ETV Bharat / sports

T20 World Cup Final: ପାକିସ୍ତାନର ସ୍ବପ୍ନ ଚୁରମାର, ବିଶ୍ବ ଚମ୍ପିଆନ୍‌ ଇଂଲଣ୍ଡ

author img

By

Published : Nov 13, 2022, 5:09 PM IST

Updated : Nov 13, 2022, 7:07 PM IST

T20 World CupT20 World Cup Final: ପାକିସ୍ତାନର ସ୍ବପ୍ନ ଚୁରମାର, ବିଶ୍ବ ଚମ୍ପିଆନ୍‌ ଇଂଲଣ୍ଡ
T20 World CupT20 World Cup Final: ପାକିସ୍ତାନର ସ୍ବପ୍ନ ଚୁରମାର, ବିଶ୍ବ ଚମ୍ପିଆନ୍‌ ଇଂଲଣ୍ଡ

ବିଶ୍ବ ଚମ୍ପିଆନ ହେଲା ଇଂଲଣ୍ଡ । ୧୨ ବର୍ଷ ପରେ ପୁଣି ଥରେ ଟି୨୦ ବିଶ୍ବକପ ହାତେଇବାରେ ସଫଳ ହୋଇଛି ଇଂଲିସ୍ ଟିମ୍ । ଅଧିକ ପଢନ୍ତୁ

ମେଲବର୍ଣ୍ଣ: ବିଶ୍ବ ଚମ୍ପିଆନ ହେଲା ଇଂଲଣ୍ଡ । ୧୨ ବର୍ଷ ପରେ ପୁଣି ଥରେ ଟି୨୦ ବିଶ୍ବକପ ହାତେଇବାରେ ସଫଳ ହୋଇଛି ଇଂଲିସ୍ ଟିମ୍ । ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଏହା ସହିତ ଦୀର୍ଘ ୩୦ ବର୍ଷ ପରେ ପାକିସ୍ତନଠାରୁ ବିଶ୍ବକପର ପ୍ରତିଶୋଧ ନେଇଛି ଇଂଲଣ୍ଡ । ମେନ୍ ଇନ୍ ଗ୍ରୀନ୍ ଦୀର୍ଘ ୩୦ ବର୍ଷ ପରେ ପୁଣି ଥର ଇଂଲଣ୍ଡକୁ ହରାଇ ଇତିହାସର ପୁନରାବୃତ୍ତି ଘଟାଇବାର ଲକ୍ଷ୍ୟ ରଖିଥିବା ବେଳେ ଫଳାଫଳ ଓଲଟା ହୋଇଛି । ବର୍ଷ ୧୯୯୨ ଦିନିକିଆ ବିଶ୍ବକପର ବଦଲା ନେଇଛି ଇଂଲିସ୍ ଟିମ୍ । ତେବେ ଏହାପୂର୍ବରୁ ଇଂଲଣ୍ଡ ୨୦୧୦ ମସିହରେ ଟି୨୦ ବିଶ୍ବକପ ହାତେଇଥିଲା । ଦୀର୍ଘ ୧୨ ବର୍ଷ ପରେ ଇଂଲଣ୍ଡର ଟି୨୦ ବିଶ୍ବକପ ଟ୍ରଫି ଅପେକ୍ଷାର ଅନ୍ତ ଘଟିଛି । ଅଧିନାୟକ ଜୋସ୍ ବଟଲରଙ୍କ ନେତୃତ୍ବରେ ଦଳ ୨୦୨୨ ଟି୨୦ ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇଛି ।

