ETV Bharat / sports

T20 World Cup Final: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

author img

By

Published : Nov 13, 2022, 1:15 PM IST

T20World Cup Final: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି
T20World Cup Final: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଫାଇନାଲ ଫଇଟ ଆରମ୍ଭ ହୋଇଛି । ପାକିସ୍ତାନ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ: ଟି-ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଫାଇନାଲ ଫଇଟ ଆରମ୍ଭ ହୋଇଛି । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ପାକିସ୍ତାନ । ପାକିସ୍ତାନ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । କିଏ ଜିତିବ ଟ୍ରଫି ତାକୁ ଅପେକ୍ଷା । ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତ ବିପକ୍ଷ ଏକାଦଶକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି ଦଳ । ଭାରତ ବାଦ ପଡ଼ିଥିବାରୁ ଦର୍ଶକଙ୍କ ଉତ୍ସାହ ସାମାନ୍ୟ କମି ଯାଇଛି । ହେଲେ ପାକିସ୍ତାନ ଓ ଇଂଲଣ୍ଡର ସମର୍ଥକଙ୍କୁ ନେଇ ଫୁଲ ହୋଇ ସାରିଛି ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ।

ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲା । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚକୁ ଛାଡି ଦେଲେ ଦଳର ପ୍ରଦର୍ଶନ ଭଲ ରହିଥିଲା । ଭାରତ ବିପକ୍ଷ ସେମିରେ ବିନା ୱିକେଟ ହରାଇ ଦଳ ବିଜୟ ହାସଲ କରିଥିଲା । ଏହାପରେ ଦଳର ମନୋବଳ ଦୃଢ ରହିଛି । ଆଜିର ମୁକାବିଲା ଜିତିବାକୁ କଳ ବଳ କୌଶଳ ଲଗାଇ ଦେବ । ସେପଟେ ପାକିସ୍ତାନ ମଧ୍ୟ ଟ୍ରଫି ହାତେଇବାକୁ ସବୁ କଳ ବଳ ଲଗାଇବ ।

ବର୍ଷା ସାଜିପାରେ ବାଧକ...

ଆଜି ବର୍ଷା ହେବା ଅନୁମାନ କରାଯାଉଛି । ଫାଇନାଲ ମ୍ୟାଚ ରିଜର୍ଭ ଦିନ ବା ସୋମବାର ମଧ୍ୟ ବର୍ଷା ହୋଇପାରେ । 95 ପ୍ରତିଶତ ବର୍ଷା ହେବା ଅନୁମାନ କରାଯାଉଛି । ବର୍ଷା ଛାଡିବା ପରେ ଯଦି ଖେଳ ହୁଏ, ତେବେ ଫଳାଫଳ ପାଇଁ 10 ଓଭର ଖେଳାଯିବ । ଯଦି ଏହା ସମ୍ଭବ ହୋଇପାରିଲା ନାହିଁ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ବର୍ଷା କାରଣରୁ ମ୍ୟାଚ ପ୍ରଭାବିତ ହୋଇଥିଲା ।

ଇଂଲଣ୍ଡ ଚୂଡାନ୍ତ ଏକାଦଶ....

ଜୋସ୍ ବଟଲର(ଅଧିନାୟକ), ଆଲେକ୍ସ ହେଲ୍ସ, ଫିଲ ସଲ୍ଟ, ବେନ୍ ଷ୍ଟୋକ୍ସ, ହ୍ୟାରୀ ବ୍ରୁକ, ଲାଏମ୍ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, ସାମ୍ କରାନ୍, କ୍ରିସ୍‌ ୱକ୍ସ, କ୍ରିସ୍ ଜୋର୍ଡାନ, ଆଦିଲ ରସିଦ୍ ।

ପାକିସ୍ତାନ ଚୂଡାନ୍ତ ଏକାଦଶ...

ବାବର ଆଜ ମ(ଅଧିନାୟକ), ମହମ୍ମଦ ରିଜଓ୍ବାନ, ମହମ୍ମଦ ହ୍ୟାରିସ୍, ସାନ୍ ମାସୁଦ, ଇଫତିଖର ଅହମ୍ମଦ, ମହମ୍ମଦ ନଓ୍ବାଜ, ଶଦାବ ଖାନ, ମହମ୍ମଦ ଓ୍ବାସିମ, ନସିମ୍ ଶାହ, ହ୍ୟାରିସ୍ ରୌଫ, ସହିନ୍ ଆଫ୍ରିଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.