ETV Bharat / sports

IPL 2021: ପ୍ଲେ-ଅଫ୍‌ରେ ଦିଲ୍ଲୀ ବିପକ୍ଷରେ CSK ପଲ୍ଲା ଭାରି

author img

By

Published : Oct 10, 2021, 7:15 PM IST

IPL 2021: brian lara says delhi has the best bowling attack in ipl
IPL 2021: ପ୍ଲେ-ଅଫ୍‌ରେ ଦିଲ୍ଲୀ ବିପକ୍ଷରେ CSK ପଲ୍ଲା ଭାରୀ

ଚଳିତ ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ଦୁଇଥର CSK କୁ ହରାଇଛି ଦିଲ୍ଲୀ । ମାତ୍ର ପ୍ଲେ-ଅଫ୍‌ ରେ ଦିଲ୍ଲୀ ବିପକ୍ଷରେ ସୁପରକିଙ୍ଗ୍ସର ଦମଦାର ରେକର୍ଡ ରହିଛି । ଦିଲ୍ଲୀକୁ ଦୁଇଥର ପ୍ଲେ-ଅଫ୍‌ରେ ହରାଇଛି ଧୋନିଙ୍କ ୟେଲୋ ଆର୍ମି । ଅଧିକ ପଢନ୍ତୁ...

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୧ର କ୍ବାଲିଫାୟର-୧ରେ ମୁହାଁମୁହିଁ ହେଉଛନ୍ତି । ତେବେ ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ ଟିମକୁ ନେଇ ବଡ ବୟାନ ଦେଇଛନ୍ତି ମହାନ କ୍ରିକେଟର ବ୍ରାଏନ ଲାରା । ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ରହିଛି ଶକ୍ତିଶାଳୀ ବୋଲିଂ ଆଟାକ୍‌ । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିବାର ସମସ୍ଥ ସମ୍ଭାବନା ରହିଛି । ଏହା କହିଛନ୍ତି ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ଲାରା । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ମହେନ୍ଦ୍ର ସିଂହ ଧୋନି CSK ଟିମର କ୍ୟାପଟେନ ରହିଛନ୍ତି । ଟିମ ପାଖରେ ରହିଛି ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ୍‌ । ଫଳରେ ପ୍ରତିପକ୍ଷ ଟିମ ବିପକ୍ଷରେ କୌଣସି ଦିନ ଏହି ଟିମ ଭାରି ପଡିବାରେ ।

ଯେଉଁ ୪ଟି ଟିମ ସର୍ବଶ୍ରେଷ୍ଠ କ୍ରିକେଟ ଖେଳିଛନ୍ତି, ପ୍ଲେ-ଅଫ୍‌ରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ । ପରାଜିତ ଟିମ ପାଖରେ ଫାଇନାଲ ଟିକେଟ ହାସଲ କରିବାକୁ ଆଉ ଏକ ସୁଯୋଗ ରହିବ । କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଶକ୍ତିଶାଳୀ ରହିଛନ୍ତି ।

ତେବେ କ୍ବାଲିଫାୟର-୧ ମ୍ୟାଚ ପୂର୍ବରୁ ରେକର୍ଡ ଦିଲ୍ଲୀ ସପକ୍ଷରେ ରହିଛି । ଚଳିତ ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ଦୁଇଥର CSK କୁ ହରାଇଛି ଦିଲ୍ଲୀ । ମାତ୍ର ପ୍ଲେ-ଅଫ୍‌ ରେ ଦିଲ୍ଲୀ ବିପକ୍ଷରେ ସୁପରକିଙ୍ଗ୍ସର ଦମଦାର ରେକର୍ଡ ରହିଛି । ଦିଲ୍ଲୀକୁ ଦୁଇଥର ପ୍ଲେ-ଅଫ୍‌ରେ ହରାଇଛି ଧୋନିଙ୍କ ୟେଲୋ ଆର୍ମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.