୧୩୮ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ବଟଲର ବାହିନୀ । ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇପାରିଛି । ଇଂଲିସ୍ ଟିମ୍ ୧୯ ଓଭରରେ ୫ ୱିକେଟ ହରାଇ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିଛି । ପ୍ରଥମ ଓଭରରୁ ହିଁ ଫାଷ୍ଟ ବୋଲର ସାହିନ୍ ଆଫ୍ରିଦି ଓପନର ଆଲେକ୍ସ ହେଲ୍ସଙ୍କ ୱିକେଟ ନେଇ ଇଂଲଣ୍ଡକୁ ଶକ୍ତ ଝଟକା ଦେଇଥିଲେ । ୫.୩ ଓଭର ୪୫ ରନ କରି ଇଂଲଣ୍ଡ ୩ ୱିକେଟ ହରାଇଥିଲା । ପରେ ଇଂଲଣ୍ଡର ବିଜୟ ଆଶା ଧୀରେଧୀରେ ମଉଳିବାକୁ ଲାଗିଥିଲା । ଏହାପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବେନ୍‌ ଷ୍ଟୋକ୍ସ । ସେ ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇବା ଲକ୍ଷ୍ୟରେ ଦାୟିତ୍ବବାନ୍‌ ପାଳି ଖେଳିଥିଲେ । ସେ ୪୯ ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହିତ ୫୨ ରନ ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେହିପରି ଜୋସ୍ ବଟଲର ୨୬ ରନ୍‌, ଫିଲିପ ସଲ୍ଟ ୧୦ ରନ୍, ହ୍ୟାରି ବ୍ରୁକ ୨୦ ରନ୍ ଏବଂ ମୋଇନ ଅଲ୍ଲୀ ୧୯ ରନ୍ କରିଛନ୍ତି ।

ପାକିସ୍ତାନ ଇନିଂସ

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ମଇଦାନକୁ ଓହ୍ଲାଇଥିଲା ବାବର ଆଜମ ଦଳ । ହେଲେ ଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ମ୍ୟାନ୍ ଇନ୍ ଗ୍ରୀନ୍ ଇଂଲିସ୍ ଟିମ୍ ଆଗରେ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ସବୁଠୁ ବଡ କଥା ହେଲା ଦଳର କୌଣସି କ୍ରିକେଟ ଅର୍ଦ୍ଧଶତକୀୟ ଇନିଂସ ଖେଳିପାରିନଥିଲେ । ସାମ୍ କରନଙ୍କ ଘାତକ ବୋଲିଂ ପାକିସ୍ତାନର ବ୍ୟାଟିଂ ମେରଦଣ୍ଡକୁ ଭାଙ୍ଗି ଦେଇଥିଲା । ଓପନିଂ ଯୋଡି ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ । ହେଲେ ମିଡିଲ ଅର୍ଡର ବ୍ୟାଟର ଇଂଲଣ୍ଡ ବୋଲରଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିଲେ । ଓପନିଂ ଯୋଡ଼ି ୪.୨ ଓଭରରେ ଦଳୀୟ ଖାତା ପାଇଁ ୨୯ ରନ୍ ଯୋଡିଥିଲା । ଏହାପରେ ମହମ୍ମଦ ରିଜୱାନ୍ ୧୫ ରନ୍‌ କରି ପାଭିଲିୟନ ଫେରିଥିଲେ । ଶାନ୍ ମାସୁଦ ୨୮ ବଲରୁ ୨ ଟି ଚୌକା ଓ ଗୋଟିଏ ଛକା ସହିତ ସର୍ବାଧିକ ୩୮ ରନ୍ ଇନିଂସ ଖେଳିଥିଲେ । ସେହିପରି ଅଧିନାୟକ ବାବର ଆଜମ ୩୨ ରନ୍, ଓ ଶଦାବ୍ ଖାନ୍ ୨୦ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ ।

ଟି୨୦ ବିଶ୍ବକପ ଟାଇଟଲ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ ବୋଲର ଆରମ୍ଭରୁ ମାପି ଚୁପି ବୋଲିଂ କରିଥିଲେ । ସାମ୍ କରନ୍ ୪ ଓଭର ବୋଲିଂ କରି ମାତ୍ର ୧୨ ରନ୍ ବ୍ୟୟରେ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ଆଦିଲ ରସିଦ୍, କ୍ରିସ୍ ଜୋର୍ଦ୍ଦାନ୍ ଦୁଇଟି ୱିକେଟ ନେଇଥିବା ବେଳେ ବେନ୍ ଷ୍ଟୋକ୍ସ ଗୋଟିଏ ୱିକେଟ ନେଇଥିଲେ । ଶେଷରେ ବ୍ୟାଟିଂରେ ଦମ ଦେଖାଇ ଚମ୍ପିଆନ୍‌ ହୋଇଛି ଇଂଲଣ୍ଡ ।

Last Updated :Nov 13, 2022, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.