ETV Bharat / sports

ଟି-୨୦ ବିଶ୍ବକପରେ କେମିତି ଟସ୍‌ ସାଜିଥିଲା ବସ୍‌

author img

By

Published : Nov 15, 2021, 10:58 PM IST

T20 World Cup 2021: How toss was the boss
ଟି-୨୦ ବିଶ୍ବକପରେ କେମିତି ଟସ୍‌ ସାଜିଥିଲା ବସ୍‌

ଟସ୍‌ ଜିତିବା ପରେ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି- UAEରେ ସଦ୍ୟ ସମାପ୍ତ ICC ପୁରୁଷ ଟି-୨୦ ବିଶ୍ବକପରେ ଏହି ରଣନୀତି ପ୍ରାୟତଃ ସମସ୍ତ ଟିମ ଆପଣାଇଥିଲେ । ବିଜୟରେ ଟସ୍‌ ସାଜିଥିଲା ବସ୍‌ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟସ୍‌ ଜିତିବା ପରେ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି- UAEରେ ସଦ୍ୟ ସମାପ୍ତ ICC ପୁରୁଷ ଟି-୨୦ ବିଶ୍ବକପରେ ଏହି ରଣନୀତି ପ୍ରାୟତଃ ସମସ୍ତ ଟିମ ଆପଣାଇଥିଲେ । ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପର୍ଯ୍ୟାୟ( ସୁପର ୧୨ ପରେ ) ଭିନ୍ନ ଭିନ୍ନ ୩ଟି ଭେନ୍ୟୁ ଆବୁଧାବି, ଶାରଜାହ ଓ ଦୁବାଇରେ ଖେଳାଯାଇଥିଲା ଓ ଟସ୍‌ ଜିତିଥିବା ଟିମ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ରହିଥିଲା । UAEର ପାଗ ଓ ପିଚ୍‌ ପରିସ୍ଥିତି ଯାହା ରହିଥିଲା, ପ୍ରଥମେ ଟସ୍‌ ଜିତିନେବା ଅର୍ଥାତ ପ୍ରାୟତଃ ମ୍ୟାଚ୍‌ ଜିତିବା ନିଶ୍ଚିତ ଥିଲା ।

ଏହି ସଂସ୍କରଣର ଟି-୨୦ ବିଶ୍ବକପ ଭାରତରେ ଖେଳାଯିବାର ଥିଲା ମାତ୍ର ଭାରତରେ COVID-19 ସ୍ଥିତି ଯୋଗୁଁ UAE ଓ ଓମାନକୁ ସ୍ଥାନାନ୍ତର ହୋଇଥିଲା ।

ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ବିଶ୍ବକପ ଟାଇଟେଲ ନିଜ ନାମରେ କରିପାରିଛି । ତେବେ ସବୁଠୁ କୌତୁହଳର କଥା ହେଉଛି. ଅଷ୍ଟ୍ରେଲିଆ ଜିତିଥିବା ୭ଟି ମ୍ୟାଚରୁ ୬ଟିରେ ଅଷ୍ଟ୍ରେଲିଆ କୟାପଟେନ ଟସ୍‌ ଜିତିଥିଲେ ।

ନଜର ପକାନ୍ତୁ କେଉଁ ଷ୍ଟାଡିୟମରେ କେମିତିର ଟସ୍‌ର ରହିଥିଲା ନିର୍ଣ୍ଣାୟକ ଭୂମିକା

ଶୈଖ ଜାଏଦ ଷ୍ଟାଡିୟମ, ଆବୁଧାବି

ଏହି ଭେନ୍ୟୁରେ ୧୧ଟି ମ୍ୟାଚ୍‌ ଖେଳାଯାଇଛି ଓ ୭ଟି ମ୍ୟାଚ୍‌ ପ୍ରଥମେ ଟସ୍‌ ଜିତିଥିବା ଟିମ ଜିତିଛି । ଦ୍ବିତୀୟ ଇଂନିସରେ କାକରର ବଡ ଭୂମିକା ରହିଥିଲା । ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ଅର୍ଥାତ ମ୍ୟାଚ୍‌ ବିଜୟ ପ୍ରାୟତଃ ସୁନିଶ୍ଚିତ ।

ଶାରଜାହ କ୍ରିକେଟ ଷ୍ଟାଡିୟମ, ଶାରଜାହ

ଏହି ଷ୍ଟାଡିୟମରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ୯ଟି ମ୍ୟାଚ୍‌ ଖେଳାଯାଇଛି ଓ ବିଜୟରେ ଟସ୍‌ର ବଡ ଭୂମିକା ମଧ୍ୟ ରହିଛି । ୯ଟି ମ୍ୟାଚ୍‌ରୁ ୫ଟିରେ ପ୍ରଥମେ ଟସ୍‌ ଜିତିଥିବା ଟିମ ବିଜୟୀ ହୋଇଛି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ, ଦୁବାଇ

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସଂଖ୍ୟକ ମ୍ୟାଚ୍‌(ସୁପର ୧୨ ପର୍ଯ୍ୟାୟ ପରେ) ଖେଳାଯାଇଛି । ଏହି ଭେନ୍ୟୁରେ ବିଜୟରେ ସର୍ବାଧିକ ଭୂମିକା ଟସ୍‌ ନିଭାଇଛି । ୧୩ଟି ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳାଯାଇଥିବାବେଳେ ୧୧ ଥର ଟସ୍‌ ଜିତିଥିବା ଟିମ ବିଜୟୀ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.