ETV Bharat / sports

IPL 2021: ସନରାଇଜର୍ସ ବୋଲରଙ୍କ କମାଲ, ୧୨୫ରେ ଅଟକିଲା ପଞ୍ଜାବ

author img

By

Published : Sep 25, 2021, 9:43 PM IST

IPL 2021: Sunrisers Hyderabad restrict Punjab Kings to 125-7
IPL 2021: ସନରାଇଜର୍ସ ବୋଲରଙ୍କ କମାଲ, ୧୨୫ରେ ଅଟକିଲା ପଞ୍ଜାବ

ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୨୫ ରନ୍‌ ସଂଗ୍ରହ କରିଛି କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ । ଫଳରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୨୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

ଶାରଜାହ: ଆଇପିଏଲ ୨୦୨୧ର ୩୭ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ହାଇଦ୍ରାବାଦ କ୍ୟାପଟେନ କେନ ୱିଲିୟମସନ ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ କରିବା ପରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୨୫ ରନ୍‌ ସଂଗ୍ରହ କରିଛି କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ । ଫଳରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୨୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

IPL 2021: Sunrisers Hyderabad restrict Punjab Kings to 125-7
ରସିଦ ଖାନ

ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଏପରିକି କ୍ୟାପେଟନ କେଏଲ ରାହୁଲ ୨୧ ଓ ମୟଙ୍କ ଅଗ୍ରୱାଲ ୫ ରନ୍‌ କରି ଶୀଘ୍ର ପାଭିଲିୟନ ଫେରିଥିଲେ । ମାର୍କ୍ରମ ସର୍ବାଧିକ ୨୭ ରନ୍‌ର ଇଂନିସ ଖେଳିଥିଲେ । ଶେଷ ଭାଗରେ ଦୀପକ ହୁଡ୍ଡା ୧୩, ହରପ୍ରୀତ ବ୍ରାର ୧୮ ଓ ନାଥନ ଏଲିସ ୧୨ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ । ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ ମଧ୍ୟ ବିଶେଷ କିଛି କମାଲ କରିପାରିନଥିଲେ ।

ହାଇଦ୍ରାବାଦ ପକ୍ଷରୁ ଜେସନ ହୋଲ୍ଡର ସର୍ବାଧିକ ୩ଟି ୱିକେଟ ଦଖଲ କରିଥିବାବେଳେ, ସନ୍ଦୀପ ଶର୍ମା, ଭୁବନେଶ୍ବର କୁମାର, ରସିଦ ଶାକନ ଓ ଅବଦୁଲ ସମାଦଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.