ETV Bharat / sports

ବିଶ୍ବକପରେ ଅଭିଯାନ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା, ଶୁବମନ ଗିଲ୍‌ ଡେଙ୍ଗୁ ଆକ୍ରାନ୍ତ

author img

By ETV Bharat Odisha Team

Published : Oct 6, 2023, 8:54 AM IST

Updated : Oct 6, 2023, 9:15 AM IST

Etv Bharat
Etv Bharat

ଟିମ ଇଣ୍ଡିଆକୁ ଝଟକା । ବିଶ୍ବକପ୍‌ ମ୍ୟାଚ ପୂର୍ବରୁ ଶୁବମନ ଗିଲ୍‌ ଡେଙ୍ଗୁ ଆକ୍ରାନ୍ତ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ବିଶ୍ବକପରେ ଅଭିଯାନ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା । ଡେଙ୍ଗୁରେ ଆକ୍ରାନ୍ତ ହେଲେ ଷ୍ଟାର ବ୍ୟାଟର ଶୁଭମନ ଗିଲ । ତାଙ୍କ ରକ୍ତ ନମୁନା ପରୀକ୍ଷା ପରେ ଡେଙ୍ଗୁ ପଜିଟିଭ ଆସିଥିବା ସୂଚନା ମିଳିଛି । ଆସନ୍ତା 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । କନ୍ତୁ ଏହା ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ଶୁବମନ ଗିଲ । ଏହି ମ୍ୟାଚ ସେ ଖେଳିବେ ନା ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି । ମ୍ୟାଚ୍‌ ପୂର୍ବରୁ ଯଦି ଗିଲ ସୁସ୍ଥ ନହୁଅନ୍ତି ତେବେ ଭାରତୀୟ ଦଳକୁ ଏକ ଝଟକା ଲଗିପାରେ । ଜ୍ବରରେ ପୀଡ଼ିତ ହେବା ପରେ ଡେଙ୍ଗୁ ପରୀକ୍ଷା କରିଥିଲେ ଗିଲ ।

ବିଶ୍ବକପ୍‌ ଲିଗ୍‌ ମ୍ୟାଚ୍‌ରେ ଆସନ୍ତା ରବିବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ ଇନ୍‌ ବ୍ଲୁ' । ଶୁବମନ ଗିଲ ଓ ଅଧିନାୟକ ରୋହିତ ଶର୍ମା ଓପନିଂ ଯୋଡ଼ି ଭାବେ ପଡ଼ିଆକୁ ଓହ୍ଳାଇବା ନିଷ୍ପତ୍ତି ହୋଇଥିଲା। ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଯଦି ଗିଲ ଏହି ମ୍ୟାଚ ନଖେଳନ୍ତି ତେବେ ତାଙ୍କ ବଦଳର ଇଶାନ କିଷନ ଓପେନିଂ କରିପାରନ୍ତି। ଏସିଆ କପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନଙ୍କ ଦମଦାର ପ୍ରଦର୍ଶନ ରହିଥିଲା । ଦିନିକିଆ ଫର୍ମାଟର ହାରାହାରି ୭୨.୩୫ ସହିତ ୧୨୩୦ ରନ୍ ସଂଗ୍ରହ କରିଛନ୍ତି ଶୁବମନ । ଏଥିରେ ତାଙ୍କର 5ଟି ଶତକ ଓ 5ଟି ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି 208 ରନ । ଗୁରୁବାର ଠାରୁ ଆମ୍ଭ ହୋଇଛି ବିଶ୍ବକପ୍‌ ମ୍ୟାଚ । ଗତକାଲି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା । ଆସନ୍ତା ଅକ୍ଟୋବର 8ରୁ ଅଭିଯାନ ଆରମ୍ଭ କରିବ ଭାରତ । 5 ଥର ଚମ୍ପିଆନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଆଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।

ଏହାମଧ୍ୟ ପଢନ୍ତୁ-World Cup 2023: ଜାଣନ୍ତୁ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ନାମ ପଛର ରାଜ

ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ: ରୋହତି ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଈଶାନ କିଶନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ) ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମହ ସାମି, ମହମ୍ମଦ ସିରାଜ, କୁଳଦୀପ ଯାଦବ ।

Last Updated :Oct 6, 2023, 9:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.