ETV Bharat / sports

IPL ଫାଇନାଲ: KKR ସାମ୍ନାରେ ୧୯୩ ରନ୍‌ର ଟାର୍ଗେଟ ରଖିଲା CSK

author img

By

Published : Oct 15, 2021, 9:54 PM IST

Updated : Oct 15, 2021, 10:33 PM IST

IPL 2021 final: Faf du Plessis and Moeen hammer KKR bowlers as CSK score 192/3
IPL ଫାଇନାଲ: KKR ସାମ୍ନାରେ ୧୯୩ ରନ୍‌ର ଟାର୍ଗେଟ ରଖିଲା CSK

CSK ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୨ ରନ୍‌ ସଂଗ୍ରହ କରିଛି । ଫଳରେ ତୃତୀୟ ଥର ପାଇଁ ଟ୍ରଫି ନିଜ ନାମରେ କରିବାକୁ କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୧ର ଫାଇନାଲ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧିନ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ଇଆନ ମୋର୍ଗାନଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଟାଇଟେଲ ଲଢେଇ ଜାରି ରହିଛି ।

ପ୍ରଥମେ ବ୍ୟାଟିଂ କରି CSK ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୨ ରନ୍‌ ସଂଗ୍ରହ କରିଛି । ଫଳରେ ତୃତୀୟ ଥର ପାଇଁ ଟ୍ରଫି ନିଜ ନାମରେ କରିବାକୁ କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଫାଇନାଲ ମୁକାବିଲାରେ CSK ପକ୍ଷରୁ ଓପନର ଫାଫ ଡୁପ୍ଲେସିସ୍‌ ଦମଦାର ୮୬ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । ୫୯ ବଲ୍‌ରୁ ୭ଟି ଚୌକା ଓ ୩ଟି ଛକା ସହାୟତାରେ ୮୬ ରନ୍‌ର ବିସ୍ଫୋରକ ଇଂନିସ ଖେଳିଛନ୍ତି ଡୁପ୍ଲେସିସ୍‌ । ଅନ୍ୟତମ ଓପନର ଋତୁରାଜ ଗାଏକ୍ବାଡ ୨୭ ବଲ୍‌ରୁ ୩୨ ରନ୍‌ର ଇଂନିସ ଖେଳି ପ୍ରଥମ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ । ମାତ୍ର ପାଭିଲିୟନ ଫେରିବା ପୂର୍ବରୁ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ତାଲିକାରେ ନିଜ ନାମ ଲେଖାଇସାରିଥିଲେ ।

ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ୬୧ ରନ୍‌ର ଭାଗିଦାରୀ ହୋଇଥିଲା । ପରେ ରବିନ ଉଥାପ୍ପା ୧୫ ବଲ୍‌ରୁ ୩ଟି ଛକା ସହାୟତାରେ ଦ୍ରୁତ ୩୧ ରନ୍‌ ଓ ମୋଇନ ଅଲୀ ୨୦ ବଲ୍‌ରୁ ୩୭ ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ ।

ନାଇଟ ରାଇଡର୍ସ ପକ୍ଷରୁ ସୁନୀଲ ନାରିନ ସର୍ବାଧିକ ଦୁଇଟି ୱିକେଟ ହାସଲ କରି ସଫଳତମ ବୋଲର ରହିଛନ୍ତି । ଶିବମ ମାବିଙ୍କୁ ଗୋଟିଏ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 15, 2021, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.