ETV Bharat / sports

କୋହଲିଙ୍କ ବିରାଟ କୀର୍ତ୍ତିମାନ, ଫଟାଫଟ କ୍ରିକେଟରେ ୧୦ହଜାର ରନ୍‌

author img

By

Published : Sep 26, 2021, 9:35 PM IST

Virat Kohli becomes first Indian batter to score 10,000 runs in T20 format
କୋହଲିଙ୍କ ବିରାଟ କୀର୍ତ୍ତିମାନ, ଫଟାଫଟ କ୍ରିକେଟରେ ୧୦ହଜାର ରନ୍‌

ଟି-୨୦ ଫର୍ମାଟରେ ୧୦,୦୦୦ ରନ୍‌ ପୂରଣ କରିବାରେ ଦେଶର ପ୍ରଥମ ଖେଳାଳି ହୋଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

ଦୁବାଇ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନିଜ କ୍ରିକେଟ କ୍ୟାରିୟରରେ ଆଉ ଏକ ବିରଳ କୀର୍ତ୍ତିମାନ ହାସଲ କରିଛନ୍ତି । ଟି-୨୦ ଫର୍ମାଟରେ ୧୦,୦୦୦ ରନ୍‌ ପୂରଣ କରିବାରେ ଦେଶର ପ୍ରଥମ ଖେଳାଳି ହୋଇଛନ୍ତି କୋହଲି ।

ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବ୍ୟାଟିଂ କରି ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି କୋହଲି ।

RCB କ୍ୟାପଟେନ ବିରାଟ କୋହଲି ଇଂନିସର ଚତୁର୍ଥ ଓଭରରେ ଜଶପ୍ରୀତ ବୁମରାଙ୍କ ଓଭରରେ ଲଗାତାର ଗୋଟିଏ ଚୌକା ଓ ଛକା ଲଗାଇଥିଲେ । ଏଥିସହ ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ କ୍ରିକେଟରେ ୧୦,୦୦୦ ରନ୍‌ ସଂଗ୍ରହ କରିଥିଲେ ।

ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବାସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.