ETV Bharat / sports

'ପରାଜୟ ପରେ ପ୍ରତ୍ୟାବର୍ତ୍ତନ ସୁୁପରକିଙ୍ଗ୍ସର ପରିଚୟ'

author img

By

Published : Oct 10, 2021, 5:10 PM IST

Great opportunity for Dhoni to set things right this IPL season
'ପରାଜୟ ପରେ ପ୍ରତ୍ୟାବର୍ତ୍ତନ ସୁୁପରକିଙ୍ଗ୍ସର ପରିଚୟ'

ଭାରତରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ୫ଟି ବିଜୟ ଓ ୟୁଏଇ ଲିଗ୍‌ରେ ୪ଟି ବିଜୟ ହାସଲ କରିଛି CSK । ଅଧିକ ପଢନ୍ତୁ...

ଦୁବାଇ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ସହ ଆଇପିଏଲ ୨୦୨୧ର ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ମ୍ୟାଚ୍‌ପରେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି କହିଥିଲେ, ଏହି ବିଜୟ CSK ପାଇଁ ବିଜୟ ବହୁତ ଗୁରୁତ୍ବ ରଖେ । ତିନି ଥରର ଚମ୍ପିଆନ ଗତ ସଂସ୍କରଣରେ ସପ୍ତମ ସ୍ଥାନରେ ରହିଥିଲେ ।

Great opportunity for Dhoni to set things right this IPL season
ଚେନ୍ନାଇ ସୁପର କିଙ୍ଗ୍ସ

ସୁପର କିଙ୍ଗ୍ସ ଏହି ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହି ପ୍ଲେ-ଅଫ ଯୋଗ୍ୟତା ହାସଲ କରିଥିଲା । ଫଳରେ ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ସହ କ୍ବାଲିଫାୟାର ମୁକାବିଲା ଖେଳିବ । ଭାରତରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ୫ଟି ବିଜୟ ଓ ୟୁଏଇ ଲିଗ୍‌ରେ ୪ଟି ବିଜୟ ହାସଲ କରିଛି CSK ।

CSK ପାଇଁ ଦକ୍ଷିଣ ଆଫ୍ରିକାର ମୁଖ୍ୟ ଖେଳାଳି ଫାଫ୍‌ ଡୁପ୍ଲେସିସ ଚଳିତ ବର୍ଷ ୧୪ ମ୍ୟାଚ୍‌ରୁ ୫୪୬ ରନ୍‌ ସଂଗ୍ରହ କରିବା ସହ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ସେହିପରି ଶାର୍ଦ୍ଦୁଳ ଠାକୁର ୧୮ ୱିକେଟ ସହ ଟିମର ସର୍ବାଧିକ ୱିକେଟହାସଲକାରୀ ବୋଲର୍‌ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.