ETV Bharat / sports

IPL 2021 play-offs: ଆରସିବି-କେକେଆର ଏଲିମିନେଟର, ଦିଲ୍ଲୀ-ଚେନ୍ନାଇ କ୍ବାଲିଫାୟର ଲଢେଇ

author img

By

Published : Oct 9, 2021, 4:22 PM IST

IPL 2021: DC, CSK, RCB & KKR qualify for play-offs
IPL 2021 play-offs: ଆରସିବି-କେକେଆର ଏଲିମିନେଟର, ଦିଲ୍ଲୀ-ଚେନ୍ନାଇ କ୍ବାଲିଫାୟର

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍‌ ପର୍ଯ୍ୟାୟ ଚୁଡାନ୍ତ ହୋଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍‌ ପର୍ଯ୍ୟାୟ ଚୁଡାନ୍ତ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ(DC), ଚେନ୍ନାଇ ସୁପର କିଙ୍ଗ୍ସ(CSK), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ କୋଲକାତା ନାଇଟ ରାଇଡର୍ସ(KKR) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୪ଟି ଟିମ ହୋଇଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ IPL ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଥିବାବେଳେ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି କୋଲକାତା ନାଇଟ ରାଇଡର୍ସ ତୃତୀୟ ଟାଇଟେଲ ଲକ୍ଷ୍ୟରେ ରହିଛି ।

କ୍ବାଲିଫାୟର ୧ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ଓ ଏଲିମିନେଟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ।

ପ୍ଲେ-ଅଫ୍‌ରେ ପହଞ୍ଚିଥିବା ୪ ଟିମ ଉପରେ ଏକ ନଜର:

ଦିଲ୍ଲୀ କ୍ୟାପିଟାଲ୍ସ:

ଦିଲ୍ଲୀ ଲିଗ୍‌ ପର୍ଯ୍ୟାୟରେ ଖେଳିଥିବା ମୋଟ ୧୪ ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରିଛି । ଫଳରେ ୨୦ ପଏଣ୍ଟ ସହ ଲିଗ୍‌ ପର୍ଯ୍ୟାୟରେ ଟେବୁଲ ଟପର୍‌ ରହିଛି। ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଏହି ସଂସ୍କରଣରେ ଦିଲ୍ଲୀ ବିଜୟର ପ୍ରମୁଖ ଶକ୍ତି ରହିଛନ୍ତି, ୩ ଦ୍ରୁତ ବୋଲର ଆନରିଚ ନର୍କିଆ(୯ ୱିକେଟ), କାଗିସୋ ରବାଡା(୧୩ ୱିକେଟ) ଓ ଅଭେଶ ଖାନ(୨୨ ୱିକେଟ) । ଦ୍ରୁତ ବୋଲରଙ୍କ ବ୍ୟତୀତ ଅକ୍ଷର ପଟେଲ(୧୫ ୱିକେଟ) ଓ ରବିଚନ୍ଦ୍ରନ ଅଶ୍ବିନ(୫ ୱିକେଟ) ମଧ୍ୟ କଲ୍‌ରେ କମାଲ କରିଛନ୍ତି ।

ବ୍ୟାଟିଂରେ ଶିଖର ଧାୱନ(୫୪୪ ରନ୍‌) ଓ ପୃଥ୍ବୀ ଶ(୪୦୧ ରନ୍‌) ଦିଲ୍ଲୀର ଶ୍ରେଷ୍ଠ ପ୍ରଦର୍ଶନକାରୀ ରହିଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧିନ ଚେନ୍ନାଇ ସୁପର କିଙ୍ଗ୍ସ ୧୪ ମ୍ୟାଚ୍‌ରୁ ୧୮ ପଏଣ୍ଟ ହାସଲ କରିବାସହ ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିଲା । ରବିବାର ୟେଲୋଆର୍ମୀ CSK, ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷରେ ପ୍ରଥମ କ୍ବାଲିଫାୟାର ମ୍ୟାଚ୍‌ ଖେଳିବ ।

ଫାଫ୍‌ ଡୁ ପ୍ଲେସିସ(୫୪୬ ରନ୍‌), ଋତୁରାଜ ଗାଏକ୍ବାଡ(୫୩୩ ରନ୍‌), ମୋଇନ ଅଲୀ(୩୦୪ ରନ୍‌, ୫ ୱିକେଟ) ଓ ଦୀପକ ଚହର(୧୩ ୱିକେଟ) ଚଳିତ ସଂସ୍କରଣରେ CSKର ଶ୍ରେଷ୍ଠ ପ୍ରଦର୍ଶନକାରୀ ରହିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବିରାଟ କୋହଲିଙ୍କ ନେତୃତାଧିନ RCB ୧୪ ମ୍ୟାଚ୍‌ରୁ ୧୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ଲିଗ ପର୍ଯ୍ୟାୟ ଶେଷ କରିଛି । ଫଳରେ ଶାରଜାହ କ୍ରିକେଟ ଗ୍ରାଉଣ୍ଡରେ ଅକ୍ଟୋବର ୧୧ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଏଲିମିନେଟର ମ୍ୟାଚ୍‌ ଖେଳିବ ।

ଗ୍ଳେନ ମାକ୍ସୱେଲ(୪୯୮ ରନ୍‌, ୩ ୱିକେଟ), ଦେବଦତ୍ତ ପାଦିକ୍କଲ(୩୯୦ ରନ୍‌), ହର୍ଷଲ ପଟେଲ (୩୦ ୱିକେଟ), ୟୁଜଭେନ୍ଦ୍ର ଚହଲ(୧୬ ୱିକେଟ) ଆଇପିଏଲ ୨୦୨୧ରେ RCB ର ପ୍ରମୁଖ ପ୍ରଦର୍ଶନକାରୀ ଖେଳାଳି ରହିଛନ୍ତି ।

କୋଲକାତା ନାଇଟ ରାଇଡର୍ସ

ଚତୁର୍ଥ ଟିମ ଭାବେ KKR ୧୪ ମ୍ୟାଚ୍‌ରୁ ୧୪ ପଏଣ୍ଟ ସହ ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି । KKR ଏଲିମିନେଟର ମ୍ୟାଚ୍‌ରେ ଅକ୍ଟୋବର ୧୧ରେ ଶାରଜାହ କ୍ରିକେଟ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ।

ବରୁଣ ଚକ୍ରବର୍ତ୍ତୀ(୧୬ ୱିକେଟ), ରାହୁଲ ତ୍ରିପାଠୀ(୩୭୭ ରନ୍‌), ଶୁଭମନ ଗିଲ୍‌(୩୫୨ ରନ୍‌) ଓ ଭେଙ୍କଟସ ଆୟର(୨୩୯ ରନ୍‌) KKR ପାଇଁ ଚଳିତ ଆଇପିଏଲ ସଂସ୍କରଣରେ ଷ୍ଟାର ପ୍ରଦର୍ଶନକାରୀ ରହିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ(ପଞ୍ଚମ ସ୍ଥାନ), ପଞ୍ଜାବ କିଙ୍ଗ୍ସ(ଷଷ୍ଠ ସ୍ଥାନ), ରାଜସ୍ଥାନ ରୟାଲ୍ସ(ସପ୍ତମ ସ୍ଥାନ) ଓ ସନରାଇଜର୍ସ ହଇଦ୍ରାବାଦ(ଅଷ୍ଟମ ସ୍ଥାନ)ରେ ରହି ଆଇପିଏଲ ୨୦୨୧ର ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.