ETV Bharat / sports

T20 world cup: ଭାରତୀୟ ସ୍କ୍ବାଡ୍‌ରେ ଚହଲଙ୍କ ସ୍ଥାନ ନେଇ ଚର୍ଚ୍ଚାରେ ଚହର

author img

By

Published : Sep 9, 2021, 8:06 PM IST

T20 world cup: Rahul Chahar gained confidence in a short time
T20 world cup: ଭାରତୀୟ ସ୍କ୍ବାଡ୍‌ରେ ଚହଲଙ୍କ ସ୍ଥାନନେଇ ଚର୍ଚ୍ଚାରେ ଚହର

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ବୁଧବାର ଆଗାମୀ ଟି୨୦ ବିଶ୍ବକପ ପାଇଁ ୧୮ ସଦସ୍ୟ ବିଶିଷ୍ଟ ଟିମ ଘୋଷଣା କରିଛି, ଯେଉଁଥିରେ ଯୁବ ସ୍ପିନର ରାହୁଲ ଚହରଙ୍କୁ ସ୍ଥାନ ମିଳିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ବୁଧବାର ଆଗାମୀ ଟି୨୦ ବିଶ୍ବକପ ପାଇଁ ୧୮ ସଦସ୍ୟ ବିଶିଷ୍ଟ ଟିମ ଘୋଷଣା କରିଛି, ଯେଉଁଥିରେ ଯୁବ ସ୍ପିନର ରାହୁଲ ଚହରଙ୍କୁ ସ୍ଥାନ ମିଳିଛି । ତାଙ୍କୁ ଅଭିଜ୍ଞ ସ୍ପିନର ଯୁଜଭେନ୍ଦ୍ର ଚହଲ ଓ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କ ବଦଳରେ ଟିମରେ ସାମିଲ କରାଯାଇଛି । ରାହୁଲଙ୍କୁ ଟିମରେ ସ୍ଥାନ ମିଳିବା ଏହା ଦର୍ଶାଉଛି ଯେ, ଚୟନକର୍ତ୍ତାଙ୍କୁ ତାଙ୍କ ଉପରେ କେତେମାତ୍ରାରେ ଭରସା ରହିଛି ।

୬ ଅଗଷ୍ଟ ୨୦୧୯ରେ ରାହୁଲ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ଡେବ୍ୟୁ କରିଥିଲେ ଓ ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ସାମିଲ ଥିଲେ ।

ରାହୁଲ ଏଯାବତ ଭାରତ ପାଇଁ ୫ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି, ଯେଉଁଥିରେ ସେ ୧୯.୫୭ ହାର ଓ ୭.୬୧ ଇକୋନୋମି ରେଟ୍‌ ସହିତ ୭ ୱିକେଟ ଅକ୍ତିଆର କରିଛନ୍ତି । ରାହୁଲଙ୍କ ପାଖରେ ଅନ୍ତର୍ଜାତୀୟ ଟି୨୦ ଖେଳିବାର ଅଧିକ ଅଭିଜ୍ଞତା ନଥିଲେ ମଧ୍ୟ ଆଇପିଏଲରେ ୩୮ ମୁକାବିଲା ଖେଳିଛନ୍ତି ଓ ୨୪.୪୧ ହାରରେ ୪୧ ୱିକେଟ ନିଜ ନାମରେ କରିଛନ୍ତି ।

ରାହୁଲ ଟି୨୦ ବ୍ୟତୀତ ଭାରତ ପାଇଁ ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଚଳିତ ବର୍ଷ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଡେବ୍ୟୁ କରିଥିଲେ ଓ ପ୍ରଥମ ମ୍ୟାଚରେ ୩ଟି ୱିକେଟ ଦଖଲ କରିଥିଲେ । ବର୍ତ୍ତମାନ ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ରହିଛନ୍ତି ଚହର । ଆଇପିଏଲ ୨୦୨୧ର ଦ୍ବିତୀୟ ଭାଗ ପାଇଁ ପ୍ରସ୍ତୁତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.