ETV Bharat / sports

IPL 2021: କିଶନ କମାଲ, ମାତ୍ର ୧୬ ବଲ୍‌ରେ ଅର୍ଦ୍ଧଶତକ

author img

By

Published : Oct 8, 2021, 9:13 PM IST

IPL 2021: Ishan Kishan hits fastest fifty of the season
IPL 2021: କିଶନ କମାଲ, ମାତ୍ର ୧୬ ବଲ୍‌ରେ ଅର୍ଦ୍ଧଶତକ

ବିସ୍ଫୋରକ ବ୍ୟାଟିଂ ସହ ଅବିଶ୍ବସନୀୟ ଭାବେ ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ ସହ ନୂଆ ରେକର୍ଡର ଅଧିକାରୀ ହେଆଇଛନ୍ତି ଇଶାନ କିଶନ । ଅଧିକ ପଢନ୍ତୁ...

ଆବୁଧାବି: ଆଇପିଏଲର ୫୫ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପରେ ଚର୍ଚ୍ଚାରେ ମୁମ୍ବାଇ ଇଣ୍ଡିଆନ୍ସ ଓପନର ଇଶାନ କିଶନ । ବିସ୍ଫୋରକ ବ୍ୟାଟିଂ ସହ ଅବିଶ୍ବସନୀୟ ଭାବେ ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ ସହ ନୂଆ ରେକର୍ଡର ଅଧିକାରୀ ହେଆଇଛନ୍ତି କିଶନ । ଆଇପିଏଲ ଇତିହାସରେ ଏହା ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ । ସେହିପରି ଆଇପିଏଲ ଇତିହାସରେ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ଭାବରେ ଦ୍ରୁତତମ ଅର୍ଦ୍ଧଶତକ ଇଶାନ କିଶନଙ୍କ ନାମରେ ହୋଇଛି ।

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ IPL 2021ର ଶେଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ । ଗାଣିତିକ ସମୀକରଣ ଦୃଷ୍ଟିରୁ ମୁମ୍ବାଇର ପ୍ଲେ-ଅଫ୍‌ ରେ ପହଞ୍ଚିବା ଆଶା କମ ରହିଛି । ତେବେ ୨୫୦ରୁ ଅଧିକ ସ୍କୋର କରିବା ସହ ହାଇଦ୍ରାବାଦକୁ ୧୭୧ ଅତିକମ୍‌ରେ ୧୭୧ ରନ୍‌ରେ ହରାଇପାରିଲେ KKRକୁ ପଛରେ ପକାଇ IPL 2021ର ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନ ମଧ୍ୟରେ ପ୍ରବେଶ କରିପାରିବ ମୁମ୍ବାଇ ।

କ୍ୟାପଟେନ ରୋହିତ ଶର୍ମାଙ୍କ ସହ ଓପନିଂ ଆସିଥିବା ଇଶାନ କିଶନ, ହାଇଦ୍ରାବାଦର ନୂଆବଲ୍‌ ବୋଲର ସିଦ୍ଧାର୍ଥ କୌଲ, ମହମ୍ମଦ ନବି ଓ ଅରମାନ ମଲିକଙ୍କୁ ମହଙ୍ଗା ସାବ୍ୟସ୍ତ କରାଇଛନ୍ତି । ପାୱରପ୍ଲେ ମଧ୍ୟରେ ପ୍ରଥମ ୬ ଓଭରରେ କିଶନ ୨ଟି ଛକା ଓ ୧୦ଟି ଚୌକା ସହାୟତାରେ ମୁମ୍ବାଇ ୮୩ ରନ୍‌ ସଂଗ୍ରହ କରିଥିଲା । କିଶନ ୨୨ ବଲ୍‌ରୁ ପାୱରପ୍ଲେରେ ୬୩ ରନ୍‌ ସଂଗ୍ରହ କରିଥିଲେ । ୩୨ ବ୍‌ଲରୁ ୧୧ ଚୌକା ଓ ୪ଟି ଛକା ସହାୟତାରେ ୮୪ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.