ETV Bharat / sports

T20 World Cup: ମେଣ୍ଟର ମାହି-ୟୁନିଭର୍ସ ବସ୍‌ ଭେଟ

author img

By

Published : Oct 19, 2021, 4:23 PM IST

T20 World Cup: 'Memorable moment' when Dhoni caught up with Gayle
T20 World Cup: ମେଣ୍ଟର ମାହି-ୟୁନିଭର୍ସ ବସ୍‌ ଭେଟ

ଦୁବାଇରେ ଟିମ ଇଣ୍ଡିଆର ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଓ ୱେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ୍‌ଙ୍କ ଏକ ଫଟୋ ଭାଇରାଲ୍‌ । ଅଧିକ ପଢନ୍ତୁ...

ଦୁବାଇ: ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ICC ଟି-୨୦ ବିଶ୍ବକପ । ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଉଥିବାବେଳେ, ସୁପର ୧୨ ଟିମ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୁବାଇରେ ଟିମ ଇଣ୍ଡିଆର ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଓ ୱେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ୍‌ଙ୍କ ଏକ ଫଟୋ ଭାଇରାଲ୍‌ ହେଉଛି । ଉଭୟ କିମ୍ବଦନ୍ତୀ କ୍ରିକେଟର ପରସ୍ପର ସହ କଥା ହେଉଥିବା ନଜର ଆସିଛନ୍ତି ।

ଏହି ସମୟର ଫଟୋକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ 'ଦୁଇ କିମ୍ବଦନ୍ତୀ, ଗୋଟିଏ ସ୍ମରଣୀୟ ମୂହୂର୍ତ୍ତ' ବୋଲି ଲେଖିଛି । ୱେଷ୍ଟଇଣ୍ଡିଜ କ୍ରିକେଟ ମଧ୍ୟ ଧୋନି, ଡ୍ବାଇନ ବ୍ରାଭୋ, ଋଷଭ ପନ୍ତ, ନିକୋଲାସ ପୁରୋନ ଓ ଗେଲ୍‌ଙ୍କ ଫଟୋ ସେୟାର କରିଛି ।

ଟିମ ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ ଓ ପାକିସ୍ତାନ ବ୍ୟାଟିଂ କୋଚ୍‌ ମାଥ୍ୟୁ ହେଡେନ ଓ ୱେଷ୍ଟଇଣ୍ଡିଜ କୋଚ୍‌ ଫିଲ ସିମନ୍ସଙ୍କ ଫଟୋ ମଧ୍ୟ ସେୟାର କରିଛି ଇଣ୍ଡିଜ ବୋର୍ଡ ।

ଭାରତ ସୋମବାର ଟି-୨୦ ବିଶ୍ବକପର ମୁଖ୍ୟ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ୭ ୱିକେଟରେ ବିଜୟୀ ହୋଇଛି । ଇଶାନ କିଶନ ୭୦ ଓ କେଏଲ ରାହୁଲଙ୍କ ୫୧ ରନ୍‌ ବଳରେ ଇଂଲଣ୍ଡକୁ ୭ ୱିକେଟରେ ମାତ୍‌ ଦେବାର ସମର୍ଥ ହେଇଥିଲା ଟିମ ଇଣ୍ଡିଆ । ଅକ୍ଟୋବର ୨୦ରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ବିରାଟବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.