ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହୁଲ ଖେଳିବା ନେଇ ଏମିତି କହିଲେ ବ୍ୟାଟିଂ କୋଚ

author img

By

Published : Oct 29, 2022, 10:28 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହୁଲ ଓପନିଂ କରିବା ନେଇ ଏମିତି କହିଲେ ବ୍ୟାଟିଂ କୋଚ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହୁଲ ଓପନିଂ କରିବା ନେଇ ଏମିତି କହିଲେ ବ୍ୟାଟିଂ କୋଚ

ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଏନେଇ ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି ଯେ କେଏଲ ରାହୁଲ ହିଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନିଂ କରିବେ । ଅଧିକ ପଢନ୍ତୁ

ପର୍ଥ: ଆସନ୍ତାକାଲି ( ରବିବାର ) ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ପାକିସ୍ତାନ ଓ ନେଦରଲାଣ୍ଡ ଅପେକ୍ଷା ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚଟି ଭାରତ ପାଇଁ ଅଧିକ ଗୁରୁତ୍ବ ବହନ କରୁଛି । କାରଣ ଗ୍ରୁପ ୨ ରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକାର ମଧ୍ୟ ପଲ୍ଲା ଭାରି ରହିଛି । ତେଣୁ ଉଭୟଙ୍କ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଖେଳାଯିବା ନେଇ ଆଶା କରାଯାଉଛି । ସେପଟେ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବା ପାଇଁ ରଣନୀତି ଆପଣାଇଛି ରୋହିତ ବାହିନୀ । ଏନେଇ ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି ଯେ କେଏଲ ରାହୁଲ ହିଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନିଂ କରିବେ ।

ପାକିସ୍ତାନ ଓ ନେଦରଲାଣ୍ଡ ବିପକ୍ଷରେ ଲୋକେଶ ରାହୁଲଙ୍କର ପ୍ରଦର୍ଶନ ବହୁତ ଦୁର୍ବଳ ରହିଥିଲା । ସେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳି ୧୩ ରନ ବନାଇଛନ୍ତି । ତେବେ ତାଙ୍କ ବଦଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଋଷଭ ପନ୍ତ ଓପନିଂ କରିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏନେଇ ସ୍ପଷ୍ଟ କରିଛନ୍ତି ଭାରତର ବ୍ୟାଟିଂ କୋଚ ବିକ୍ରମ ରାଠୋର । ସେ କହିଛନ୍ତି ଯେ " ଆମେ ବାସ୍ତବରେ ଏମିତି ଭାବୁ ନାହୁଁ । ଦୁଇଟି ମ୍ୟାଟରେ ଜଣଙ୍କର ପ୍ରଦର୍ଶନ ନେଇ ତାକୁ ବସାଇଦେବା ଉଚିତ ନୁହେଁ । ରାହୁଲ ଜଣେ ଭଲ ବ୍ୟାଟିର । ଅଭ୍ୟାସ ସମୟରେ ସେ ଭଲ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ଭଲି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆମେ ତାଙ୍କ ଉପରେ ଭରସା କରିପାରିବା । ତେଣୁ କେଏଲ ରାହୁଲ ହିଁ ଓପନିଂ କରିବେ ।"

ସେହିପରି ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଦୃଷ୍ଟିକୋଣର ପାର୍ଥକ୍ୟ ବାବଦରେ ବ୍ୟାଟିଂ କୋଚ କହିଛନ୍ତି, "ପ୍ରତ୍ୟେକ କ୍ରିକେଟରଙ୍କର ଖେଳିବାର ନିଜ ନିଜ ଶୈଳୀ ରହିଛି । ବଲକୁ ଦୃଷ୍ଟିରେ ରଖି ଖେଳିବା ଓ ନିଜ ପାଳି ବଜାୟ ରଖିବାରେ ଉଭୟଙ୍କର ଭିନ୍ନ ଭିନ୍ନ କଳା ରହିଛି । ମଇଦାନରେ ଦମ୍ଭ ଧରି ଠିଆ ହେଲେ ଜଣେ ଆକ୍ରମକର ଭୂମିକା ନିଭାଇବାକୁ ପଡିଥାଏ । ଏହା ନୁହେଁ କି ଜଣେ କେବଳ ରିସ୍କ ନେଇ ବ୍ୟାଟିଂ କରିବ ଆଉ ଜଣେ କେବଳ ଠିଆ ହୋଇଥିବ । ଆମେ ବ୍ୟାଟର ହିସାବରେ ଅଧିକ ରନ ବନାଇବାକୁ ଚାହିଁବୁ । ସେଥିପାଇଁ ଯିଏ ବି ଖେଳିବେ ଏକ ଭିନ୍ନ ଶୈଳୀରେ ଖେଳିବା ଦରକାର ।"

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, "ଋଷଭ ପନ୍ତଙ୍କୁ ପ୍ଲେଇଂ ଇଲେଭେନରେ ଜାଗା ବନାଇବାକୁ ହେଲେ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ । ଋଷଭ ପନ୍ତ ଜଣେ ଭଲ କ୍ରିକେଟର । ଆମେ ଦେଖିଛେ କି ସେ ତାଙ୍କର ପ୍ରଦର୍ଶନ ବଳରେ କୌଣସି ଟିମ ବିପକ୍ଷରେ ଖେଳର ମୋଡ ବଦଳାଇଛନ୍ତି । ତେଣୁ ତାଙ୍କୁ କୌଣସି ସମୟରେ ବି ସୁଯୋଗ ମିଳିପାରେ । ବାସ୍ ତାଙ୍କୁ ମାନସିକ ଓ ଶାରୀରିକ ଭାବରେ ପ୍ରସ୍ତୁତ ହେବାର ରହିଛି । ଆଉ ମୋର ବିଶ୍ବସ ରହିଛି କି ଯେବେ ବି ସୁଯୋଗ ଆସିବ ସେ ନିଶ୍ଚୟ ପ୍ରସ୍ତୁତ ରହିବେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.