ETV Bharat / sports

T20 World Cup: ଆଜି ମେଲବୋର୍ଣ୍ଣରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ୍‌

author img

By

Published : Oct 23, 2022, 9:06 AM IST

Updated : Oct 23, 2022, 9:22 AM IST

ଟି ଟ୍ବେଣ୍ଟି ବିଶ୍ବକପରେ ମେଲବର୍ଣ୍ଣରେ ହାଇଭୋଲଟେଜ୍‌ ମ୍ୟାଚ । ସୁପର ସନଣ୍ଡେରେ ହେବ ସୁପର ମୁକାବିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କଡ୍ଡା ଟକ୍କର । ପାକିସ୍ତାନକୁ ମାତ୍‌ ଦେଇ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ତିଆ । ଅଧିକ ପଢନ୍ତୁ

T20 World Cup
ଆଜି ମେଲବୋର୍ଣ୍ଣରେ ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ

ହାଇଦ୍ରାବାଦ: ଆଉ କିଛି ଘଣ୍ଟାର ଅପେକ୍ଷା । ସୁପରସଣ୍ଡେରେ ହେବ ସୁପର ଫାଇଟ । ଟି-ଟ୍ବେଣ୍ଟି ବିଶ୍ବକପରେ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ପରସ୍ପରକୁ ଭେଟିବ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ସମୟ ଯେତିକି ପାଖଉଛି ଉତ୍କଣ୍ଠା ସେତିକି ବଢୁଛି । ରଣନୀତି, ଅଙ୍କକଷା ଶେଷ ହୋଇଛି । କେବଳ ମୁକାବିଲାକୁ ଅପେକ୍ଷା । ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ହେବ ଭାରତ-ପାକିସ୍ତାନ ଲଢେଇ । ବିଶ୍ବକପରେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦଳ । ଅପରାହ୍ନ 1ଟା 30ରୁ ଆରମ୍ଭ ହେବ ମ୍ୟାଚ । ପୂର୍ବ ବିଶ୍ବ କପରେ ଭାରତ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଆଜି ପୂର୍ବ ପରାଜୟର ପ୍ରତିଶୋଧ ନେବ 'ମ୍ୟାନ ଇନ ବ୍ଲ୍ୟୁ'।

ଟି-20 ବିଶ୍ବକପ 2022ର ସୁପର 12 ମ୍ୟାଚ ଆରମ୍ଭ ହୋଇଛି । ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ମେଲବୋର୍ଣ୍ଣରେ ହେବାକୁ ଥିବା ଏହି ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ଏହି ମୁକାବିଲା ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ମହାମୁହାବିଲାରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି କଣ ରହିବ ତାକୁ ଅପେକ୍ଷା ।

ରୋମାଞ୍ଚକ ହେବ ମୁକାବିଲା...

