ETV Bharat / sports

IPL ପାଇଁ CSKର ପ୍ରସ୍ତୁତି, ଚେନ୍ନାଇରେ ପହଞ୍ଚିଲେ ଧୋନି

author img

By

Published : Aug 10, 2021, 5:11 PM IST

MS Dhoni lands in Chennai ahead of IPL 2021
ଆଇପିଏଲ ପାଇଁ CSKର ପ୍ରସ୍ତୁତି, ଚେନ୍ନାଇରେ ପହଞ୍ଚିଲେ ଧୋନି

ଇଣ୍ଡିଆନ ପ୍ରିମିୟର ଲିଗ(IPL) 2021 ଅବଶିଷ୍ଟ ମ୍ୟାଚ୍‌ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି ଆଇପିଏଲର ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ । ଅଧିକ ପଢନ୍ତୁ...

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) 2021 ଅବଶିଷ୍ଟ ମ୍ୟାଚ୍‌ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । CSK ତଥା ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇରେ ପହଞ୍ଚିଛନ୍ତି । ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ UAEରେ ଆଇପିଏଲର ୨୦୨୧ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ରିପୋର୍ଟ ଅନୁଯାୟୀ, ଦୁବାଇ ପ୍ରସ୍ତୁତି ଶିବିର ପାଇଁ ଅଗଷ୍ଟ ୧୪ରେ ଧୋନିଙ୍କ ସମେତ କିଛି ଅନ୍ୟ CSK ସଦସ୍ୟ ୟୁଏଇ ଯାତ୍ରା କରିବେ । ସୋମବାର ବିଳମ୍ବିତ ରାତ୍ରିରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ଧୋନି ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିଲେ । ଚେନ୍ନାଇ ସହର ଧୋନିଙ୍କ ପାଇଁ ସର୍ବଦା ଦ୍ବିତୀୟ ଘର ସଦୃଶ ରହିଛି । ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଦୀର୍ଘ ଦିନ ଧରି ଖେଳିଆସୁଛନ୍ତି ଧୋନି । ଏଥିସହ ଧୋନିଙ୍କ ସଫଳ ନେତୃତ୍ବରେ IPL ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଟିମ ମଧ୍ୟରେ ମଧ୍ୟ ରହିଛି CSK ।

ଶେଷ ଥର ଯେବେ UAEରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଖେଳିଥିବା, ଟିମ ପାଇଁ ଟୁର୍ଣ୍ଣାମେଣ୍ଟ କୌଣସି ଖରାପ ସ୍ବପ୍ନ ଠାରୁ କମ ନଥିଲା । ତେବେ ରଣନୀତି ବଦଳାଇ ଚଳିତ ସଂସ୍କରଣରେ ସଫଳ ହୋଇଥିବା CSK ପୁଣି ଏଠାରେ ଭାଗ୍ୟ ପରୀକ୍ଷା କରିବ ।IPL 2021 ଚେନ୍ନାଇ ସୁପର କିଙ୍ଗ୍ସ ଖେଳିଥିବା ୭ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟରେ ରହିଛନ୍ତି । ଏଥିସହ ଦିଲ୍ଲୀ କ୍ୟାପିଟାଲ୍ସ (DC) ସହ ପ୍ରତିଯୋଗିତା ବିଜେତା ହେବାର ପ୍ରମୁଖ ଦାବିଦାର ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ୟାଚରୁ ୬ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟ ଟାଇଟେଲ ବିଜୟ ଦାବିଦାର ରହିଛି ।

ସେପ୍ଟେମ୍ବର ୧୯ରୁ ସ୍ଥଗିତ ଥିବା ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ଖେଳାଯିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.