ETV Bharat / sports

ଘରୋଇ କ୍ରିକେଟରଙ୍କୁ କୋଭିଡ ପ୍ୟାକେଜ୍‌, ବଢିଲା ୫୦ ପ୍ରତିଶତ ମ୍ୟାଚ୍‌ ଫି

author img

By

Published : Sep 20, 2021, 5:17 PM IST

Cricketers who participated in 2019-20 domestic season will get 50 per cent additional match fee as compensation for 2020-21: Jay Shah
ଘରୋଇ କ୍ରିକେଟରଙ୍କୁ କୋଭିଡ ପ୍ୟାକେଜ୍‌, ବଢିଲା ୫୦ ପ୍ରତିଶତ ମ୍ୟାଚ୍‌ ଫି

ଘରୋଇ କ୍ରିକେଟରଙ୍କ ମ୍ୟାଚ୍‌ ଫି ବଢାଇଲା BCCI । ଘୋଷଣା କଲେ ବୋର୍ଡ ସମ୍ପାଦକ ଜୟ ଶାହା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ବଡ ନିଷ୍ପତ୍ତି । ଘରୋଇ କ୍ରିକେଟରଙ୍କ ମ୍ୟାଚ୍‌ ଫି ବଢାଇଲା ବୋର୍ଡ । ମହାମାରୀ COVID-୧୯ ଯୋଗୁଁ ୨୦୨୦-୨୦୨୧ ବର୍ଷର ଭାରତୀୟ ଘରୋଇ କ୍ରିକେଟ କ୍ୟାଲେଣ୍ଡର ପ୍ରଭାବିତ ହୋଇଛି । ସେଥିପାଇଁ ୨୦୧୯-୨୦୨୦ ଘରୋଇ ସିଜିନରେ ଅଂଶଗ୍ରହଣ କରିଥିବା କ୍ରିକେଟର କ୍ଷତିପୂରଣ ସ୍ବରୂପ ୫୦ ପ୍ରତିଶତ ଅଧିକ ମ୍ୟାଚ୍‌ ଫି ପାଇବେ । ଏନେଇ ବୋର୍ଡ ସମ୍ପାଦକ ଜୟ ଶାହା ଘୋଷଣା କରିଛନ୍ତି ।

ସୋମବାର ବସିଥିବା BCCI ର ଆପେକ୍ସ କାଉନସିଲ ବୈଠକରେ ଗୁରୁତ୍ବପୂର୍ଣ୍ଣ କ୍ଷତିପୂରଣ ପ୍ୟାକେଜ ନେଇ ଆଲୋଚନା ହେବାପରେ ଏହି ନିଷ୍ପତ୍ତି ହୋଇଛି । ୪୦ରୁ ଅଧିକ ମ୍ୟାଚ ଖେଳିଥିବା ବରିଷ୍ଠ ଖେଳାଳିଙ୍କୁ ୬୦,୦୦୦ ଟଙ୍କା, ୨୩ ବର୍ଷରୁ କମ ଖେଳାଳିଙ୍କୁ ୨୫,୦୦୦, ୧୯ ବର୍ଷରୁ କମ ଖେଳାଳିଙ୍କୁ ୨୦,୦୦୦ ଟଙ୍କା ମିଳିବ ।

BCCI ପକ୍ଷରୁ ଗଠିତ କାର୍ଯ୍ୟକାରୀ କମିଟି ମୋଟ୍‌ ମ୍ୟାଚ୍‌ ଫିର ୫୦ ପ୍ରତିଶତ କ୍ଷତିପୂରଣ ପ୍ୟାକେଜ୍‌ ନେଇ ବିଚାର କରିବେ । ଏହି କମିଟିରେ ରହିଛନ୍ତି ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ, ସନ୍ତୋଷ ମେନନ, ଜୟଦେବ ଶାହ, ଯୁଧବୀର ସିଂହ, ରୋହନ ଜେଟଲି, ଅଭିଶେକ ଡାଲମିୟା ଓ ଦେବଜିତ ସାଇକିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.