ETV Bharat / sports

କ୍ୟାପଟେନ୍‌ ଧୋନିଙ୍କ ବିରଳ ରେକର୍ଡ, ୩୦୦ ମ୍ୟାଚ୍‌ରେ ନେତୃତ୍ବ ନେବାରେ ପ୍ରଥମ

author img

By

Published : Oct 15, 2021, 7:44 PM IST

MS Dhoni  becomes first captain to lead 300 matches in T20 format
କ୍ୟାପଟେନ୍‌ ଧୋନିଙ୍କ ବିରଳ ରେକର୍ଡ, ୩୦୦ ମ୍ୟାଚ୍‌ରେ ନେତୃତ୍ବ ନେବାରେ ପ୍ରଥମ

IPL, ଚମ୍ପିଆନ୍ସ ଟ୍ରଫି(CL), ଟି-୨୦, ଏସିଆ କପ୍‌, ଟି-୨୦ ବିଶ୍ବକପରେ ଚେନ୍ନାଇ ସୁପର କିଙ୍ଗ୍ସ, ଭାରତୀୟ ଟିମ, ରାଇଜିଂ ପୁନେ ସୁପରଜିଆଣ୍ଟସର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି ଧୋନି ଓ ବିଶ୍ବର ପ୍ରତ୍ୟେକ ବଡ ଟି-୨୦ ଟ୍ରଫି ଜିତିସାରିଛନ୍ତି । ଅଧିକ ପଢନ୍ତୁ...

ଦୁବାଇ: ପୂର୍ବତନ ଭାରତୀୟ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ବିରଳ କିର୍ତ୍ତୀମାନ । ପ୍ରଥମ ଅଧିନାୟକ ଭାବେ ଟି-୨୦ ଫର୍ମାଟରେ ୩୦୦ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି ଧୋନି । କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୧ର ଫାଇନାଲ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେବା ସହ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

ଧୋନି IPL, ଚମ୍ପିଆନ୍ସ ଟ୍ରଫି(CL), ଟି-୨୦, ଏସିଆ କପ୍‌, ଟି-୨୦ ବିଶ୍ବକପରେ ଚେନ୍ନାଇ ସୁପର କିଙ୍ଗ୍ସ, ଭାରତୀୟ ଟିମ, ରାଇଜିଂ ପୁନେ ସୁପରଜିଆଣ୍ଟସର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି ଓ ବିଶ୍ବର ପ୍ରତ୍ୟେକ ବଡ ଟି-୨୦ ଟ୍ରଫି ଜିତିସାରିଛନ୍ତି ।

ଏହି ତାଲିକାର ଦ୍ବିତୀୟରେ ରହିଛନ୍ତି ୱେଷ୍ଟଇଣ୍ଡିଜର ଭେଟେରାନ ଅଲରାଉଣ୍ଡର ଡାରେନ ସାମି । ଟି-୨୦ ଫର୍ମାଟରେ ସେ ୨୦୮ ମ୍ୟାଚ୍‌ରେ ପେସାୱାର ଜଲାମି, ରାଜସାହି କିଙ୍ଗ୍ସ, ସେଣ୍ଟ୍‌ ଲୁସିଆ, ସେଣ୍ଟ୍‌ ଲୁସିଆ ଷ୍ଟାର୍ସ, ସେଣ୍ଟ୍‌ ଲୁସିଆ ଜୋଉକ୍‌ସ, ସନରାଇଜର୍ସ ହାଇଦ୍ରାବାଦ, ଟାଇଟାନ୍‌ସ, ୱେଷ୍ଟଇଣ୍ଡିଜ ଟିମ, ୱେଷ୍ଟଇଣ୍ଡିଜ ଏକାଦଶ ଓ ୱିଣ୍ଡୟାର୍ଡ ଆଇଲାଣ୍ଡ୍‌ସର ନେତତ୍ବ ନେଇଛନ୍ତି ।

ତାଲିକାର ତୃତୀୟରେ ରହିଛନ୍ତି ବିରାଟ କୋହଲି । ୧୮୫ ମ୍ୟାଚ୍‌ରେ କୋହଲି ଭାରତୀୟ ଟିମ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.