ETV Bharat / sports

IPL 2021: CSKର କୁନି ଫ୍ୟାନ୍ସଙ୍କୁ ମାହିଙ୍କ ସ୍ପେଶାଲ ଗିପ୍ଟ

author img

By

Published : Oct 11, 2021, 10:28 PM IST

IPL 2021 MS DHONI GIFTS GIRL CRYING VIDEO VIRAL DELHI CAPITALS VS CHENNAI SUPER KINGS
IPL 2021: CSKର କୁନି ଫ୍ୟାନ୍ସଙ୍କୁ ମାହିଙ୍କ ସ୍ପେଶାଲ ଗିପ୍ଟ

ଧୋନି ଚୌକା ମାରି ଟିମକୁ ବିଜୟୀ କରାଇବା ଦେଖି ଝିଅଟି କାନ୍ଦି ପକାଇଥିଲା । ପରେ ମ୍ୟାଚ୍‌ ବଲ୍‌ରେ ନିଜର ଦସ୍ତଖତ କରି କୁନି ଫ୍ୟାନ୍ସଙ୍କୁ ଦେଇଥିଲେ ଧୋନି । ଅଧିକ ପଢନ୍ତୁ...

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଫାଇନାଲରେ ସ୍ଥାନ ପକ୍କା କରିଛି । ପ୍ରଥମ କ୍ବାଲିଫାୟରରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ ବିଜୟୀ ହୋଇଥିଲା । ଧୋନି ଚୌକା ଲଗାଇ ଟିମକୁ ଫାଇନାଲରେ ପହଞ୍ଚାଇଥିଲେ । ମ୍ୟାଚ୍‌ ପରେ ଧୋନି ଏପରି ଏକ କାମ କରିଥିଲେ, ଯାହାକୁ ସୋସିଆଲ ମିଡିଆରେ ଫ୍ୟାନ୍ସ ପ୍ରଂଶସା କରିଛନ୍ତି ।

ଧୋନି ଏହି ମ୍ୟାଚ୍‌ରେ ବିଜୟୀ ଚୌକା ମାରି ମ୍ୟାଚ୍‌ ଫିନିସ କରିବା ସହ ଦୁବାଇ ଷ୍ଟାଡିୟମରେ ଥିବା ଜଣେ ଛୋଟ ଝିଅ ନିଜ ମା'ଙ୍କୁ ଧରି କାନ୍ଦିବାକୁ ଲାଗିଥିଲା । ଏହି କୁନି ଝିଅର କାନ୍ଦୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମ୍ୟାଚ୍‌ ସମୟରେ ସଂପୂର୍ଣ୍ଣ ଜୋସ୍‌ର ସହିତ CSKକୁ ସମର୍ଥନ କରୁଥିବା ଦେଖାଯାଇଥିଲା । ଯେବେ CSK ଟିମ ମୁସ୍କିଲରେ ଫସିଥିଲା, ଏହି କୁନି ଝିଅର ମୁହଁରେ ଟେନସନ ଦେଖିବାକୁ ମିଳିଥିଲା । ମାତ୍ର ଧୋନି ଚୌକା ମାରି ଟିମକୁ ବିଜୟୀ କରାଇବା ଦେଖି ଝିଅଟି କାନ୍ଦି ପକାଇଥିଲା ।

ମ୍ୟାଚ୍‌ ପରେ ଧୋନି ଏହି ଝିଅକୁ ଏକ ଖାସ୍‌ ଗିପ୍ଟ ଦେବାକୁ ପହଞ୍ଚିଥିଲେ, ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଧୋନି ମ୍ୟାଚ୍‌ ବଲ୍‌ରେ ନିଜର ଦସ୍ତଖତ କରି କୁନି ଫ୍ୟାନ୍ସଙ୍କୁ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.