ETV Bharat / sports

T20 World Cup: ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବ ଇଂଲଣ୍ଡ

author img

By

Published : Oct 22, 2022, 4:22 PM IST

Updated : Oct 22, 2022, 7:23 PM IST

T20 World Cup : ଟସ ଜିତି ଇଂଲଣ୍ଡର ପ୍ରଥମେ ବୋଲିଂ ନିଷ୍ପତ୍ତି
T20 World Cup : ଟସ ଜିତି ଇଂଲଣ୍ଡର ପ୍ରଥମେ ବୋଲିଂ ନିଷ୍ପତ୍ତି

ଫଟାଫଟ କ୍ରିକେଟ ମହାସମରରେ ଆରମ୍ଭ ହୋଇଯାଇଛି ସୁପର ୧୨ ପର୍ଯ୍ୟାୟ ମ୍ୟାଚ । ସୁପର ୧୨ ପର୍ଯ୍ୟାୟ ଦ୍ବିତୀୟ ମ୍ୟାଚ୍‌ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ଇଂଲଣ୍ଡ କ୍ୟାପଟେନ୍‌ ଜସ ବଟଲର ।

ପର୍ଥ(ଅଷ୍ଟ୍ରେଲିଆ): ଫଟାଫଟ କ୍ରିକେଟ ମହାସମରରେ ଆରମ୍ଭ ହୋଇଯାଇଛି ସୁପର ୧୨ ପର୍ଯ୍ୟାୟ ମ୍ୟାଚ । ସୁପର ୧୨ ପର୍ଯ୍ୟାୟ ଦ୍ବିତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ଆଫଗାନିସ୍ତାନ । ଇଂଲଣ୍ଡ ଟସ ଜିତିଥିବାବେଳେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଜସ୍‌ ବଟଲର । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ତାନ ।

ଚଳିତ ଟି୨୦ ବିଶ୍ବକପର ମହାମୁକାବିଲାରେ ଆଫଗାନିସ୍ତାନ ବିଜୟ ଅଭିଯାନରୁ ସୁପର ୧୨ ପର୍ଯ୍ୟାୟ ଆରମ୍ଭ କରିବ ବୋଲି ଚେଷ୍ଟା ଜାରି ରଖିବ । ଏସିଆ କପ ୨୦୨୨ରେ ଆଫଗାନିସ୍ତାନର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେଣୁ ଆଫଗାନିସ୍ତାନକୁ ହାଲୁକ ଭାବରେ ନେବନାହିଁ ଇଂଲଣ୍ଡ । ସେପଟେ ଦମଦାର ଫର୍ମରେ ଥିବା ଇଂଲଣ୍ଡ ଆଜି ଚଳିତ ବର୍ଷ ଟି୨୦ ବିଶ୍ବକପରେ ପ୍ରଥମ ମ୍ୟାଚ ଖେଳୁଛି । ତେଣୁ ଇଂଲଣ୍ଡ ମଧ୍ୟ ବିଜୟର ସହିତ ଟି୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବା ନେଇ ପ୍ରସ୍ତୁତ ରହିଛି । ତେଣୁ ଉଭୟ ଟିମ ପରସ୍ପର ବିପକ୍ଷରେ ମ୍ୟାଚ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରୁଥିବାରୁ ଆଜି ହାଇପ୍ରୋଫାଇଲ ମ୍ୟାଚ ଦେଖିବାକୁ ମିଳିବ ।

ଚୂଡାନ୍ତ ଏକାଦଶ

ଆଫଗାନିସ୍ତାନ: ହାଜ୍ରାତୁଲାହ ଜଜାଇ, ରାମାନୁଲହା ଗୁରୁବାଜ, ଇବ୍ରାହିମ ଜର୍ଡାନ, ଉସମାନ ଘାନି, ନାଜିବୁଲ୍ଲା ଜର୍ଡାନ, ମହମ୍ମଦ ନବୀ (ଅଧିନାୟକ), ଆଜମାତୁଲାହ ଓମାର୍ରଜାଇ, ରସିଦ ଖାନ, ମୁଜିବୁର ରେହମାନ, ଫରିଦ ଅହମ୍ମଦ ମଲ୍ଲିକ, ଫାଜାଲହକ ଫାରୁକି ।

ଇଂଲଣ୍ଡ: ଜସ ବଟଲର (ଅଧିନାୟକ), ଆଲେକ୍ସ ହେଲ୍ସ, ଡେୱିଡ ମଲାନ, ବେନ ଷ୍ଟୋକ୍ସ, ହ୍ୟାରି ବ୍ରୁକ, ମୋଇନ ଅଲ୍ଲୀ, ଲିଆମ ଲିଭିଙ୍ଗଷ୍ଟନ, ସାମ କରନ, କ୍ରିସ ୱକ୍ସ, ଆଦିଲ ରସିଦ, ମାର୍କ ଉଡ୍‌ ।

Last Updated :Oct 22, 2022, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.