ETV Bharat / sports

IPL Eliminator: ଡିଭିଲିୟର୍ସଙ୍କ ସତର୍କବାଣୀ, ଅଧିକ ଆକ୍ରମଣାତ୍ମକ ଖେଳିବ RCB

author img

By

Published : Oct 11, 2021, 7:15 PM IST

IPL 2021: My game plan won't change much for Eliminator, says AB de Villiers
IPL Eliminator: ଡିଭିଲିୟର୍ସଙ୍କ ସତର୍କବାଣୀ, ଅଧିକ ଆକ୍ରମଣାତ୍ମକ ଖେଳିବ RCB

ଏଲିମିନେଟର ମ୍ୟାଚ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବ୍ୟାଟର ଏବି ଡିଭିଲିୟର୍ସ ଗେମ୍‌ ପ୍ଳାନ୍‌ରେ କିଛି ବି ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଶାରଜାହ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ମହାନ କ୍ରିକେଟର ଏବି ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ଘନିଷ୍ଠ ବନ୍ଧୁତା ବିଷୟରେ ସମସ୍ତଙ୍କୁ ଜଣା । ଉଭୟ ଖେଳାଳି ପରସ୍ପରକୁ ସ୍ବତନ୍ତ୍ର ସମ୍ମାନ କରିବା ସହ ବାଙ୍ଗାଲୋର ଫ୍ରାଞ୍ଜାଇଜର ଦୁଇ ପ୍ରମୁଖ ସ୍ତମ୍ଭ ରହିଛନ୍ତି । ଚଳିତ ଆଇପିଏଲ ସଂସ୍କରଣ ପରେ ଟିମର କ୍ୟାପଟେନ ପଦରୁ କୋହଲି ଓହରିବା ନେଇ ଘୋଷଣା କରିଛନ୍ତି । ଫଳରେ ଆଜି(ସୋମବାର) ସନ୍ଧ୍ୟାରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୧ର ଏଲିମିନେଟରରେ RCBକୁ ବିଜୟୀ କରାଇବାରେ ସମସ୍ତ ପ୍ରୟାସ କରିବେ ଡିଭିଲିୟର୍ସ । କାରଣ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ଫଳରେ ବିରାଟ କୋହଲିଙ୍କ ଟ୍ରଫି ବିଜୟ ଆଶାକୁ ଉଜ୍ଜିବୀତ ରଖିବାକୁ ଆରସିବିର ସମସ୍ତ ଖେଳାଳି ପଡିଆରେ ଜୋର୍‌ ଲଗାଇବେ ବୋଲି ସଙ୍କେତ ଦେଇଛନ୍ତି ଡିଭିଲିୟର୍ସ ।

ଏଲିମିନେଟର ମ୍ୟାଚ୍‌ ପୂର୍ବରୁ RCB ବ୍ୟାଟର ଡିଭିଲିୟର୍ସ କହିଛନ୍ତି, ଗେମ୍‌ ପ୍ଳାନ୍‌ରେ ସେ କିଛି ବି ପରିବର୍ତ୍ତନ କରିବେ ନାହିଁ । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଯେପରି ଦାୟିତ୍ବ ତୁଲାଇଛନ୍ତି ଏହାକୁ ବଳବତ୍ତର ରଖିବେ ।

ସୋମବାର ସନ୍ଧ୍ୟାରେ ଖେଳାଯିବାକୁ ଯାଉଛି ଆଇପିଏଲ ୨୦୨୧ର ଅନ୍ୟତମ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏଲିମିନେଟର 'କର ବା ମର' ମ୍ୟାଚ୍‌ରେ ମୁହାଁମୁହିଁ ହେବ RCB ଓ KKR ।

ଡିଭିଲିୟର୍ସ କହିଛନ୍ତି, "ଦୀର୍ଘ ବର୍ଷ ଧରି ଆଇପିଏଲ ଖେଳିଆସୁଛୁ, ଏବେ ସମୟ ଫାଇନାଲ ଟିକେଟ ହାସଲ କରିବାର । ଯେତେବେଳେ ସମୟ ନିର୍ଣ୍ଣାୟକ, ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିବାକୁ ହେବ । ଏହି ମ୍ୟାଚ୍‌ରେ ହରାଇବାକୁ ବହୁତ କିଛି ରହିଛି, କାରଣ ପରାଜୟ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇବ । କ୍ୟାପଟେନ ବିରାଟ କୋହଲି ଏଲିମିନେଟର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଓ ପଞ୍ଚମ ଗିଅରରେ RCB ଅପେକ୍ଷା କରିଛି । ବିଜୟ ପାଇଁ ସମସ୍ତ ପ୍ରୟାସ କରିବାକୁ ହେବ ।"

ଏଲିମିନେଟର ମ୍ୟାଚ୍‌ର ବିଜେତା ବୁଧବାର କ୍ବାଲିଫାୟର ୨ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.