ETV Bharat / sports

IPL 2021: ଫଟାଫଟ କ୍ରିକେଟରେ ଅଶ୍ବିନଙ୍କ ୨୫୦ ଶିକାର

author img

By

Published : Sep 25, 2021, 9:31 PM IST

IPL 2021: Ashwin bags 250th T20 wicket
IPL 2021: ଫଟାଫଟ କ୍ରିକେଟରେ ଅଶ୍ବିନଙ୍କ ୨୫୦ ଶିକାର

ଟି-୨୦ କ୍ରିକେଟରେ ୨୫୦ ୱିକେଟ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଅଧିକ ପଢନ୍ତୁ...

ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନିଜର ଟି-୨୦ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଡେଭିଡ ମିଲରଙ୍କୁ ଫଟାଫଟ କ୍ରିକେଟରେ ୨୫୦ତମ ଶିକାର କରିଛନ୍ତି ଅଶ୍ବିନ । ଏହି ବିରଳ କିର୍ତ୍ତୀମାନ ହାସଲ କରିବାରେ ଅମିତ ମିଶ୍ର ଓ ପିୟୁଷ ଚାୱଲାଙ୍କ ପରେ ଅଶ୍ବିନ ତୃତୀୟ ଭାରତୀୟ ହୋଇଛନ୍ତି ।

୩୪ ବର୍ଷୀୟ ଅଫସ୍ପିନର ଅଶ୍ବିନ କେବଳ IPL ରେ ୧୪୦ ୱିକେଟ ହାସଲ କରିସାରିଛନ୍ତି । ସେହିପରି ଟିମ ଇଣ୍ଡିଆ ପକ୍ଷରୁ ୪୬ ଟି-୨୦ ଖେଳି ୫୨ ୱିକେଟ ଅକ୍ତିଆର କରିସାରିଛନ୍ତି । ବାକି ୱିକେଟ ଘରୋଇ କ୍ରିକେଟ ମ୍ୟାଚରୁ ହାସଲ କରିଛନ୍ତି । ଏହି ଉପଲବ୍ଧି ସହିତ IPL ରେ ସେ ଷଷ୍ଠ ସର୍ବଧିକ ୱିକେଟ ହାସଲକାରୀ ବୋଲର ।

ଭେଟେରାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ୧୭୦ ୱିକେଟ ସହିତ IPL ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ୧୬୦ ୱିକେଟ ସହିତ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅମିତ ମିଶ୍ର, ତୃତୀୟରେ ପିୟୁଷ ଚାୱଲା(156), ଡ୍ବାଇନ ବ୍ରାଭୋ(୧୫୪) ଓ ହରଭଜନ ସିଂହ(୧୫୦) ।

ମାଲିଙ୍ଗାଙ୍କ ବ୍ୟତୀତ ଅନ୍ୟ ସମସ୍ତ ୫ଜଣ ୱିକେଟ ହାସଲକାରୀ ବର୍ତ୍ତମାନ IPL ଖେଳୁଛନ୍ତି । ଆଇପିଏଲର ୧୪ତମ ସଂସ୍କରଣର ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.