଦାର ପ୍ରଦର୍ଶନ ଜାରି ରହିଥିଲା । ବିରାଟ 28 ବଲରୁ ୭ ଟି ଚୌକା ଏବଂ ଗୋଟିଏ ଛକା ସହିତ ଅପରାଜିତ ୪୯ ରନର ଇନିଂସ ଖେଳିଥିଲେ । ସେହିପରେ ରାହୁଲ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରି 57 ରନର ଇନିଂସ ଖେଳିଥିଲେ ।

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଅକ୍ଟୋବର ୨୩ ତାରିଖ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ହାଇଭୋଲଟେଜ ମ୍ୟାଚ ଖେଳାଯାଇଥାଏ । ତେଣୁ ବିଶ୍ବକପକୁ ଦୃଷ୍ଟିରେ ରଖି ବିରାଟ କୋହଲିଙ୍କୁ ତୃତୀୟ ଟି୨୦ରେ ବିଶ୍ରାମ ଦିଆଯାଇପାରେ ।

ଏବାବଦରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ବିରାଟ କୋହଲି କ୍ରମାଗତ ଗୋଟିଏ ପରେ ଗୋଟିଏ ମ୍ୟାଚ ଖେଳୁଛନ୍ତି । ତେଣୁ ବିଶ୍ବକପକୁ ଦୃଷ୍ଟିରେ ରଖି ତାଙ୍କୁ ଦଳୀୟ ଚାପଠୁ ଦୂରରେ ରଖାଯିବା ଦରକାର । ଅକ୍ଟୋବର ୨୩ ତାରିଖରେ ଭାରତ ପାକିସ୍ତାନ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ତେଣୁ ଆମେ ଚାହୁଁ ବିରାଟ କୋହଲି ଶାରୀରିକ ଏବଂ ମାନସିକ ଭାବରେ ସମ୍ପୁର୍ଣ୍ଣ ଫିଟ ରୁହନ୍ତୁ । ସେ ଦଳ ପାଇଁ ନିୟମିତ କ୍ରିକେଟ ଖେଳୁଛନ୍ତି । ତେଣୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ବିଜୟ ପରେ ତାଙ୍କୁ ଦଳ ତରଫରୁ ବିଶ୍ରାମ ମିଳିବା ଦରକାର ।"

ଆସନ୍ତାକାଲି ( ମଙ୍ଗଳବାର ) ଇନ୍ଦୋରରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ଖେଳିବ । ଏହା ପରେ ଗୁରୁବାରଠାରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଦିନିକିଆ ସିରିଜ ଖେଳିବ । ଏହି ଦିନିକିଆ ସିରିଜରେ ଭାରତୀୟ ବିଶ୍ବକପ ସଦସ୍ୟ ମାନଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ରୋହିତ ଶର୍ମାଙ୍କ ପରିବର୍ତ୍ତେ ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି ।

Last Updated :Oct 3, 2022, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.