ETV Bharat / sports

T20 World Cup: ବିଜୟରୁ ନ୍ୟୁଜିଲାଣ୍ଡର ଅଭିଯାନ ଆରମ୍ଭ, ହାରିଲା ଅଷ୍ଟ୍ରେଲିଆ

author img

By

Published : Oct 22, 2022, 4:15 PM IST

Updated : Oct 22, 2022, 7:18 PM IST

T20 World Cup : ସୁପର ୧୨ ପର୍ଯ୍ୟାୟ ମହାମୁକାବିଲା, ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇଲା ନ୍ୟୁଜିଲାଣ୍ଡ
T20 World Cup : ସୁପର ୧୨ ପର୍ଯ୍ୟାୟ ମହାମୁକାବିଲା, ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇଲା ନ୍ୟୁଜିଲାଣ୍ଡ

ଚଳିତ ଟି୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ମହାମୁକାବିଲାରେ ନ୍ୟୁଜିଲାଣ୍ଡର ଜବରଦସ୍ତ ବିଜୟ । ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇଲା ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

ସିଡନୀ: ଚଳିତ ଟି୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ମହାମୁକାବିଲାରେ ନ୍ୟୁଜିଲାଣ୍ଡର ଜବରଦସ୍ତ ବିଜୟ । ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇଲା ନ୍ୟୁଜିଲାଣ୍ଡ । ଫଳରେ ଦମାଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲାଣ୍ଡ । ଡେଭନ କନୱେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ଫିନ ଆଲେନଙ୍କ ଲଢୁଆ ଇଂନିସ ବଳରେ ଅଷ୍ଟ୍ରେଲିଆକୁ ୨୦୧ ରନର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ । ଘରୋଇ ଦଳ ୧୭.୧ ଓଭରରେ ମାତ୍ର ୧୧୧ ରନ କରି ଅଲ୍ଆ‌ଉଟ ହୋଇଛି ।

ଅଷ୍ଟ୍ରେଲିଆଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଓପନିଂ ଯୋଡି ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ । ଓପନର ଡିଭନ କନୱେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜଲାଣ୍ଡ ୨୦୦ ରନ୍‌ କରିବାରେ ସକ୍ଷମ ହୋଇପାରିଥିଲା । ସେ ୫୮ ବଲରୁ ୭ଟି ଚୌକା ଏବଂ ୨ଟି ଛକା ସହିତ ୯୨ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ । ସେହିପରି ଫିନ ଏଲେନ ୧୬ ବଲରୁ ୫ଟି ଚୌକା ଏବଂ ୩ଟି ଛକା ସହିତ ୪୨ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ଅଧିନାୟକ କେନ୍ ୱିଲିୟମସନ ୨୩ ରନ, ଗ୍ଲେନ ଫିଲିପ୍ସ ୧୨ ରନ, ଜେମ୍ସ ନିଶାମ ୨୬ ରନର ଇନିଂସ ଖେଳିଥିଲେ ।

ସେପଟେ ୨୦୧ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଟିମ ସୋଧୀ ଏବଂ ମିଚେଲ ସାଣ୍ଟନରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ବ୍ୟାଟର ଧରାଶାୟୀ ହୋଇଥିଲେ । ଅଷ୍ଟ୍ରେଲିଆର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଦେଖା ଦେଇଥିଲା । ଓପନର ଡେଭିଡ ୱାର୍ଣ୍ଣର ୫ରନ୍‌ କରି ପାଭଲିୟନ ଫେରିଥିଲେ । ଏହାପରେ ଅଷ୍ଟ୍ରେଲିଆର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ଲମ୍ବା ଇନିଂସ ଖେଳିବାରେ ବିଫଳ ରହିଥିଲେ କଙ୍ଗାରୁ ଦଳ । ଗ୍ଲେନ ମାକ୍ସୱେଲ ସର୍ବାଧିକ ୨୮ ରନ୍‌ ଇନିଂସ ଖେଳିଥିଲେ ।

ସେହିପରି ପାଟ୍ କମିନ୍ସ ୨୧ ରନ ମିଚେଲ ମାର୍ଶ ୧୬ ରନ, ଆରୋନ ଫିଞ୍ଚ ୧୩ ରନ, ଟିମ ଡେଭିଡ ୧୧ ରନ କରିଥିଲେ । ଅନ୍ୟକୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଟିମ ସାଉଦୀ ଏବଂ ମିଚେଲ ସାଣ୍ଟନର ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟ ୨ଟି ଏବଂ ଲକି ଫର୍ଗୁସନ ଇସି ସୋଧି ଗୋଟିଏ ୱିକେଟ ନେଇଥିଲେ ।

Last Updated :Oct 22, 2022, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.