ETV Bharat / sports

ପୁଣି ଭାରତୀୟ ଟିମ ପାଇଁ ପଡିଆକୁ ଓହ୍ଲାଇଲେ ଜାର୍ଭୋ, ଏଥର ନୂଆ ସଉକ...

author img

By

Published : Aug 27, 2021, 10:40 PM IST

ହେଡିଂଲି ଲିଡସ ଟେଷ୍ଟରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଦୁର୍ବ୍ୟବହାର କରାଯାଇଛି । ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟସମ୍ୟାନଙ୍କୁ ପଡ଼ିଆ ବାହାରକୁ ଟାଣି ନେଲେ ଷ୍ଟାଡିୟମ ସୁରକ୍ଷାକର୍ମୀ । ଅଧିକ ପଢ଼ନ୍ତୁ...

ଭାରତୀୟ ବ୍ୟାଟିଂ ସ୍ବାଡରେ ନୂଆ ମୁହଁ ଜାର୍ଭୋ, ପଢ଼ନ୍ତୁ...
ଭାରତୀୟ ବ୍ୟାଟିଂ ସ୍ବାଡରେ ନୂଆ ମୁହଁ ଜାର୍ଭୋ, ପଢ଼ନ୍ତୁ...

ଲଣ୍ଡନ: ହେଡିଂଲି ଲିଡସ ଟେଷ୍ଟରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଦୁର୍ବ୍ୟବହାର କରାଯାଇଛି । ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟସମ୍ୟାନଙ୍କୁ ପଡ଼ିଆ ବାହାରକୁ ଟାଣି ନେଲେ ଷ୍ଟାଡିୟମ ସୁରକ୍ଷାକର୍ମୀ । ତୃତୀୟ ଟେଷ୍ଟ ମ୍ୟାଚରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ବ୍ୟାଟସମ୍ୟାନଙ୍କ ନାମ ହେଉଛି 'ଜାର୍ଭୋ' । ଜର୍ସି ନମ୍ବର ୬୯ । ନାଁ ଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିବ ନିଶ୍ଚୟ । ଅଡ଼ୁଆ ଲାଗିବା ବି ସ୍ବାଭାବିକ । କାରଣ ସତରେ ସେ କୌଣସି ଭାରତୀୟ ଖେଳାଳି ନୁହଁନ୍ତି । ସେ ଭାରତୀୟ କ୍ରିକେଟ ଦଳରେ ଜଣେ ପ୍ରଶଂସକ ବା ଇଂଲିଶ ଫ୍ୟାନ।

ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ଓପନର ରୋହିତ ଶର୍ମା ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ଇଂଲଣ୍ଡରେ ରହୁଥିବା ଭାରତୀୟ କ୍ରିକେଟ ଦଳର ଫ୍ୟାନ ଏକ ଜର୍ସି ପିନ୍ଧି ବ୍ୟାଟିଂ କରିବାକୁ ପିଚରେ ଆସି ହାଜର ହୋଇଥିଲେ । ଯାହାଙ୍କ ନାମ ଜାର୍ଭୋ ଆଉ ତାଙ୍କ ଜର୍ସି ନମ୍ବର ଥିଲା ୬୯ । ଏହାପରେ ଷ୍ଟାଡିୟମର ସୁରକ୍ଷାକର୍ମୀ ତାଙ୍କୁ ଟାଣି ଟାଣି ପଡ଼ିଆ ବାହାରକୁ ନେଉଥିବା ଦେଖିବାକୁ ମିଳିଥିଲା । ଏଭଳି ଦୃଶ୍ୟର ଖୁବ ଲୁପ୍ତ ଉଠାଇଥିଲେ ଷ୍ଟାଡିୟମରେ ଥିବା ଦର୍ଶକ । କେବଳ ଷ୍ଟଡିୟମ ଦର୍ଶକ କାହିଁକି ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଆଉ କଥାକଥିତ ଢଙ୍ଗରେ ଟ୍ରୋଲ ହେଉଛନ୍ତି ଭାରତୀୟ ଦଳର ଫ୍ୟାନ ଜାର୍ଭୋ ।

ଜାର୍ଭୋ ଯେ ପ୍ରଥମ ଥର ପାଇଁ ଏଭଳି କାରନାମା କରିଛନ୍ତି ତାହା ନୁହେଁ । ଦ୍ବିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ଦଳ ଫିଲ୍ଡିଂ କରୁଥିବା ବେଳେ ଜାର୍ଭୋ ପଡ଼ିଆ ଭିତରକୁ ପଶି ଆସଥିଲେ । ସେହି ସମୟରେ ମହମ୍ମଦ ସିରାଜ ତାଙ୍କୁ ଦେଖି ହସି ହସି ବେଦମ ହୋଇପଡ଼ିଥିଲେ । ସେହି ସମୟରେ ଜାର୍ଭୋ ପଡି଼ଆରେ ପଶି ସୁରକ୍ଷାକର୍ମୀଙ୍କୁ ନିଜେ ଜଣେ ଭାରତୀୟ ଦଳର ଖେଳାଳି ବୋଲି ମଧ୍ୟ କହିଥିଲେ । ଯାହା ଆଜି ମଧ୍ୟ ଦେଖିବାକୁ ମିଳିଥିଲା ।

୪ ନମ୍ବର ବ୍ୟାଟସମ୍ୟାନ ଭାବେ ଅଧିନାୟକ ବିରାଟ କୋହଲି ପଡ଼ିଆ ଆସିବେ ବୋଲି ସଭିଏଁ ଅପେକ୍ଷା କରିଥିବା ବେଳେ ଜାର୍ଭୋ ପଡ଼ିଆ ଭିତରକୁ ଆସି ଚକିତ କରିଦେଇଥିଲେ । ପଡ଼ିଆରୁ ସେ ଫେରିବାକୁ ପ୍ରସ୍ତୁତ ହେଉନଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ତାଙ୍କୁ ବ୍ୟାଟିଂ କରିବାକୁ ଦିଆଯାଉ ବୋଲ ମଜାଳିଆ ଢଙ୍ଗରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.