ପୂର୍ବ ବିଶ୍ବକପ ମୁକାବିଲାରେ ଭାରତକୁ ପାକିସ୍ତାନ 10 ୱିକେଟରେ ହରାଇଥିଲା । ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ଥର ଲଢେଇ ହୋଇଛି । ଏସିଆ କପ 2022ରେ ଏହି ଦୁଇ ମୁକାବିଲା ହୋଇଥିଲା । ଭାରତ ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟରେ ବାଜି ମାରିଥିଲା । ପାକିସ୍ତାନ ସୁପର 4ରେ ଜିତିଥିଲା । ଦୁଇ ମୁକାବିଲା ଶେଷ ଓଭର ଯାଏ ହୋଇଥିଲା । ଆଜିର ମୁକାବିଲା ମଧ୍ୟ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ମେଲବୋର୍ଣ୍ଣରେ ତିନି ଦିନ ହେବ ବର୍ଷା ପରେ ଶନିବାର ବର୍ଷା ହୋଇନଥିଲା । ମାତ୍ର ଆଜି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । 80ରୁ90 ପ୍ରତିଶତ ବର୍ଷା ସମ୍ଭାବନା ରହିଛି । ବର୍ଷାରେ ମ୍ୟାଚ ପ୍ରଭାବିତ ହେବା ସମ୍ଭାବନା ରହିଛି । ବର୍ଷା ପ୍ରଭାବିତ ସ୍ଥିତି ମ୍ୟାଚରେ ଭାରତୀୟ ବ୍ୟାଟରଙ୍କୁ ଆରମ୍ଭରୁ ଶାହିନ ଆଫ୍ରିଦ ଭଳି ବୋଲରଙ୍କ ବିପକ୍ଷରେ ଦେଖି ଚାହିଁ ଖେଳିବାକୁ ପଡିବ। ପୂର୍ବ ଟି-20 ବିଶ୍ବକପରେ ଶାହିନ ଆଫ୍ରିଦ ଭାରତୀୟ ଦଳକୁ ବୋଲିଂରେ ପ୍ରଭାବିତ କରିଥିଲେ । ଏସିଆ କପ ଗ୍ରୁପରେ ସମାନ ନଜର ଦେଖିବାକୁ ମିଳିଥିଲା । ମହମ୍ମଦ ରିଜୱାନୀ ଏବଂ ବାବାର ଆଜମଙ୍କୁ ନିୟନ୍ତ୍ରଣରେ ଆଣିବାକୁ ହେବ । ଟି-20 ବିଶ୍ବକପ 2021ରେ ଦୁଇଜଣ ଭାରତ ବିପକ୍ଷରେ ଦଳକୁ ବିଜୟୀ କରାଇଥିଲେ । ଏସିଆ କପରେ ରିଜୱାନୀ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ।

ରୋହିତ-କୋହଲିଙ୍କ ଧମାକା ଆଶା...

ଅଧିନାୟକ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ କିଛି ବିସ୍ଫୋରକ ଇନିଂସ ଆଶା କରାଯାଉଛି । ବୋଲିଂରେ ମହମ୍ମଦ ସାମିଙ୍କ ଉପରେ ନଜର ରହିବ । ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ଅଭ୍ୟାସ ମ୍ୟାଚରେ ସାମିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଶେଷ ଓଭରରେ 4 ୱିକେଟ ନେଇ ଦଳକୁ ବିଜୟୀ କରାଇଥିଲେ । ଆଜିର ମୁକାବିଲାରେ ତାଙ୍କଠୁ ସମାନ ଆଶା କରାଯାଉଛି । ହର୍ଷଲ ପଟେଲକୁ ସୁଯୋଗ ମିଳିପାରେ । ଏହାଛଡା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ କମାଲ କରିବାକୁ ପଡିବ ।

ଏହା ବି ପଢନ୍ତୁ...ବିଶ୍ୱକପରେ ସ୍ପିନର ନେବେ ଗୁରୁତ୍ୱପୂର୍ଣ୍ଣ ଭୂମିକା: ଗାଙ୍ଗୁଲି

ବିଶ୍ବକପ ରେକର୍ଡ...

ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ଏକମାତ୍ର ଦଳ ଭାବେ ପାକିସ୍ତାନ ବିପକ୍ଷରେ 6 ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଛି । ଏହାପରେ ଅଷ୍ଟ୍ରେଲିଆ 7ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇଛି । ପାକିସ୍ତାନ-ଇଂଲଣ୍ଡ ପରସ୍ପର 2ଥର ମୁହାମୁହିଁ ହୋଇଛି ଉଭୟ ମ୍ୟାଚରେ ପାକିସ୍ତାନ ପରାସ୍ତ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଭାରତୀୟ ଦଳ ପ୍ରଥମ ଟି-ଟ୍ବେଣ୍ଟି ବିଶ୍ବକପ ଚମ୍ପିଆନ ହୋଇଥିଲା ।

Last Updated : Oct 23, 2022, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.